ଓଡ଼ିଶା ପାଇଁ ଖୁସି ଖବର; ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କଲେ ଶିଳ୍ପପତି 

ଗତକାଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରାୟ ୬୦୦ ଉଦ୍ୟୋଗପତି ଏଥିରେ ଯୋଗ ଦେଇଥିଲେ। ଶିଳ୍ପ ଅନୁକୂଳ ନୀତି ଯୋଗୁଁ ଶିଳ୍ପପତି ମାନେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। 

ଓଡ଼ିଶା ପାଇଁ ଖୁସି ଖବର; ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କଲେ ଶିଳ୍ପପତି 

ଆଜି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସେ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ଥିବା ବେଳେ, ଗତକାଲି ଦିଲ୍ଲୀରେ ଆୟୋଜିତ ଆମ୍ବାସାଡର୍ସ ମିଟ୍‌ରେ ବିଭିନ୍ନ ରାଷ୍ଟ୍ରରୁ ଆସିଥିବା ରାଷ୍ଟ୍ରଦୂତ ମାନଙ୍କୁ ଭେଟି ଆଲୋଚନା କରିଥିଲେ। 

ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ର ପ୍ରାରମ୍ଭିକ ପର୍ଯ୍ୟାୟ ଭାବେ ଆୟୋଜିତ ମିଟରେ ଚୀନ୍, ଜାପାନ, ସିଙ୍ଗାପୁର, ବ୍ରାଜିଲ୍ ଓ ୟୁନାଇଟେଡ୍ କିଙ୍ଗଡମ୍ ଭଳି ୩୪ଟି ଦେଶର ରାଷ୍ଟ୍ରଦୂତ, ବାଣିଜ୍ୟିକ କମିଶନର ଓ ଶୀର୍ଷ ସ୍ତରର କୂଟନୈତିଜ୍ଞଙ୍କୁ ଭେଟିଛନ୍ତି ମୋହନ ମାଝୀ।

ଅଧିକ ପଢ଼ନ୍ତୁ: ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ, ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା

ସେମିକଣ୍ଡକ୍ଟର, ଗ୍ରୀନ୍ ଏନର୍ଜି, ଆଇଟି କ୍ଷେତ୍ରରେ ବିନିଯୋଗ ସମ୍ଭାବନା ଅଧିକ ଥିବାବେଳେ ଓଡ଼ିଶାକୁ କିପରି ଅଧିକ ବିଦେଶୀ ପୁ୍ଞ୍ଜି ନିବେଶ ଆସିପାରିବ ସେନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ୱାନ୍ ଟୁ ୱାନ୍ ସାକ୍ଷାତ ଆଲୋଚନା ମଧ୍ୟ ହୋଇଛି । 

ଗତକାଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରାୟ ୬୦୦ ଉଦ୍ୟୋଗପତି ଏଥିରେ ଯୋଗ ଦେଇଥିଲେ। ଶିଳ୍ପ ଅନୁକୂଳ ନୀତି ଯୋଗୁଁ ଶିଳ୍ପପତି ମାନେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ବିଶ୍ୱାସ ରହିଛି ୫ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଓଡ଼ିଶାରେ ନିଶ୍ଚିତ ବିନିଯୋଗ ହେବ ଏବଂ ଆମେ ଆମ ଉଦ୍ୟମରେ ନିଶ୍ଚୟ ରୂପେ ସଫଳ ହେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।