ଓଡ଼ିଶା ଆସିବେ ମୁଖ୍ୟ ନିର୍ବାଚନ କମିଶନର

ଓଡ଼ିଶା ଆସୁଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର

ଓଡ଼ିଶା ଆସିବେ ମୁଖ୍ୟ ନିର୍ବାଚନ କମିଶନର

ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଏହାର ପ୍ରସ୍ତୁତି ସମୀକ୍ଷା କରିବାକୁ ଓଡ଼ିଶା ଆସୁଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ତାଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍ ଆସନ୍ତା ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ।

୧୬ ତାରିଖରେ ଏହି ଟିମ୍ ବିଭିନ୍ନ ଜାତୀୟ ଏବଂ ଆଂଚଳିକ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବେ। ଏଥିସହିତ ରାଜ୍ୟ ପଦାଧିକାରୀ, ଡିଇଓ, ଏସପି, ସିପି ଏବଂ ଆଇଜିଙ୍କ ସହ ମଧ୍ୟ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ଏହା ପର ଦିନ ଅର୍ଥାତ୍ ୧୭ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ନୋଡାଲ ଅଫିସର, ମୁଖ୍ୟଶାସନ ସଚିବ, ପୁଲିସ ଡିଜି ଏବଂ ଏନଫୋର୍ସମେଣ୍ଟ ଏଜେନ୍ସି ସହ ନିର୍ବାଚନ ବାବଦରେ ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ କମିଶନର ଓ ତାଙ୍କ ଟିମ୍।