ଓ୍ୱାୟନାଡ ଭୂସ୍ଖଳନ: ଏବେବି ୨୦୦ ନିଖୋଜ, ମାଟି ତଳୁ ଜୀବନ ଖୋଜିବ ରାଡାର୍‌ ଡ୍ରୋନ୍‌

ଏପର୍ଯ୍ୟନ୍ତ ୩୪୪ ଲୋକଙ୍କ ମୃତ ହୋଇଥିବେ ବେଳେ ୨୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।

ଓ୍ୱାୟନାଡ ଭୂସ୍ଖଳନ: ଏବେବି ୨୦୦ ନିଖୋଜ, ମାଟି ତଳୁ ଜୀବନ ଖୋଜିବ ରାଡାର୍‌ ଡ୍ରୋନ୍‌

ତାଣ୍ଡବ ରଚିଛି ପ୍ରକୃତି। ଓ୍ୱାୟନାଡରେ ସବୁ କିଛି ଉଜାଡି ଦେଇଛି ଭୂସ୍ଖଳନ। ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଏବେବି ୨୦୦ ଲୋକ ନିଖୋଜ ଅଛନ୍ତି। ମାଟି ତଳେ ଅନେକ ଜୀବନ ରହିଛି। ସେମାନଙ୍କୁ ଖୋଜିବା ପାଇଁ ରାଡାର୍‌ ଡ୍ରୋନ୍‌ର ସହାୟତା ନେଇଛି ଉଦ୍ଧାରକାରୀ ଦଳ।

ୱାୟନାଡରେ ଭୂସ୍ଖଳନ ପରେ ପଞ୍ଚମ ଦିନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏପର୍ଯ୍ୟନ୍ତ ୩୪୪ ଲୋକଙ୍କ ମୃତ ହୋଇଥିବେ ବେଳେ ୨୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏମାନଙ୍କୁ ଖୋଜିବା ପାଇଁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏଜେନ୍ସିଗୁଡ଼ିକ ସାହସ ହରାଇ ନାହାଁନ୍ତି। ଶୁକ୍ରବାର ଦିନ ଅନେକ ଜୀବନ୍ତ ଲୋକଙ୍କୁ ମାଟି ତଳୁ ଉଦ୍ଧାର କରାଯାଇଛି। ଏଭଳି ପରିସ୍ଥିତିରେ ସ୍ୱତନ୍ତ୍ର ଟେକ୍ନୋଲୋଜି ସାହାଯ୍ୟରେ ସର୍ଚ୍ଚ ଅପରେସନକୁ ତୀବ୍ର କରାଯାଇଛି।

ଭୂସ୍ଖଳନ ପରେ ରାଡାରା ଡ୍ରୋନ୍‌ ସହାୟତାରେ ମାଟି ତଳେ ଫଶି ରହିଥିବା ଲୋକଙ୍କୁ ଖୋଜାଖୋଜି ଚାଲିଛି। କେବଳ ସେତିକି ନୁହେଁ ସନ୍ଧାନୀ କୁକୁର ସହାୟତା ମଧ୍ୟ ନିଆଯାଇଛି। ବ୍ୟସ୍ତ ଅଛନ୍ତି। ସେନା ୧୯୦ ଫୁଟ ଲମ୍ବର 'ବେଲି ବ୍ରିଜ୍' ନିର୍ମାଣ କାର୍ଯ୍ୟ ଶେଷ କରିବା ପରେ ସର୍ଚ୍ଚ ଅପରେସନ୍ ତୀବ୍ର ହୋଇଛି। ଉଦ୍ଧାରକାରୀ ଦଳ ଶୁକ୍ରବାର ଦିନ ଜିପିଏସ୍ କୋର୍ଡିନେଟ୍ ଏବଂ ଡ୍ରୋନ୍ ଚିତ୍ର ବ୍ୟବହାର କରି, ଭୂସ୍ଖଳନ ଘଟିଥିବା ଅଞ୍ଚଳରେ ରହୁଥିବା ଲୋକଙ୍କ ମୋବାଇଲ୍ ଫୋନରୁ ଶେଷ ଲୋକେସନ୍‌କୁ ସର୍ଚ୍ଚ କରି ମାଟି ତଳେ ଫସି ରହିଥିବା ଲୋକଙ୍କୁ ଖୋଜାଖୋଜି ଚଳାଇଛି।

ରାଡାର ଡ୍ରୋନ୍‌ କ'ଣ ?

ଏହି ଡ୍ରୋନ୍ ଭୂମିଠାରୁ ୧୨୦ ମିଟର ଉଚ୍ଚରେ ଉଡିଥାଏ। ଏକା ସମୟରେ ୪୦ ହେକ୍ଟରରେ ସର୍ଚ୍ଚ କରିଥିଳେ। ଏଥିରେ ରାଡାର ସିଷ୍ଟମର ବ୍ୟବହୃତ ହୋଇଛି। ଏହା ଚାରିଆଡେ ତରଙ୍ଗ ବା ସିଗ୍‌ନାଲ ପଠାଏ ଯାହା ସାହାଯ୍ୟରେ ମାଟି ତଳେ ପୋତି ହୋଇଥିବା ଲୋକ ଚିହ୍ନଟ କରାଯାଏ।