ଓଡ଼ିଶା ଆସିବେ ବିଜେପି ଚାଣକ୍ୟ । ପ୍ରସ୍ତୁତ ହେବ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନକ୍ସା ।
କନକ ବ୍ୟୁରୋ : ବର୍ଷ ଶେଷରେ ଓଡିଶା ଆସୁଛନ୍ତି ଅମିତ ଶାହା । ଦୁଇଦିନିଆ ସମ୍ବଲପୁର ଗସ୍ତ ପରେ ମୋହନ ସରକାର ଓ ସଙ୍ଗଠନ ନୂଆ ରୂପ ପାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ମୋହନ ସରକାରରେ ଏବେ ବି ୬ଟି ମନ୍ତ୍ରୀପଦ ଖାଲି ପଡିଛି । ନିଗମ ପାଇଁ ବି ଅନେକ ଆଶାୟୀ ଅଛନ୍ତି । ଏ ବାବଦରେ ଶାହା ରାଜ୍ୟ ନେତୃତ୍ବକୁ ମାର୍ଗଦର୍ଶନ ଦେବା ପରେ ବଦଳିବ ରାଜ୍ୟ ବିଜେପିର ନକ୍ସା । ପୁଣି ଏକ ମାସର ବ୍ୟବଧାନରେ ଓଡିଶା ଆସିବେ ବିଜେପି ନମ୍ୱର ଟୁ ନେତା ଅମିତ ଶାହା । ଚଳିତମାସ ୨୯ ଓ ୩୦ ତାରିଖରେ ବିଜେପି ଚାଣକ୍ୟ ସମ୍ବଲପୁର ଆସିବାର କାର୍ୟ୍ୟକ୍ରମ ରହିଛି । ଯଦିଓ କାର୍ୟ୍ୟକ୍ରମର ଏଜେଣ୍ଡା ନେଇ କିଛି ସ୍ପଷ୍ଟ ହୋଇନାହିଁ, ତେବେ ବିଜେପି ଅନ୍ଦରମହଲରୁ ମିଳିଥିବା ସୂଚନା ଅନୁସାରେ, ସରକାର ଓ ସଙ୍ଗଠନକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । କ୍ୟାବିନେଟ ସଂପ୍ରସାରଣ ନେଇ ଆଲୋଚନା ହୋଇପାରେ । ଏହାଛଡା ବିଭିନ୍ନ ରାଜନୈତିକ ପ୍ରସଙ୍ଗ ବି ଉଠିବ । ବର୍ତ୍ତମାନ ବିଜେପିର ସାଙ୍ଗଠନିକ ନିର୍ବାଚନ ଚାଲିଛି । ଆଗକୁ ରାଜ୍ୟ ସଭାପତି ନିର୍ବାଚନ ହେବ । ଶାହାଙ୍କ ଗସ୍ତ ବେଳେ ଏହି ଏଜେଣ୍ଡା ସ୍ଥାନ ପାଇବା ଯଥେଷ୍ଟ ସମ୍ଭାବନା ରହିଛି । ମୋହନ ସରକାର ଗଠନର ୬ ମାସ ପୁରିଗଲାଣି । ମନ୍ତ୍ରିମଣ୍ଡଳରେ ୧୬ ଜଣ ମନ୍ତ୍ରୀ ଅଛନ୍ତି । ଆଉ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । କୁହାଯାଉଛି, ତାଙ୍କ ପରାମର୍ଶରେ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବ । ସମ୍ଭ

କନକ ବ୍ୟୁରୋ : ବର୍ଷ ଶେଷରେ ଓଡିଶା ଆସୁଛନ୍ତି ଅମିତ ଶାହା । ଦୁଇଦିନିଆ ସମ୍ବଲପୁର ଗସ୍ତ ପରେ ମୋହନ ସରକାର ଓ ସଙ୍ଗଠନ ନୂଆ ରୂପ ପାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ମୋହନ ସରକାରରେ ଏବେ ବି ୬ଟି ମନ୍ତ୍ରୀପଦ ଖାଲି ପଡିଛି । ନିଗମ ପାଇଁ ବି ଅନେକ ଆଶାୟୀ ଅଛନ୍ତି । ଏ ବାବଦରେ ଶାହା ରାଜ୍ୟ ନେତୃତ୍ବକୁ ମାର୍ଗଦର୍ଶନ ଦେବା ପରେ ବଦଳିବ ରାଜ୍ୟ ବିଜେପିର ନକ୍ସା ।
ପୁଣି ଏକ ମାସର ବ୍ୟବଧାନରେ ଓଡିଶା ଆସିବେ ବିଜେପି ନମ୍ୱର ଟୁ ନେତା ଅମିତ ଶାହା । ଚଳିତମାସ ୨୯ ଓ ୩୦ ତାରିଖରେ ବିଜେପି ଚାଣକ୍ୟ ସମ୍ବଲପୁର ଆସିବାର କାର୍ୟ୍ୟକ୍ରମ ରହିଛି । ଯଦିଓ କାର୍ୟ୍ୟକ୍ରମର ଏଜେଣ୍ଡା ନେଇ କିଛି ସ୍ପଷ୍ଟ ହୋଇନାହିଁ, ତେବେ ବିଜେପି ଅନ୍ଦରମହଲରୁ ମିଳିଥିବା ସୂଚନା ଅନୁସାରେ, ସରକାର ଓ ସଙ୍ଗଠନକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । କ୍ୟାବିନେଟ ସଂପ୍ରସାରଣ ନେଇ ଆଲୋଚନା ହୋଇପାରେ । ଏହାଛଡା ବିଭିନ୍ନ ରାଜନୈତିକ ପ୍ରସଙ୍ଗ ବି ଉଠିବ । ବର୍ତ୍ତମାନ ବିଜେପିର ସାଙ୍ଗଠନିକ ନିର୍ବାଚନ ଚାଲିଛି । ଆଗକୁ ରାଜ୍ୟ ସଭାପତି ନିର୍ବାଚନ ହେବ । ଶାହାଙ୍କ ଗସ୍ତ ବେଳେ ଏହି ଏଜେଣ୍ଡା ସ୍ଥାନ ପାଇବା ଯଥେଷ୍ଟ ସମ୍ଭାବନା ରହିଛି ।
ମୋହନ ସରକାର ଗଠନର ୬ ମାସ ପୁରିଗଲାଣି । ମନ୍ତ୍ରିମଣ୍ଡଳରେ ୧୬ ଜଣ ମନ୍ତ୍ରୀ ଅଛନ୍ତି । ଆଉ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । କୁହାଯାଉଛି, ତାଙ୍କ ପରାମର୍ଶରେ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବ । ସମ୍ଭାବିତ ନାଁ ନେଇ ଚର୍ଚ୍ଚା ହୋଇପାରେ । ନୂଆ ଓ ବରିଷ୍ଠଙ୍କୁ ନେଇ ମୋହନଙ୍କ ଟିମର ପୁର୍ନଗଠନ ହେବ। ଏହାଛଡା ଦୀର୍ଘଦିନ ଧରି ବୋର୍ଡ ଓ ନିଗମ ପଦ ଖାଲିପଡିଛି । ଅନେକ ଆଶାୟୀ ବି ଅଛନ୍ତି । ତେଣୁ ଏହି ନିଯୁକ୍ତି ଉପରେ ଶାହାଙ୍କ ପରାମର୍ଶ ଲୋଡିପାରନ୍ତି ରାଜ୍ୟ ବିଜେପି ନେତୃତ୍ବ ।
ଅମିତ ଶାହଙ୍କ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଯିବେ ଦିଲ୍ଲୀ । ତାଙ୍କ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ମଧ୍ୟ ଦିଲ୍ଲୀ ଯାଇ ବରିଷ୍ଠ କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟିବେ । ଏହାପରେ ବର୍ଷ ଶେଷରେ ଆସୁଛନ୍ତି ଅମିତ ଶାହ । ତେଣୁ ନୂଆବର୍ଷରେ ମୋହନ ସରକାର ଓ ବିଜେପି ସଙ୍ଗଠନ ନୂଆ ରୂପରେ ଆସିବା ନେଇ ଯୋଜନା ପ୍ରସ୍ତୁତ କରାଯାଉଛି ।