ଓ୍ଵାଙ୍ଖେଡ଼େରେ ଅଭିଷେକଙ୍କ ପାଓ୍ଵାର ଶୋ, ହାସଲ କଲେ ୨ୟ ଶତକ, ଇଂଲଣ୍ଡ ଆଗରେ ବିଶାଳ ଲକ୍ଷ୍ୟ
ମୁମ୍ଵାଇ: ଓ୍ଵାଙ୍ଖେଡ଼େରେ ଅଭିଷେକଙ୍କ ପାଓ୍ଵାର ଶୋ। ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଓ୍ଵାଙ୍ଖେଡ଼େରେ ଖେଳା ଯାଉଥିବା ସିରିଜର ଶେଷ ତଥା ପଞ୍ଚମ ଟି-୨୦ରେ ଭାରତ ବିଶାଳ ସ୍କୋର କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଓ୍ଵିକେଟ୍ ହରାଇ ୨୪୭ ରନ କରିଛି। ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡ ସମ୍ମୁଖରେ ୨୪୮ ରନର ବିଜୟ ଲକ୍ଷ୍ୟ ରହିଛି। ଅଭିଷେକ ଶର୍ମା ୫୪ ବଲ୍ରୁ ୧୩୫ ରନର ବିଧ୍ଵଂସୀ ଇନିଂସ ଖେଳିଛନ୍ତି। ଏଥିରେ ୭ ଚୌକା ଓ ୧୩ ଛକା ସାମିଲ। ଏହି ଇନିଂସରେ ଅଭିଷେକ ଅନେକ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଶିବମ ଦୁବେ ଦ୍ଵିତୀୟ ସର୍ବାଧିକ ୩୦ ରନ କରିଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ୨୧ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ସଞ୍ଜୁ ସାମସନ(୧୬) ପୁଣି ସଟ୍ ବଲ୍ରେ ଆଉଟ୍ ହୋଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଅଭିଷେକ ଶର୍ମାଙ୍କ ପାଓ୍ଵାର। ପଡ଼ିଆର ଚତୁର୍ଦିଗରେ ଛକା-ଚୌକା ବର୍ଷା କରିଥିଲେ। ପ୍ରଥମେ ସେ ୧୭ ବଲ୍ରେ ଭାରତ ପକ୍ଷରୁ ଦ୍ଵିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ। ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ପାଓ୍ଵାର ପ୍ଲେରେ ନିଜର ସର୍ବାଧିକ ୯୪ ରନ ସଂଗ୍ରହ କରିଥିଲେ। ତିଳକ ବର୍ମା ୨୪ ରନ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୨) ପୁଣି ଥରେ ଖରାପ ଫର୍ମ ଜାରି ରଖି ଆଉଟ୍ ହୋଇଥିଲେ। ଅନ୍ୟପଟେ ଅଭିଷେକ ଶର୍ମା ନିଜର ଧୂଆଁଧାର ବ୍ୟାଟିଂ ଜାରି ରଖି ଇଂଲଣ୍ଡ ବ
ମୁମ୍ଵାଇ: ଓ୍ଵାଙ୍ଖେଡ଼େରେ ଅଭିଷେକଙ୍କ ପାଓ୍ଵାର ଶୋ। ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଓ୍ଵାଙ୍ଖେଡ଼େରେ ଖେଳା ଯାଉଥିବା ସିରିଜର ଶେଷ ତଥା ପଞ୍ଚମ ଟି-୨୦ରେ ଭାରତ ବିଶାଳ ସ୍କୋର କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଓ୍ଵିକେଟ୍ ହରାଇ ୨୪୭ ରନ କରିଛି। ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡ ସମ୍ମୁଖରେ ୨୪୮ ରନର ବିଜୟ ଲକ୍ଷ୍ୟ ରହିଛି। ଅଭିଷେକ ଶର୍ମା ୫୪ ବଲ୍ରୁ ୧୩୫ ରନର ବିଧ୍ଵଂସୀ ଇନିଂସ ଖେଳିଛନ୍ତି। ଏଥିରେ ୭ ଚୌକା ଓ ୧୩ ଛକା ସାମିଲ। ଏହି ଇନିଂସରେ ଅଭିଷେକ ଅନେକ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଶିବମ ଦୁବେ ଦ୍ଵିତୀୟ ସର୍ବାଧିକ ୩୦ ରନ କରିଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ୨୧ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ସଞ୍ଜୁ ସାମସନ(୧୬) ପୁଣି ସଟ୍ ବଲ୍ରେ ଆଉଟ୍ ହୋଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଅଭିଷେକ ଶର୍ମାଙ୍କ ପାଓ୍ଵାର। ପଡ଼ିଆର ଚତୁର୍ଦିଗରେ ଛକା-ଚୌକା ବର୍ଷା କରିଥିଲେ। ପ୍ରଥମେ ସେ ୧୭ ବଲ୍ରେ ଭାରତ ପକ୍ଷରୁ ଦ୍ଵିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ। ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ପାଓ୍ଵାର ପ୍ଲେରେ ନିଜର ସର୍ବାଧିକ ୯୪ ରନ ସଂଗ୍ରହ କରିଥିଲେ।
ତିଳକ ବର୍ମା ୨୪ ରନ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୨) ପୁଣି ଥରେ ଖରାପ ଫର୍ମ ଜାରି ରଖି ଆଉଟ୍ ହୋଇଥିଲେ। ଅନ୍ୟପଟେ ଅଭିଷେକ ଶର୍ମା ନିଜର ଧୂଆଁଧାର ବ୍ୟାଟିଂ ଜାରି ରଖି ଇଂଲଣ୍ଡ ବୋଲରଙ୍କୁ ପ୍ରହାର କରି ଚାଲିଥିଲେ। ମଧ୍ୟକ୍ରମରେ ଶିବମ ଦୁବେ(୩୦ ରନ) ତାଙ୍କୁ ଉତ୍ତମ ସହାୟତା ଦେଇଥିଲେ। ଅଭିଷେକ ୩୭ ବଲ୍ରୁ ଅନ୍ତର୍ଜାତୀୟ ଟି-୨୦ରେ ତୃତୀୟ ଦ୍ରୁତ ତମ ଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ରୋହିତ ଶର୍ମାଙ୍କ ପରେ ଅଭିଷେକ ଦ୍ଵିତୀୟ ଦ୍ରୁତତମ ଶତକ ଅର୍ଜନ କରିଛନ୍ତି।
ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା(୯) ଓ ରିଙ୍କୁ ସିଂ(୯) ପାଭିଲିୟନ ଫେରିଥିଲେ। ଅକ୍ଷର ପଟେଲ୍ ୧୫ ରନ କରି ଅପରାଜିତ ଥିଲେ। ଅଭିଷେକ ଶର୍ମା ଆଉଟ୍ ହେବା ପରେ ଭାରତର ଇନିଂସ ଧିମା ପଡିଥିଲା। ଅଭିଷେକ ୫୪ ବଲ୍ରୁ ୭ ଚୌକା ଓ ୧୩ ଛକା ବଳରେ ୧୩୫ ରନ କରିଥିଲେ। ତାଙ୍କର ଏହି ଶତକୀୟ ଇନିଂସ ଦମରେ ଭାରତ ୯ ଓ୍ଵିକେଟ୍ ହରାଇ ୨୪୭ ରନ କରିଛି। ଅଭିଷେକ ଟି-୨୦ କ୍ୟାରିୟରରେ ଦ୍ଵିତୀୟ ଶତକ ହାସଲ କରିଛନ୍ତି।