ଓଡ଼ିଶା ମହିଳା ସୃଷ୍ଟି କଲେ ନୂଆ ଟ୍ରେଣ୍ଡ: ସୁଭଦ୍ରା ଟଙ୍କା ନେବାରୁ ଓହରିଗଲେ ୧୮ ହଜାର

କନକ ବ୍ୟୁରୋ: ରାସନକାର୍ଡ, ଆବାସ, ଭତା ଭଳି ସାମାଜିକ ସହାୟତା ଯୋଜନାରେ ଅନେକ ଅଯୋଗ୍ୟ ସାମିଲ ହୋଇ ସୁବିଧା ନେଉଥିବା ପୂର୍ବରୁ ସାମନାକୁ ଆସିଛି। କିନ୍ତୁ ଏବେ ଓଡିଶାର ହଜାର ହଜାର ହିତାଧିକାରୀ ସୁଭଦ୍ରା ଟଙ୍କା ନନେବାକୁ ନିଷ୍ପତି ନେଇ ନୂଆ ଟ୍ରେଣ୍ଡ ସେଟ କରିଛନ୍ତି।  ସରକାରଙ୍କ ବିଭିନ୍ନ ଯୋଜନାରେ ହଜାର ହଜାର ଭୂତ ହିତାଧିକାରୀ ସାମିଲ ହୋଇଥିବା ଆପଣମାନେ ଜାଣିଥିବେ । ଅଯୋଗ୍ୟ ହୋଇ ମଧ୍ୟ ଯୋଗ୍ୟ ତାଲିକାରେ ସାମିଲ ହୋଇ ଆବାସ, ରାସନ, ଭତ୍ତା ପାଇଥିବା ଖବର ଶୁଣିଥିବେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଥିବା ୧କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୧୮ ହଜାର ୭୩୫ ମହିଳା ଡିସେମ୍ବର ୩ ସୁଦ୍ଧା ଓହରି ଯାଇଛନ୍ତି । ମହିଳାଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରାଯାଉଛି ।  ଯେଉଁ ହିତାଧିକାରୀମାନେ ଏହି ଯୋଜନାରେ ସୁବିଧା ନେବାକୁ ଚାହୁଁ ନାହାନ୍ତି, ସେମାନଙ୍କ ପାଇଁ ଅପଟ୍-ଆଉଟ୍ କରିବା ବ୍ୟବସ୍ଥା ସୁଭଦ୍ରା ୱେବସାଇଟରେ ରହିଛି । ଏବେ ବି ଏହା ଚାଲୁ ଅଛି । ବଡ କଥା ହେଉଛି, ଯେଉଁ ୧୮ହଜାରରୁ ଅଧିକ ମହିଳା ଅପଟ ଆଉଟ୍ ହୋଇଛନ୍ତି ସେମାନେ ଏହି ୱେବସାଇଟକୁ ଯାଉ ଓହରି ଯାଇଛନ୍ତି । ମହିଳାଙ୍କ ଏଭଳି ପଦକ୍ଷେପ ନୂଆ ଟ୍ରେଣ୍ଡ ସେଟ୍ କରିଛି ବୋଲି କୁହାଯାଇଛି ।  ଏସବୁ ଭିତରେ ଆସନ୍ତା ଡିସେମ୍ବର ୨୫ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ

ଓଡ଼ିଶା ମହିଳା ସୃଷ୍ଟି କଲେ ନୂଆ ଟ୍ରେଣ୍ଡ: ସୁଭଦ୍ରା ଟଙ୍କା ନେବାରୁ ଓହରିଗଲେ ୧୮ ହଜାର

କନକ ବ୍ୟୁରୋ: ରାସନକାର୍ଡ, ଆବାସ, ଭତା ଭଳି ସାମାଜିକ ସହାୟତା ଯୋଜନାରେ ଅନେକ ଅଯୋଗ୍ୟ ସାମିଲ ହୋଇ ସୁବିଧା ନେଉଥିବା ପୂର୍ବରୁ ସାମନାକୁ ଆସିଛି। କିନ୍ତୁ ଏବେ ଓଡିଶାର ହଜାର ହଜାର ହିତାଧିକାରୀ ସୁଭଦ୍ରା ଟଙ୍କା ନନେବାକୁ ନିଷ୍ପତି ନେଇ ନୂଆ ଟ୍ରେଣ୍ଡ ସେଟ କରିଛନ୍ତି। 

ସରକାରଙ୍କ ବିଭିନ୍ନ ଯୋଜନାରେ ହଜାର ହଜାର ଭୂତ ହିତାଧିକାରୀ ସାମିଲ ହୋଇଥିବା ଆପଣମାନେ ଜାଣିଥିବେ । ଅଯୋଗ୍ୟ ହୋଇ ମଧ୍ୟ ଯୋଗ୍ୟ ତାଲିକାରେ ସାମିଲ ହୋଇ ଆବାସ, ରାସନ, ଭତ୍ତା ପାଇଥିବା ଖବର ଶୁଣିଥିବେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଥିବା ୧କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୧୮ ହଜାର ୭୩୫ ମହିଳା ଡିସେମ୍ବର ୩ ସୁଦ୍ଧା ଓହରି ଯାଇଛନ୍ତି । ମହିଳାଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରାଯାଉଛି । 

ଯେଉଁ ହିତାଧିକାରୀମାନେ ଏହି ଯୋଜନାରେ ସୁବିଧା ନେବାକୁ ଚାହୁଁ ନାହାନ୍ତି, ସେମାନଙ୍କ ପାଇଁ ଅପଟ୍-ଆଉଟ୍ କରିବା ବ୍ୟବସ୍ଥା ସୁଭଦ୍ରା ୱେବସାଇଟରେ ରହିଛି । ଏବେ ବି ଏହା ଚାଲୁ ଅଛି । ବଡ କଥା ହେଉଛି, ଯେଉଁ ୧୮ହଜାରରୁ ଅଧିକ ମହିଳା ଅପଟ ଆଉଟ୍ ହୋଇଛନ୍ତି ସେମାନେ ଏହି ୱେବସାଇଟକୁ ଯାଉ ଓହରି ଯାଇଛନ୍ତି । ମହିଳାଙ୍କ ଏଭଳି ପଦକ୍ଷେପ ନୂଆ ଟ୍ରେଣ୍ଡ ସେଟ୍ କରିଛି ବୋଲି କୁହାଯାଇଛି । 

ଏସବୁ ଭିତରେ ଆସନ୍ତା ଡିସେମ୍ବର ୨୫ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ କସରତ ଆରମ୍ଭ କରିଛନ୍ତି ସରକାର । ଏଥିପାଇଁ ନୂଆ ଆବେଦନକାରୀଙ୍କ ସମେତ ଅଦ୍ୟାବଧି ସହାୟତା ପାଇପାରିନଥିବା ଦରଖାସ୍ତକାରୀଙ୍କ ଆବେଦନ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଅନ୍ୟପଟେ ସୁଭଦ୍ରା ଟଙ୍କା ପାଇନଥିବା ମହିଳା ରାସ୍ତାକୁ ଓହ୍ଲାଇଛନ୍ତି। ଗଜପତି ରାୟଗଡା ବ୍ଲକ ହାତିବାଡି ଗାଁର ମହିଳାମାନେ ରାସ୍ତାରୋକ କରିବା ସହ ଅଙ୍ଗନବାଡି ଦିଦିଙ୍କୁ ଅଟକ ରଖିଥିଲେ । ପ୍ରଶାସନର ବୁଝାସୁଝା ପରେ ରାସ୍ତାରୋକରୁ ଓହରି ଯାଇଛନ୍ତି ମହିଳା।