ଓଡ଼ିଶାର ଉପକୂଳ ଦ୍ୱୀପରେ ଆସ୍ଥାନ ଜମାଇଲେଣି ବାଂଲାଦେଶୀ
ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ଥିବା ଦ୍ୱୀପଗୁଡ଼ିକ ଉପରେ ଏବେ ବାଂଲା ଅନୁପ୍ରବେଶକାରୀଙ୍କ ନଜର। ଏଠାରେ କିଛି ଲୋକ ବସବାସ କରିବା ଆରମ୍ଭ କରିଥିଲେ ହେଁ ସାମୁଦ୍ରିକ ପୁଲିସ ଓ ଗୁଇନ୍ଦା ପୁଲିସ ନିକଟରେ ଖବର ନାହିଁ। ଏହି ଅନୁପ୍ରବେଶକାରୀମାନେ ସେଠାରେ ସମୁଦ୍ରରୁ ମାଛ ଧରି ଜୀବନ ଅତିବାହିତ କରୁଛନ୍ତି ଓ ନିକଟସ୍ଥ ଜିଲ୍ଲାରେ ଅନୁପ୍ରବେଶକରି ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଓଡ଼ିଶାରୁ ଶସ୍ତାରେ ମେଡିସିନ୍ ନେଇ ବାଂଲାଦେଶରରେ ଚଢା ଦରରେ ବିକ୍ରି କରୁଥିବା ଓ ସେଠାରୁ […]

ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ଥିବା ଦ୍ୱୀପଗୁଡ଼ିକ ଉପରେ ଏବେ ବାଂଲା ଅନୁପ୍ରବେଶକାରୀଙ୍କ ନଜର। ଏଠାରେ କିଛି ଲୋକ ବସବାସ କରିବା ଆରମ୍ଭ କରିଥିଲେ ହେଁ ସାମୁଦ୍ରିକ ପୁଲିସ ଓ ଗୁଇନ୍ଦା ପୁଲିସ ନିକଟରେ ଖବର ନାହିଁ। ଏହି ଅନୁପ୍ରବେଶକାରୀମାନେ ସେଠାରେ ସମୁଦ୍ରରୁ ମାଛ ଧରି ଜୀବନ ଅତିବାହିତ କରୁଛନ୍ତି ଓ ନିକଟସ୍ଥ ଜିଲ୍ଲାରେ ଅନୁପ୍ରବେଶକରି ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଓଡ଼ିଶାରୁ ଶସ୍ତାରେ ମେଡିସିନ୍ ନେଇ ବାଂଲାଦେଶରରେ ଚଢା ଦରରେ ବିକ୍ରି କରୁଥିବା ଓ ସେଠାରୁ ନିଶା ସାମଗ୍ରୀ ଆଣି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିକ୍ରି କରୁଥିବା ସୂଚନା ମିଳିଛି।
ନିକଟରେ ସାଧାରଣତନ୍ତ୍ର ଦିବସରେ ଉପକୂଳର ଏହି ଦ୍ୱୀପଗୁଡ଼ିକରେ ଓଡ଼ିଶା ପୁଲିସ ପତାକା ଉଡ଼ାଇଥିଲା। ମାତ୍ର ଏହାପରେ ଏହି ଦ୍ୱୀପଗୁଡ଼ିକ କଥା ସରକାର ଓ ପୁଲିସ ଭୂଲି ଯାଇଛନ୍ତି। ସେହି ଅଞ୍ଚଳରେ ସାମୁଦ୍ରିକ ପୁଲିସ ପଇଁତରା ମାରୁନାହିଁ କିଡେ଼୍ରାନ ଜରିଆରେ ବେଆଇନ କାର୍ଯ୍ୟକଳାପର ତନଖି କରାଯାଉ ନାହିଁ। ବର୍ତ୍ତମାନ ୬୨ଟି ଛୋଟ ବଡ଼ ଦ୍ୱୀପକୁ ଚିହ୍ନଟ କରାଯାଇଥିବା ବେଳେ ଆହୁରି ଅନେକ ଦ୍ୱୀପକୁ ଚିହ୍ନଟ କରାଯାଇ ପାରିନାହିଁ। ବର୍ତ୍ତମାନ ସୁରକ୍ଷା ଦୁଷ୍ଟିରୁ ଏହି ଦ୍ୱୀପଗୁଡ଼ିକର ଭୂମିକା ଅଧିକ ରହିଛି। ଶତ୍ରୁଦେଶର ଲୋକମାନେ ଏଠାରେ ଲୁଚି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଉପରେ ନଜର ରଖିବାର ଆଶଙ୍କା ରହିଛି। ତେଣୁ ଦେଶ ଓ ରାଜ୍ୟ ପାଇଁ ଭବିଷ୍ୟତରେ ବିପଦ ଆଣିବା ସମ୍ଭାବନା ରହିଛି।
ବର୍ତ୍ତମାନ ୧୮ ଟି ଉପକୂଳ ପୁଲିସ ଷ୍ଟେସନରେ ମାତ୍ର ୧୫ ଟି ଡଙ୍ଗା ରହିଛି।ସେହିପରି ସାମୁଦ୍ରିକ ଥାନାଗୁଡ଼ିକରେ ମାନବସମ୍ବଳ ସଂଖ୍ୟା ମଧ୍ୟ କମ୍। ଯେଉଁ କର୍ମଚାରୀମାନେ ସାମୁଦ୍ରିକ ଥାନାରେ ନିଯୁକ୍ତି ପାଇଛନ୍ତି, ସେମାନେ ସେଠାରେ ନିଜ ଦାୟିତ୍ୱ ବି ଠିକ୍ ତୁଲାଇବାରେ ବ୍ୟର୍ଥ ହେଉଛନ୍ତି । ନିକଟରେ ଜଗତସିଂହପୁର ଜିଲ୍ଲାର ଏକ ସାମୁଦ୍ରିକ ଥାନା କର୍ମଚାରୀ ଦିନରେ ଲୁଙ୍ଗି ଗଞ୍ଜି ପିନ୍ଧି ମସ୍ତି କରୁଥିବା ଭିଡ଼ିଓ ଭାଇରାଲ ହୋଇଥିବା ଦେଖା ଯାଇଛି। ସାମୁଦ୍ରିକ ପୁଲିସର ଦକ୍ଷତା ବୃଦ୍ଧି ପାଇଁ ନାଭିଗେସନ୍ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟରେ ତାଲିମ ଦେବା ନିହାତି ଆବଶ୍ୟକ ହୋଇପଡିଛି।
ପ୍ରଶିକ୍ଷିତ କର୍ମଚାରୀଙ୍କ ଅଭାବ, ଅପର୍ଯ୍ୟାପ୍ତ ଉପକରଣ ଏବଂ ଅଦକ୍ଷ ପାଟ୍ରୋଲିଂ ବ୍ୟବସ୍ଥା ଉପକୂଳ ସୁରକ୍ଷାରେ ବାଧକ ହୋଇଛି। ତେଣୁ ବିଶେଷ ତାଲିମ ଏବଂ ଏଜେନ୍ସିଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି। ମତ୍ସ୍ୟଜୀବୀଙ୍କ ପାଇଁ ବାୟୋମେଟ୍ରିକ୍ ଚିପ୍ସ ଲଗାଇବା ଆବଶ୍ୟକ ରହିଛି। ଯାହାଫଳରେ ସେମାନଙ୍କ ଗତିବିଧି ଉପରେ ନଜର ରଖିପାରିବେ। ରାଜ୍ୟର ସାମୁଦ୍ରିକ କ୍ଷେତ୍ରାଧିକାର ୧୨ ନଟିକାଲ୍ ମାଇଲ୍ ପର୍ଯ୍ୟନ୍ତ ବିସ୍ତାରିତ। ତେଣୁ ଏହାର ଉପଯୁକ୍ତ ସୁରକ୍ଷା ନ ହେଲେ ରାଜ୍ୟ ପାଇଁ ଭବିଷ୍ୟତରେ ବିପଦ ଆସିପାରେ ବୋଲି ଆଶଙ୍କା କରାଯାଉଛି।