‘ଓଡ଼ିଶାରେ ଆରମ୍ଭ ହୋଇସାରିଛି ରାମରାଜ୍ୟ ପ୍ରକ୍ରିୟା’

ଗରିବଙ୍କୁ ଚାଉଳ ଦିଆଯାଉଛି, ଗରିବଙ୍କ କଷ୍ଟ କେବଳ ମୋଦି ହିଁ ବୁଝୁଛନ୍ତି । ତେଣୁ ରାଜ୍ୟରେ ବିକଳ୍ପ ସରକାର ଭାବେ ବାଛିବା ପାଇଁ ଲୋକେ ମନ ସ୍ଥିର କରି ସାରିଛନ୍ତି ବୋଲି କହିଛନ୍ତି ମନମୋହନ।

‘ଓଡ଼ିଶାରେ ଆରମ୍ଭ ହୋଇସାରିଛି ରାମରାଜ୍ୟ ପ୍ରକ୍ରିୟା’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ୯୩ ପ୍ରତିଶତ ଲୋକଙ୍କ ରହିଛି ସମର୍ଥନ । ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରଖିଛନ୍ତି ଏଭଳି ପ୍ରତିକ୍ରିୟା । ବିଜେପି ଫୋକସରେ ସବୁବେଳେ ପଶ୍ଚିମ ଓଡ଼ିଶା ରହିଛି ଏବଂ ରହିବ । ସୂଚନା ଅନୁସାରେ ଆସନ୍ତା ୩ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆଇଆଇଏମ ଉଦଘାଟନ୍‌ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ଏହା ସହ ସେ ଆହୁରି କହିଛନ୍ତି କି ଓଡ଼ିଶାରେ ରାମରାଜ୍ୟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଗରିବଙ୍କୁ ଚାଉଳ ଦିଆଯାଉଛି, ଗରିବଙ୍କ କଷ୍ଟ କେବଳ ମୋଦି ହିଁ ବୁଝୁଛନ୍ତି । ତେଣୁ ରାଜ୍ୟରେ ବିକଳ୍ପ ସରକାର ଭାବେ ବାଛିବା ପାଇଁ ଲୋକେ ମନ ସ୍ଥିର କରି ସାରିଛନ୍ତି ବୋଲି କହିଛନ୍ତି ମନମୋହନ। ନିର୍ବାଚନ ଫଳାଫଳ କହିବ ମୋଦି ଆସିବାର ପ୍ରଭାବ କ’ଣ ରହୁଛି ଏବଂ ଲୋକେ କାହାକୁ କେତେ ସମର୍ଥନ କରୁଛନ୍ତି। ସେମାନେ ପୂର୍ବରୁ ଅନେକ କାମ କରି ଲୋକହସା ହେବା ସହ ନିନ୍ଦିତ, ଅପମାନିତ ଓ ଲଜ୍ଜିତ ମଧ୍ୟ ହୋଇଛନ୍ତି। ତେବେ ମୋଦି ଭାରତ ବର୍ଷରେ କଠିନ ପରିଶ୍ରମ କରି ସଫଳ ହେଉଛନ୍ତି ବୋଲି କହିଛନ୍ତି ମନମୋହନ ସାମଲ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।