ଓଡ଼ିଆରେ ପଢ଼ାଯିବ ମେଡିକାଲ ପାଠ, ଏମବିବିଏସ ପାଇଁ ଉପଲବ୍ଧ ବହିର ହେବ ଓଡ଼ିଆ ଅନୁବାଦ

ଭୁବନେଶ୍ୱର,୦୫/୦୭: ଡାକ୍ତରୀ ପାଠ ପଢ଼ିବାକୁ ଯାଉଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ସେମାନେ ଓଡ଼ିଆରେ ପଢିପାରିବେ ଡାକ୍ତରୀ ସ୍ନାତକ (ଏମବିବିଏସ) ପାଠ । ପୂର୍ବରୁ ଇଞ୍ଜିନିୟରିଂ ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଏବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏମବିବିଏସ୍‌ ଓଡ଼ିଆ ପାଠ୍ୟ ପୁସ୍ତକ ବିଶେଷଜ୍ଞ କମିଟି ଗଠନ ହୋଇଛି । କମିଟିରେ ବିଭିନ୍ନ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜର ବଛା ବଛା ୨୨ଜଣ ପ୍ରଫେସର ଓ ଡାକ୍ତର ରହିଛନ୍ତି । ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶାନାମା ଜାରି କରିଛି । ପାଠ୍ୟ ପୁସ୍ତକ ବିଶେଷଜ୍ଞ କମିଟି ଏମ୍‌ବିବିଏସ୍‌ ପାଇଁ ଉଦ୍ଦିଷ୍ଟ ବହିକୁ ଚିହ୍ନଟ କରିବେ । ଯାହାକି କମିଟି ଦ୍ୱାରା ଓଡ଼ିଆ ଭାଷାରେ ଅନୁବାଦ ହେବ । କମିଟିର ସଭାପତି ଭାବେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ (ଓୟୁଏଚ୍‌ଏସ୍‌)ର କୁଳପତି ପ୍ରଫେସର ଡା. ମାନସ ରଞ୍ଜନ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ଅନ୍ୟ ସଦସ୍ୟମାନେ ହେଲେ ଏମ୍‌ସ, ଭୁବନେଶ୍ୱର ପ୍ରଫେସର ଡା. ପ୍ରଭାସ କୁମାର ତ୍ରିପାଠୀ, କଟକ ଏସ୍‌ସିବି ମେଡିକାଲ କଲେଜର ପ୍ରଫେସର ଅର୍ଚ୍ଚନା ମିଶ୍ର, ଏମ୍‌ସର ପ୍ରଫେସର ମନସ୍ୱିନୀ ମଙ୍ଗରାଜ, ପ୍ରଫେସର ନିରଞ୍ଜନ ରାଉତ, ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜର ଆଡିସନାଲ ପ୍ରଫେସର ଡା

ଓଡ଼ିଆରେ ପଢ଼ାଯିବ ମେଡିକାଲ ପାଠ, ଏମବିବିଏସ ପାଇଁ ଉପଲବ୍ଧ ବହିର ହେବ ଓଡ଼ିଆ ଅନୁବାଦ

ଭୁବନେଶ୍ୱର,୦୫/୦୭: ଡାକ୍ତରୀ ପାଠ ପଢ଼ିବାକୁ ଯାଉଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ସେମାନେ ଓଡ଼ିଆରେ ପଢିପାରିବେ ଡାକ୍ତରୀ ସ୍ନାତକ (ଏମବିବିଏସ) ପାଠ । ପୂର୍ବରୁ ଇଞ୍ଜିନିୟରିଂ ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଏବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । 

ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏମବିବିଏସ୍‌ ଓଡ଼ିଆ ପାଠ୍ୟ ପୁସ୍ତକ ବିଶେଷଜ୍ଞ କମିଟି ଗଠନ ହୋଇଛି । କମିଟିରେ ବିଭିନ୍ନ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜର ବଛା ବଛା ୨୨ଜଣ ପ୍ରଫେସର ଓ ଡାକ୍ତର ରହିଛନ୍ତି । ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶାନାମା ଜାରି କରିଛି । 

ପାଠ୍ୟ ପୁସ୍ତକ ବିଶେଷଜ୍ଞ କମିଟି ଏମ୍‌ବିବିଏସ୍‌ ପାଇଁ ଉଦ୍ଦିଷ୍ଟ ବହିକୁ ଚିହ୍ନଟ କରିବେ । ଯାହାକି କମିଟି ଦ୍ୱାରା ଓଡ଼ିଆ ଭାଷାରେ ଅନୁବାଦ ହେବ । କମିଟିର ସଭାପତି ଭାବେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ (ଓୟୁଏଚ୍‌ଏସ୍‌)ର କୁଳପତି ପ୍ରଫେସର ଡା. ମାନସ ରଞ୍ଜନ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ଅନ୍ୟ ସଦସ୍ୟମାନେ ହେଲେ ଏମ୍‌ସ, ଭୁବନେଶ୍ୱର ପ୍ରଫେସର ଡା. ପ୍ରଭାସ କୁମାର ତ୍ରିପାଠୀ, କଟକ ଏସ୍‌ସିବି ମେଡିକାଲ କଲେଜର ପ୍ରଫେସର ଅର୍ଚ୍ଚନା ମିଶ୍ର, ଏମ୍‌ସର ପ୍ରଫେସର ମନସ୍ୱିନୀ ମଙ୍ଗରାଜ, ପ୍ରଫେସର ନିରଞ୍ଜନ ରାଉତ, ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜର ଆଡିସନାଲ ପ୍ରଫେସର ଡା. ଭରତ ପଟେଲ, ଓୟୁଏଚ୍‌ଏସ୍‌ର ଉପ ପରୀକ୍ଷା ନିରୀକ୍ଷକ ଡା. ପ୍ରଦୀପ କୁମାର ନାୟକ, ଏମ୍‌ସର ଆଡିସନାଲ ପ୍ରଫେସର ଡା. ବିଶ୍ୱରଞ୍ଜନ ପାଢ଼ୀ, ବ୍ରହ୍ମପୁର ଏମ୍‌କେସିଜିର ପ୍ରଫେସର ଦୁର୍ଗା ଶତପଥୀ, ଏମ୍‌ସର ପ୍ରଫେସର ପ୍ରଦୀପ୍ତ ପରିଡ଼ା । 

ବାରିପଦା ପିଆରଏମ୍‌ର ଆସୋସିଏଟ୍‌ ପ୍ରଫେସର ପ୍ରସନ୍ନ କୁମାର ରାଠୋର, ପ୍ରଫେସର ରୀତାଞ୍ଜଳି ବେହେରା, ପୁରୀ ଏସ୍‌ଜେଏମ୍‌ସିଏଚ୍‌ର ଆସୋସିଏଟ ପ୍ରଫେସର ଡା. ଲଚ୍ଛମନ୍‌ ବାଗ, ଏମ୍‌ସର ପ୍ରଫେସର ବିଷ୍ଣୁ ପାତ୍ର, ପ୍ରଫେସର ଭାଗିରଥୀ ଦ୍ୱିବେଦୀ, ଆସୋସିଏଟ ପ୍ରଫେସର ଡା. ବିଶ୍ୱନାଥ ବେହେରା, ପ୍ରଫେସର ଡା. ସୁଦୀପ୍ତ ନାୟକ, କଟକ ଏସ୍‌ସିବିର ପ୍ରଫେସର ମିହିର ରଞ୍ଜନ ନାୟକ, ଯାଜପୁର ଜେକେଏମସିଏଚ୍‌ର ପ୍ରଫେସର ରଞ୍ଜିତା ମହାପାତ୍ର, କୋରାପୁଟ ଏସ୍‌ଏଲ୍‌ଏନ୍‌ଏମ୍‌ସିଏଚ୍‌ର ଡା. ରାଜଶ୍ରୀ ରାଉତ ଏବଂ ଓୟୁଏଚ୍‌ଏସ୍‌ର ରେଜିଷ୍ଟ୍ରାର ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ପରାମର୍ଶଦାତା ଡ. ପ୍ରେମାନନ୍ଦ ମହାପାତ୍ର ସଦସ୍ୟ ରହିଛନ୍ତି । ପାଠ୍ୟପୁସ୍ତକ ଅନୁବାଦ ପାଇଁ ସମୟସୀମା ଓ ବ୍ୟୟ ଅଟକଳ ନିର୍ଦ୍ଧାରଣ ପାଇଁ କମିଟିକୁ କ୍ଷମତା ଦିଆଯାଇଛି । ଆସନ୍ତା ୧୫ଦିନ ମଧ୍ୟରେ କମିଟି ଏ ବିଷୟରେ ପ୍ରସ୍ତାବ ସ୍ୱାସ୍ଥ୍ୟ ବିଭାଗ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।