ଓଡ଼ିଶାରୁ ନେଇ ପଶ୍ଚିମବଙ୍ଗରେ ବାଘ ଚମଡ଼ା ବିକ୍ରି, ଧରାପଡ଼ିଲେ ୩ ଜଣ..

୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଚାଲିଥିଲା ଡିଲ୍.. କେଉଁଠୁ ଆଣିଲେ ବାଘ ଚମଡ଼ା, ବନ ବିଭାଗର ଛାନଭିନ୍..

ଓଡ଼ିଶାରୁ ନେଇ ପଶ୍ଚିମବଙ୍ଗରେ ବାଘ ଚମଡ଼ା ବିକ୍ରି, ଧରାପଡ଼ିଲେ ୩ ଜଣ..

ଓଡ଼ିଶାରୁ ଯାଇ ପଶ୍ଚିମବଙ୍ଗରେ ବାଘ ଚମଡ଼ା ବିକ୍ରି ରାକେଟରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ କାବୁ କରିଛି ବନ ବିଭାଗ। ପଶ୍ଚିମବଙ୍ଗକୁ ବାଘ ଚମଡ଼ା ବିକ୍ରି ପାଇଁ ଯାଇଥିବାବେଳେ ଏହି ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଏମାନେ ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ କରୁଥିଲେ। ବାଘ ଚମଡ଼ାକୁ ୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଉଦ୍ୟମ କରୁଥିଲେ। ଏହି ସମୟରେ ବନ ବିଭାଗ କାବୁ କରିଛି।

ସୂଚନା ଅନୁସାରେ ୩ ଅଭିଯୁକ୍ତ ଓଡ଼ିଶାରୁ ବାଘ ଚମଡ଼ା ନେଇ ପଶ୍ଚିମବଙ୍ଗ ଯାଇଥିଲେ । ସେଠାରେ ସେମାନେ ଉକ୍ତ ଚମଡ଼ାକୁ ୧୦ ଲକ୍ଷରେ ବିକ୍ରି କରିବାକୁ ଉଦ୍ୟମ ଚଳାଇଥିଲେ । ମାତ୍ର ଏନେଇ ବନ ବିଭାଗ ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଉକ୍ତ ୩ ଅଭିଯୁକ୍ତଙ୍କୁ ଧରିବାକୁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଥିଲା ।

ଏହାପରେ ଯୋଜନା ମୁତାବକ ଚଢ଼ାଉ କରାଯାଇ ସମସ୍ତ ୩ ଅଭିଯୁକ୍ତଙ୍କୁ ବନ ବିଭାଗ ବାନ୍ଧିଥିବା ବେଳେ ସେମାନଙ୍କ ନିକଟରୁ ବାଘ ଚମଡ଼ା ଜବତ କରିଛି । ଅଭିଯୁକ୍ତଙ୍କ ନାଁ ହେଲା ବିଶେଶ୍ୱର ବାଗ, ଉପେନ୍ଦ୍ର ବାଗ ଏବଂ ରାଜେନ୍ ନାଗ୍ । ଏହି ତେବେ ଏହି ୩ ଅଭିଯୁକ୍ତ ଓଡ଼ିଶାର କେଉଁ ଜିଲ୍ଲାର, ତାହା ଜଣା ପଡ଼ିନାହିଁ। ...