ଓ୍ବାୟନାଡ୍ ଭୂ-ସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୦୮କୁ ବୃଦ୍ଧି; ଚତୁର୍ଥ ଦିନରେ ବି ରେସକ୍ୟୁ ଅଭିଯାନ ଜାରି

ନୂଆଦିଲ୍ଲୀ: କେରଳ ଓ୍ବାୟନାଡ୍ ଭୂ-ସ୍ଖଳନକୁ ୩ ଦିନ ବିତିଯାଇଛି । ହେଲେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ଚତୁର୍ଥ ଦିନରେ ମାଟି ତଳୁ ମୃତଦେହ ଉଦ୍ଧାର କରାଯାଉଛି । ଫଳରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୩୦୮ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ସୂଚନା ଅନୁଯାୟୀ, ରେସକ୍ୟୁ ଟିମ୍ ୧୯୫ଜଣ ମୃତଦେହ ଉଦ୍ଧାର କରିଛନ୍ତି । ବାକି ୧୦୫ ଲୋକଙ୍କ ଶରୀରର କିଛି ଅଂଶରୁ ମୃତ ବୋଲି ସ୍ପଷ୍ଟ କରାଯାଇଛି । ଚତୁର୍ଥ ଦିନରେ ଓ୍ବାୟନାଡର ମେପାଡିରେ ରେସକ୍ୟୁ ଅପରେସନ ଜାରି ରହିଛି । ଭାରତୀୟ ସେନା, ନୌ-ସେନା ଏବଂ ବାୟୁସେନା ସହିତ ଉଦ୍ଧାର କାର୍ଯ୍ୟରେ ୪୦ ଟିମ୍ ନିୟୋଜିତ ହୋଇଛି । ଉଦ୍ଧାର କାର୍ଯ୍ୟକୁ ପ୍ରଖର କରିବାକୁ ଟିମକୁ ୬ଟି ପୃଥକ ପୃଥକ ଭାଗ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ଅଟ୍ଟାମାଲା ଏବଂ ଆରଣମାଲା କ୍ଷେତ୍ରରେ ରେସକ୍ୟୁ ଚାଲିଛି । ଦ୍ବିତୀୟରେ ମୁଣ୍ଡକଈ କ୍ଷେତ୍ର, ତୃତୀୟରେ ପୁଞ୍ଜରିମଟ୍ଟମ, ଚତୁର୍ଥରେ  ବେଲ୍ଲାରମାଲା ବିଲେଜ୍ ରୋଡ୍, ପଞ୍ଚମ କ୍ଷେତ୍ର ହେଇଛି ଜିବିଏଚଏସଏସ ବିଲ୍ଲରମାଲା ଏବଂ ଷଷ୍ଠ ଅଞ୍ଚଳ ହେଉଥି ନଦୀ କ୍ଷେତ୍ରକୁ ଯାଞ୍ଚ କରାଯାଉଛି ।    ଭାରତୀୟ ସୁରକ୍ଷାବଳର ତିନି ସେନା ବ୍ୟାତୀତ  NDRF,DSG ଏବଂ MEG ଆଦିର ସଂଯୁକ୍ତ ଟିମ୍ ରେସକ୍ୟୁ ଅଭିଯାନ ଚଳାଇଛନ୍ତି । ପ୍ରତ୍ୟେକ ଟିମରେ ୩ଜଣ ସ୍ଥାନୀୟ ଲୋକ ଏବଂ ଜଣେ ବନ କର୍ମଚାରୀ ରହ

ଓ୍ବାୟନାଡ୍ ଭୂ-ସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୦୮କୁ ବୃଦ୍ଧି; ଚତୁର୍ଥ ଦିନରେ ବି ରେସକ୍ୟୁ ଅଭିଯାନ ଜାରି

ନୂଆଦିଲ୍ଲୀ: କେରଳ ଓ୍ବାୟନାଡ୍ ଭୂ-ସ୍ଖଳନକୁ ୩ ଦିନ ବିତିଯାଇଛି । ହେଲେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ଚତୁର୍ଥ ଦିନରେ ମାଟି ତଳୁ ମୃତଦେହ ଉଦ୍ଧାର କରାଯାଉଛି । ଫଳରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୩୦୮ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ସୂଚନା ଅନୁଯାୟୀ, ରେସକ୍ୟୁ ଟିମ୍ ୧୯୫ଜଣ ମୃତଦେହ ଉଦ୍ଧାର କରିଛନ୍ତି । ବାକି ୧୦୫ ଲୋକଙ୍କ ଶରୀରର କିଛି ଅଂଶରୁ ମୃତ ବୋଲି ସ୍ପଷ୍ଟ କରାଯାଇଛି । 

ଚତୁର୍ଥ ଦିନରେ ଓ୍ବାୟନାଡର ମେପାଡିରେ ରେସକ୍ୟୁ ଅପରେସନ ଜାରି ରହିଛି । ଭାରତୀୟ ସେନା, ନୌ-ସେନା ଏବଂ ବାୟୁସେନା ସହିତ ଉଦ୍ଧାର କାର୍ଯ୍ୟରେ ୪୦ ଟିମ୍ ନିୟୋଜିତ ହୋଇଛି । ଉଦ୍ଧାର କାର୍ଯ୍ୟକୁ ପ୍ରଖର କରିବାକୁ ଟିମକୁ ୬ଟି ପୃଥକ ପୃଥକ ଭାଗ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ଅଟ୍ଟାମାଲା ଏବଂ ଆରଣମାଲା କ୍ଷେତ୍ରରେ ରେସକ୍ୟୁ ଚାଲିଛି । ଦ୍ବିତୀୟରେ ମୁଣ୍ଡକଈ କ୍ଷେତ୍ର, ତୃତୀୟରେ ପୁଞ୍ଜରିମଟ୍ଟମ, ଚତୁର୍ଥରେ  ବେଲ୍ଲାରମାଲା ବିଲେଜ୍ ରୋଡ୍, ପଞ୍ଚମ କ୍ଷେତ୍ର ହେଇଛି ଜିବିଏଚଏସଏସ ବିଲ୍ଲରମାଲା ଏବଂ ଷଷ୍ଠ ଅଞ୍ଚଳ ହେଉଥି ନଦୀ କ୍ଷେତ୍ରକୁ ଯାଞ୍ଚ କରାଯାଉଛି ।    

ଭାରତୀୟ ସୁରକ୍ଷାବଳର ତିନି ସେନା ବ୍ୟାତୀତ  NDRF,DSG ଏବଂ MEG ଆଦିର ସଂଯୁକ୍ତ ଟିମ୍ ରେସକ୍ୟୁ ଅଭିଯାନ ଚଳାଇଛନ୍ତି । ପ୍ରତ୍ୟେକ ଟିମରେ ୩ଜଣ ସ୍ଥାନୀୟ ଲୋକ ଏବଂ ଜଣେ ବନ କର୍ମଚାରୀ ରହିଛନ୍ତି । ଏହାଛଡ଼ା ଚଲିଓ୍ବାର ନଦୀର ଆଖପାଖରେ ଥିବା ୮ଟି ପୋଲିସ ଥାନାର ପୋଲିସ୍ କର୍ମଚାରୀ ଏବଂ ସ୍କୁବା ଡ୍ରାଇଭର ଏଥିରେ ସାମିଲ୍ ହୋଇଛନ୍ତି । ସେହିପରି ବାୟୁସେନା ହେଲିକପ୍ଟର ସାହାଯ୍ୟରେ ମଧ୍ୟ ଅପରେସନ ଜାରି ରହିଛି । ନୌ-ସେନା ସହିଚ ତଟରକ୍ଷକ ବାହିନୀ ମାଟିତଳେ ଫଶିଥିବା ଲୋକଙ୍କୁ ଖୋଜାଖୋଜି କରୁଛନ୍ତି । କିଛି ମୃତଦେହ ନଦୀ ସ୍ରୋତରେ ଅନୁମାନ କରାଯାଇଛି । ତେଣୁ ଅପରେସନ ଜୋରଦାର କରାଯାଉଛି ।

ଓ୍ବାୟନାଡର ପ୍ରଥମ ଭୂ-ସ୍ଖଳନ ଜୁଲାଇ ୩୦ ତାରିଖରେ ବିଳମ୍ବିତ ରାତିରେ ହୋଇଥିଲା । ପରେ ଭୋର୍ ପ୍ରାୟ ୪.୧୦ ମିନିଟରେ ପୁଣି ଥରେ ଲ୍ୟାଣ୍ଡସ୍ଲାଇଡିଂ ହୋଇଥିଲା । ଏଥିରେ ଓ୍ବାୟନାଡ ୪ଟି ଗାଁ ମାଟି ସମାଧି ନେଇଥିଲା । ଶେଷ ଖବର ସୁଦ୍ଧା ଏହି ବିପର୍ଯ୍ୟୟରେ ୩୦୮ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନେକ ଏବେ ବି ନିଖୋଜ ରହିଛନ୍ତି । ଓଡ଼ିଶାରୁ ୨ଜଣ ଡାକ୍ତରଙ୍କ ଏହି ଭୂ-ସ୍ଖଳନରେ ମୃତ୍ୟୁ ହୋଇଛି । ଜଣଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟଜଣେ ଏବେବି ନିଖୋଜ ରହିଛନ୍ତି ।...