ଓଡ଼ିଶା ମୁଣ୍ଡରେ ପୁଣି ଆମ୍ବ ଟାକୁଆ ଅପବାଦ । ଦାରିଙ୍ଗିବାଡିରେ ଆମ୍ବ ଟାକୁଆ ନେଲା ୨ ଜୀବନ ।
କନକ ବ୍ୟୁରୋ: କାଶୀପୁରର ସେହି କଳାଦିନ ଫେରିଛି କନ୍ଧମାଳର ମାଣ୍ଡିପଙ୍କା ଗାଁକୁ । ଆମ୍ବ ଟାକୁଆର ଜାଉ ନେଇଛି ୨ ଜୀବନ । ୭ ମହିଳା ଏବେ ବି ହସ୍ପିଟାଲ ବେଡରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି । ୨ ଦିନ ତଳେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ହୋଇଥିଲେ ଗାଁର ମହିଳା । ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ରମିତା ଓ ରୁନୁ । ଯାହା ପୂରା ମାଣ୍ଡିପଙ୍କାକୁ ଶୋକରେ ବୁଡାଇ ଦେଇଛି । ଏ ଘଟଣା କେବଳ ୨ ଜୀବନ ନେଇନି ବରଂ ଓଡ଼ିଶା ମୁଣ୍ଡରେ ପୁଣିଥରେ ବୋଳିଛି କଳଙ୍କର ଟୀକା । ପୂର୍ବରୁ କାଶୀପୁରର ଆମ୍ବ ଟାକୁଆ ଜାଉ ଅଘଟଣ ଓଡ଼ିଶା ପାଇଁ ଅଭିଶପ୍ତ ଅଧ୍ୟାୟ ସୃଷ୍ଟି କରିଛି । ଏହାସତ୍ତ୍ୱେ କାଶୀପୁରବାସୀ ଆମ୍ବ ଟାକୁଆର ମୋହରୁ ମୁକୁଳି ପାରିନାହାନ୍ତି । ପ୍ରଶ୍ନ ଉଠୁଛି, ସରକାରଙ୍କ ପକ୍ଷରୁ ମାସିକ ରାସନ ମିଳୁଛି, ତଥାପି ଖାଇବା ଥାଳିରେ ଆମ୍ବ ଟାକୁଆର ସ୍ଥାନ ଆସିଲା କେମିତି ? କିଏ କହୁଛି ପୂର୍ବ ପୁରୁଷ ଖାଉଥିଲେ ଆମେ ଖାଉଛୁ ତ ପୁଣି କିଏ କହୁଛି ସରକାରଙ୍କ ମାଗଣା ଚାଉଳ ଅଭାବ ଦୂର କରିବାକୁ ଯଥେଷ୍ଟ ନୁହେଁ । ଅନ୍ୟପଟେ ଅଭାବ ପାଇଁ ନୁହେଁ ବରଂ ପୂର୍ବ ଅଭ୍ୟାସ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ସଫେଇ ରଖିଛନ୍ତି ସରକାର । ୨୦୦୧ରେ କାଶିପୁରରେ ଆମ୍ବ ଟାକୁଆର ପେଜ ନେଇଥିଲା ୩୨ ଜୀବନ। ଏହି ଘଟଣା ପୂରା ଓଡ଼ିଶାକୁ ନିନ୍ଦିତ କରିଥିଲା। ଏବେ ମାଣ୍ଡିପଙ୍କାରେ ଆମ୍ବ ଟାଢ଼କୁଆ ଜୀବନ ନେବା ସରକାରଙ୍କ ପ

କନକ ବ୍ୟୁରୋ: କାଶୀପୁରର ସେହି କଳାଦିନ ଫେରିଛି କନ୍ଧମାଳର ମାଣ୍ଡିପଙ୍କା ଗାଁକୁ । ଆମ୍ବ ଟାକୁଆର ଜାଉ ନେଇଛି ୨ ଜୀବନ । ୭ ମହିଳା ଏବେ ବି ହସ୍ପିଟାଲ ବେଡରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି । ୨ ଦିନ ତଳେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ହୋଇଥିଲେ ଗାଁର ମହିଳା । ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ରମିତା ଓ ରୁନୁ । ଯାହା ପୂରା ମାଣ୍ଡିପଙ୍କାକୁ ଶୋକରେ ବୁଡାଇ ଦେଇଛି । ଏ ଘଟଣା କେବଳ ୨ ଜୀବନ ନେଇନି ବରଂ ଓଡ଼ିଶା ମୁଣ୍ଡରେ ପୁଣିଥରେ ବୋଳିଛି କଳଙ୍କର ଟୀକା ।
ପୂର୍ବରୁ କାଶୀପୁରର ଆମ୍ବ ଟାକୁଆ ଜାଉ ଅଘଟଣ ଓଡ଼ିଶା ପାଇଁ ଅଭିଶପ୍ତ ଅଧ୍ୟାୟ ସୃଷ୍ଟି କରିଛି । ଏହାସତ୍ତ୍ୱେ କାଶୀପୁରବାସୀ ଆମ୍ବ ଟାକୁଆର ମୋହରୁ ମୁକୁଳି ପାରିନାହାନ୍ତି । ପ୍ରଶ୍ନ ଉଠୁଛି, ସରକାରଙ୍କ ପକ୍ଷରୁ ମାସିକ ରାସନ ମିଳୁଛି, ତଥାପି ଖାଇବା ଥାଳିରେ ଆମ୍ବ ଟାକୁଆର ସ୍ଥାନ ଆସିଲା କେମିତି ? କିଏ କହୁଛି ପୂର୍ବ ପୁରୁଷ ଖାଉଥିଲେ ଆମେ ଖାଉଛୁ ତ ପୁଣି କିଏ କହୁଛି ସରକାରଙ୍କ ମାଗଣା ଚାଉଳ ଅଭାବ ଦୂର କରିବାକୁ ଯଥେଷ୍ଟ ନୁହେଁ ।
ଅନ୍ୟପଟେ ଅଭାବ ପାଇଁ ନୁହେଁ ବରଂ ପୂର୍ବ ଅଭ୍ୟାସ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ସଫେଇ ରଖିଛନ୍ତି ସରକାର । ୨୦୦୧ରେ କାଶିପୁରରେ ଆମ୍ବ ଟାକୁଆର ପେଜ ନେଇଥିଲା ୩୨ ଜୀବନ। ଏହି ଘଟଣା ପୂରା ଓଡ଼ିଶାକୁ ନିନ୍ଦିତ କରିଥିଲା। ଏବେ ମାଣ୍ଡିପଙ୍କାରେ ଆମ୍ବ ଟାଢ଼କୁଆ ଜୀବନ ନେବା ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ଛିଡା କରିଛି । ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସତ କିନ୍ତୁ ଏହି ଘଟଣାର ପୁନରାବୃତ୍ତି ଯେପରି ନହେବ ତାହା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ। କାରଣ ଉପାନ୍ତ ଅଞ୍ଚଳର ଆଦିବାସୀ ଇଲାକାରେ ସରକାରୀ ଯୋଜନା ଏବେ ବି ଅପହଞ୍ଚ ।