ଓଡ଼ିଶାକୁ ଆଳୁ ପଠାଇବା ପାଇଁ ମମତାଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ରପ୍ତାନି ବନ୍ଦ ଥିବାରୁ ସେଠାକାର ସରକାରଙ୍କୁ ଚିଠି ଲେଖିଛନ୍ତି ବିରୋଧ ଦଳ ନେତା ନବୀନ ପଟ୍ଟନାୟକ । ଚିଠିରେ ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ ‘ଆପଣ ଜାଣନ୍ତି, ଆଳୁ ଆମ ଲୋକଙ୍କ ପାଇଁ ଏକ ଅତ୍ୟାବଶ୍ୟକ ସାମଗ୍ରୀ । ବର୍ଷା ଯୋଗୁ ଓଡ଼ିଶା ବଜାରରେ ଆଳୁର ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହାଫଳରେ ଦରବୃଦ୍ଧି ହେତୁ ସାଧାରଣ ଜନତା ନାନା ହଇରାଣ ହେଉଛନ୍ତି । ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି ଯେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ […] The post ଓଡ଼ିଶାକୁ ଆଳୁ ପଠାଇବା ପାଇଁ ମମତାଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ appeared first on KNews Odisha.

ଓଡ଼ିଶାକୁ ଆଳୁ ପଠାଇବା ପାଇଁ ମମତାଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ
navin

ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ରପ୍ତାନି ବନ୍ଦ ଥିବାରୁ ସେଠାକାର ସରକାରଙ୍କୁ ଚିଠି ଲେଖିଛନ୍ତି ବିରୋଧ ଦଳ ନେତା ନବୀନ ପଟ୍ଟନାୟକ । ଚିଠିରେ ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ ‘ଆପଣ ଜାଣନ୍ତି, ଆଳୁ ଆମ ଲୋକଙ୍କ ପାଇଁ ଏକ ଅତ୍ୟାବଶ୍ୟକ ସାମଗ୍ରୀ । ବର୍ଷା ଯୋଗୁ ଓଡ଼ିଶା ବଜାରରେ ଆଳୁର ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହାଫଳରେ ଦରବୃଦ୍ଧି ହେତୁ ସାଧାରଣ ଜନତା ନାନା ହଇରାଣ ହେଉଛନ୍ତି ।

ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି ଯେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ପାଖାପାଖି ୫୦ରୁ ଅଧିକ ଆଳୁ ବୋଝେଇ ଟ୍ରକ୍‌ର ଲମ୍ବା ଧାଡ଼ି ଲାଗିଛି ।

ପୂର୍ବରୁ ସମାନ ଘଟଣାରେ, ଆପଣଙ୍କର ମହାନ ଭାବନା ଆମ ଲୋକମାନଙ୍କୁ ପ୍ରେମ ଓ ଭଲପାଇବା ଦେଇଛି । ଓଡ଼ିଶାର ଲୋକ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଏକ ଦୃଢ଼ ସାଂସ୍କୃତିକ ସମ୍ବନ୍ଧ ରହିଛି ଏବଂ ଆମେ ସମସ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଭକ୍ତ । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଦୟାପୂର୍ବକ ଏହି ସମସ୍ୟା ପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ଓଡ଼ିଶାକୁ ସ୍ୱାଭାବିକ ଆଳୁ ଯୋଗାଣ ନିଶ୍ଚିତ କରନ୍ତୁ । ମୁଁ ଓଡ଼ିଶାର ଲୋକଙ୍କ ପାଇଁ ଆପଣଙ୍କ ସହଯୋଗ କାମନା କରୁଛି’ ।

କହି ରଖୁଛୁ ଯେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ରପ୍ତାନି ବନ୍ଦ ଥିବାରୁ ଦରବୃଦ୍ଧି ହୋଇଥିବା କୁହାଯାଉଛି । ଜଳେଶ୍ୱରର ସୀମାରେ ଅଟକି ରହିଥିଲା ଆଳୁ ବୋଝେଇ ଟ୍ରକ । ସୋନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଟ୍ରକଗୁଡ଼ିକୁ ଅଟକାଇ ରଖିଥିଲା । ତେବେ ଓଡ଼ିଶା ସୀମାନ୍ତରୁ ଟ୍ରକକୁ ଫେରାଇ ନେଇଛି ପଶ୍ଚିମବଙ୍ଗ ପ୍ରଶାସନ ।

The post ଓଡ଼ିଶାକୁ ଆଳୁ ପଠାଇବା ପାଇଁ ମମତାଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ appeared first on KNews Odisha.