ଓଡ଼ିଆ ଅସ୍ମିତାକୁ ନେଇ ମୁହାଁମୁହିଁ: ଅରୁଣଙ୍କ ପ୍ରଶ୍ନରେ ସୂରଜଙ୍କ ରୋଚକ ଉତ୍ତର

କନକ ବ୍ୟୁରୋ: ଓଡ଼ିଆ ଅସ୍ମିତାର ଅର୍ଥ କ'ଣ? ବିଧାୟକ ପଚାରିଲେ, ମନ୍ତ୍ରୀ ବୁଝାଇଲେ। ବିଧାନସଭାରେ ଲିଖିତ ପ୍ରଶ୍ନ କଲେ ବିଜେଡି ବିଧାୟକ ଅରୁଣ ସାହୁ। ଓଡ଼ିଆ ଅଭିଧାନରେ ଦିଆଯାଇଥିବା ଅର୍ଥକୁ ଉଲ୍ଲେଖ କରି, ଅସ୍ମିତା ଶବ୍ଦର ବ୍ୟାଖା କଲେ ଓଡ଼ିଆ ଭାଷା, ସାହିତ ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ। ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁ ପଚାରିଥିବା ଅଣତାରକା ପ୍ରଶ୍ନ। ଏଥିରେ ଅସ୍ମିତା ଶବ୍ଦର ଆଭିଧାନିକ ଅର୍ଥ ଏବଂ ଓଡ଼ିଆ ଅସ୍ମିତାର ସମ୍ପୂର୍ଣ୍ଣ ବ୍ୟାଖ୍ୟା କରିବାକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ବିଧାନସଭା ବଜେଟ୍‌ ଅଧିବେଶନରେ ପଚରା ଯାଇଥିବା ଏହି ଲିଖିତ ପ୍ରଶ୍ନର, ଲିଖିତ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ। ଅତି ଚମତ୍କାର ଢଙ୍ଗରେ ଓଡ଼ିଆ ଅଭିଧାନରେ ଦିଆଯାଇଥିବା ଅସ୍ମିତା ଶବ୍ଦର ଅର୍ଥକୁ ଉଲ୍ଲେଖ କରି ଅରୁଣଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସଂସ୍କୃତି ମନ୍ତ୍ରୀ। ସବୁଠାରୁ ବଡ଼କଥା ହେଉଛି ଅସ୍ମିତା ଏକ ବିଶେଷ୍ୟ ଏବଂ ଏହାର ଅର୍ଥ ମୁଁ ପଣ ବା ଅହଂଜ୍ଞାନ ବୋଲି ବୁଝାଇ ଦେଇଛନ୍ତି ସୂର୍ୟ୍ୟବଂଶୀ ସୂରଜ।  ମନ୍ତ୍ରୀଙ୍କ ଉତ୍ତର କିନ୍ତୁ ବିଜେଡି ବିଧାୟକଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। କାରଣ ଅସ୍ମିତା ଶବ୍ଦର ଆଭିଧାନିକ ଅର୍ଥ ବୁଝାଇଥିଲେ ବି ଓଡ଼ିଆ ଅସ୍ମିତାର ସମ୍ପୂର୍ଣ୍ଣ ବ୍ୟାଖ୍ୟାନ କରିନାହାନ୍ତି ସୂର୍ୟ୍ୟବଂଶୀ ସୂରଜ। ଯେଉଁ ପ୍ରସଙ୍ଗକୁ ନେଇ ବିଜେପି ସାଧା

ଓଡ଼ିଆ ଅସ୍ମିତାକୁ ନେଇ ମୁହାଁମୁହିଁ: ଅରୁଣଙ୍କ ପ୍ରଶ୍ନରେ ସୂରଜଙ୍କ ରୋଚକ ଉତ୍ତର

କନକ ବ୍ୟୁରୋ: ଓଡ଼ିଆ ଅସ୍ମିତାର ଅର୍ଥ କ'ଣ? ବିଧାୟକ ପଚାରିଲେ, ମନ୍ତ୍ରୀ ବୁଝାଇଲେ। ବିଧାନସଭାରେ ଲିଖିତ ପ୍ରଶ୍ନ କଲେ ବିଜେଡି ବିଧାୟକ ଅରୁଣ ସାହୁ। ଓଡ଼ିଆ ଅଭିଧାନରେ ଦିଆଯାଇଥିବା ଅର୍ଥକୁ ଉଲ୍ଲେଖ କରି, ଅସ୍ମିତା ଶବ୍ଦର ବ୍ୟାଖା କଲେ ଓଡ଼ିଆ ଭାଷା, ସାହିତ ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ।

ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁ ପଚାରିଥିବା ଅଣତାରକା ପ୍ରଶ୍ନ। ଏଥିରେ ଅସ୍ମିତା ଶବ୍ଦର ଆଭିଧାନିକ ଅର୍ଥ ଏବଂ ଓଡ଼ିଆ ଅସ୍ମିତାର ସମ୍ପୂର୍ଣ୍ଣ ବ୍ୟାଖ୍ୟା କରିବାକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ବିଧାନସଭା ବଜେଟ୍‌ ଅଧିବେଶନରେ ପଚରା ଯାଇଥିବା ଏହି ଲିଖିତ ପ୍ରଶ୍ନର, ଲିଖିତ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ। ଅତି ଚମତ୍କାର ଢଙ୍ଗରେ ଓଡ଼ିଆ ଅଭିଧାନରେ ଦିଆଯାଇଥିବା ଅସ୍ମିତା ଶବ୍ଦର ଅର୍ଥକୁ ଉଲ୍ଲେଖ କରି ଅରୁଣଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସଂସ୍କୃତି ମନ୍ତ୍ରୀ। ସବୁଠାରୁ ବଡ଼କଥା ହେଉଛି ଅସ୍ମିତା ଏକ ବିଶେଷ୍ୟ ଏବଂ ଏହାର ଅର୍ଥ ମୁଁ ପଣ ବା ଅହଂଜ୍ଞାନ ବୋଲି ବୁଝାଇ ଦେଇଛନ୍ତି ସୂର୍ୟ୍ୟବଂଶୀ ସୂରଜ। 

ମନ୍ତ୍ରୀଙ୍କ ଉତ୍ତର କିନ୍ତୁ ବିଜେଡି ବିଧାୟକଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। କାରଣ ଅସ୍ମିତା ଶବ୍ଦର ଆଭିଧାନିକ ଅର୍ଥ ବୁଝାଇଥିଲେ ବି ଓଡ଼ିଆ ଅସ୍ମିତାର ସମ୍ପୂର୍ଣ୍ଣ ବ୍ୟାଖ୍ୟାନ କରିନାହାନ୍ତି ସୂର୍ୟ୍ୟବଂଶୀ ସୂରଜ। ଯେଉଁ ପ୍ରସଙ୍ଗକୁ ନେଇ ବିଜେପି ସାଧାରଣ ନିର୍ବାଚନ ଲଢିଥିଲା । ଏହି ପ୍ରସଙ୍ଗ ଓଡ଼ିଶାବାସୀଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିବାବେଳେ, ୨୪ ବର୍ଷର ବିଜେଡି ସରକାର କ୍ଷମତାରୁ ଗଲା ବୋଲି କୁହାଯାଇଛି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଅରୁଣ ସାହୁ ନିଜେ ମଧ୍ୟ ଅହଙ୍କାରରୁ ବିଜେଡି କ୍ଷମତାରୁ ଗଲା ବୋଲି ସ୍ୱୀକାର କରିସାରିଛନ୍ତି।      

ଶ୍ରୀମନ୍ଦିର ଚାରିଦ୍ୱାର, ରତ୍ନଭଣ୍ଡାର, ଅଣଓଡ଼ିଆ ଅଫିସର ଏବଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଭଳି ପ୍ରସଙ୍ଗକୁ ନେଇ ପୂର୍ବତନ ବିଜେଡି ସରକାରକୁ ଘେରିବା ପାଇଁ ଗତ ସାଧାରଣ ନିର୍ବାଚନରେ ବିଜେପି ଯେଉଁ ଗୋଟିଚାଳନା କରିଥିଲା ତାର ନାଁ ଥିଲା ଓଡ଼ିଆ ଅସ୍ମିତା। କୁହାଯାଉଛି ରାଜ୍ୟବାସୀଙ୍କ ଭାବାବେଗକୁ ଏହି ପ୍ରସଙ୍ଗଟି ବେଶ ଛୁଇଁଗଲା। ଆଉ ନିର୍ବାଚନରେ ଏହାର ପରିଣାମ ବି ଦେଖିବାକୁ ମିଳିଲା। ତେଣୁ ରାଜ୍ୟ ରାଜନୀତିରେ ପଟ୍ଟ ପରିବର୍ତ୍ତନ ପରେ ବି ଏହି ଅସ୍ମିତା ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଛନ୍ତି ଶାସକ ଓ ବିରୋଧୀ।