ଓଡ଼ିଶା ଗସ୍ତରେ ଆସି ୬୮୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶନିବାର ଦିନ ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ କରିବା ସହିତ ଜନସାଧାରଣଙ୍କୁ ସମ୍ବୋଧନ କରିବେ । ମୋଦି ସମ୍ବଲପୁର ଆଇଆଇଏମ୍‌‌ର ନବନିର୍ମିତ କୋଠାର ଲୋକାର୍ପଣ କରିବା ସହିତ ସମ୍ବଲପୁର ସହରର ରେମେଡ ଛକଠାରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ପ୍ରଧାନମନ୍ତ୍ରୀ ସେହିଦିନ ଓଡ଼ିଶାରେ ଦୁଇଟି ତାପଜ ବିଦ୍ୟୁତ୍‌‌ ପ୍ରକଳ୍ପର ଲୋକାର୍ପଣ ଏବଂ ଗୋଟିଏ ତାପଜ ବିଦ୍ୟୁତ୍‌‌ ପ୍ରକଳ୍ପର ଶିଳାନ୍ୟାସ କରିବାର […] The post ଓଡ଼ିଶା ଗସ୍ତରେ ଆସି ୬୮୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

ଓଡ଼ିଶା ଗସ୍ତରେ ଆସି ୬୮୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶନିବାର ଦିନ ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ କରିବା ସହିତ ଜନସାଧାରଣଙ୍କୁ ସମ୍ବୋଧନ କରିବେ । ମୋଦି ସମ୍ବଲପୁର ଆଇଆଇଏମ୍‌‌ର ନବନିର୍ମିତ କୋଠାର ଲୋକାର୍ପଣ କରିବା ସହିତ ସମ୍ବଲପୁର ସହରର ରେମେଡ ଛକଠାରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଯୋଗଦେବେ ।

ପ୍ରଧାନମନ୍ତ୍ରୀ ସେହିଦିନ ଓଡ଼ିଶାରେ ଦୁଇଟି ତାପଜ ବିଦ୍ୟୁତ୍‌‌ ପ୍ରକଳ୍ପର ଲୋକାର୍ପଣ ଏବଂ ଗୋଟିଏ ତାପଜ ବିଦ୍ୟୁତ୍‌‌ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହି ୩ଟି ପ୍ରକଳ୍ପ ଲାଗି ମୋଟ ୨୮ ହଜାର ୯୭୮ କୋଟି ଟଙ୍କା ବ୍ୟୟ କରାଯିବ। ୧୬ ଶହ ମେଗାୱାଟ୍‌‌ କ୍ଷମତାବିଶିଷ୍ଟ ଏନ୍‌‌ଟିପିସି ଦର୍ଲିପାଲି ଥର୍ମାଲ ପାୱାର ଷ୍ଟେସନ୍‌‌ ଏବଂ ୨୫୦ ମେଗାୱାଟ୍‌‌ କ୍ଷମତାସମ୍ପନ୍ନ ଏନ୍‌‌ଏସ୍‌‌ପିସିଏଲ୍‌‌, ରାଉରକେଲା ପିପି-୨ ପରିବର୍ତ୍ତିତ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ। ସେହିଭଳି ୧୩ ଶହ ୨୦ ମେଗାୱାଟ୍‌‌ କ୍ଷମତାବିଶିଷ୍ଟ ଏନ୍‌‌ଟିପିସି ତାଳଚେର ଥର୍ମାଲ ପାୱାର ଷ୍ଟେଜ୍‌‌-୩ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ଦୁଇ ହଜାର ୪୫ କୋଟି ଟଙ୍କର ୩ଟି ଜାତୀୟ ରାଜପଥ ପ୍ରକଳ୍ପକୁ ସମ୍ବଲପୁରଠାରେ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ସେଗୁଡ଼ିକ ହେଲା – ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ୍‌‌ ଏବଂ ବ୍ରାହ୍ମଣୀ ବାଇପାସ୍‌‌ରୁ ରାଜମୁଣ୍ଡା ଏବଂ ତୃତୀୟଟି ହେଲା – ସୁନ୍ଦରଗଡ଼ ଜିଲ୍ଲାର ରିମୁଲିଠାରୁ ୫୨୦ ନମ୍ବର ଜାତୀୟ ରାଜପଥର କୋଏଡ଼ା ପର୍ଯ୍ୟନ୍ତ ପ୍ରକଳ୍ପ ରହିଛି ।

The post ଓଡ଼ିଶା ଗସ୍ତରେ ଆସି ୬୮୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.