ଓଡ଼ିଶାରେ ଗୋସୁରକ୍ଷାକୁ କରାଯିବ ସୁନିଶ୍ଚିତ: ଖୁବଶୀଘ୍ର କଡା ଆଇନ ଆଣିବେ ମୋହନ ସରକାର
କନକ ବ୍ୟୁରୋ: ଆସାମରେ ଗୋମାଂସ ବ୍ୟାନ ପରେ ଓଡ଼ିଶାରେ ଗୋ ସୁରକ୍ଷାକୁ ନେଇ ନୂଆ ଆଇନ ଆଣିବାକୁ ଯାଉଛନ୍ତି ମୋହନ ସରକାର। ଏହି ଆଇନ ଆସିଲେ ଗୋ ମାଂସ, ଗୋ-ଚାଲାଣରେ ରୋକ ଲାଗିବ। ଏହାସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାଇ ଦେଇଛନ୍ତି ଆଇନମନ୍ତ୍ରୀ। ଓଡ଼ିଶାରେ ବନ୍ଦ ହେବ ଗୋମାଂସ, ଗୋ-ହତ୍ୟା ଓ ଗୋ ଚାଲାଣ । ଏନେଇ ମୋହନ ସରକାର ସବୁଜ ସଂକେତ ଦେଇଛନ୍ତି । ନୂଆ ସରକାର ରାଜ୍ୟରେ ଗୋ ସୁରକ୍ଷା ପାଇଁ ଖୁବଶୀଘ୍ର କଡା ଆଇନ ସହ ବିଲ ଆଣିବାକୁ ବିଚାର କରୁଥିବା ନେଇ ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ । ଏହି ବିଲ୍ ଆସିଲେ ବିରୋଧୀ ସ୍ବାଗତ କରିବାକୁ ସହମତି ଦେଇଛନ୍ତି । କିନ୍ତୁ ଗୋ-ଚାଲାଣରେ କିଏ ସମ୍ପୃକ୍ତ ଓ କିଏ ଗୋ ମାଂସ ବିକୁଛି ସେମାନଙ୍କୁ ସରକାର ଚିହ୍ନଟ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି। କେଉଁ ଦଳର ଲୋକ ଗୋମାଂସ ଚାଲାଣରେ ସମ୍ପୃକ୍ତ ତାହା ଲୋକେ ଜାଣିବା ଦରକାର ବୋଲି କହି ସରକାରଙ୍କୁ ତେରଛା ବାଣ ମାରିଛନ୍ତି ବିରୋଧୀ। ବୁଧବାର ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଇଛି ବିଜେପି ଶାସିତ ଆସାମ। ଏହାର କିଛି ଘଣ୍ଟା ପରେ ଗୋ-ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଅଣ୍ଟା ଭିଡିଛନ୍ତି ଓଡ଼ିଶା ସରକାର। ଗୋହତ୍ୟା, ଗୋ-ଚାଲାଣ ରୋକାଯାଇ ଗୋ-ବଂଶ ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଦୁଇ ପାଦ ଆଗକୁ ଯାଇ ନିଜେ ବାଛୁରୀ ଘରେ ପାଳିଛନ୍ତି। ଗୋ-ସୁରକ୍ଷା ପାଇଁ ନୂଆ ଆଇନ ଆଣିବା

କନକ ବ୍ୟୁରୋ: ଆସାମରେ ଗୋମାଂସ ବ୍ୟାନ ପରେ ଓଡ଼ିଶାରେ ଗୋ ସୁରକ୍ଷାକୁ ନେଇ ନୂଆ ଆଇନ ଆଣିବାକୁ ଯାଉଛନ୍ତି ମୋହନ ସରକାର। ଏହି ଆଇନ ଆସିଲେ ଗୋ ମାଂସ, ଗୋ-ଚାଲାଣରେ ରୋକ ଲାଗିବ। ଏହାସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାଇ ଦେଇଛନ୍ତି ଆଇନମନ୍ତ୍ରୀ।
ଓଡ଼ିଶାରେ ବନ୍ଦ ହେବ ଗୋମାଂସ, ଗୋ-ହତ୍ୟା ଓ ଗୋ ଚାଲାଣ । ଏନେଇ ମୋହନ ସରକାର ସବୁଜ ସଂକେତ ଦେଇଛନ୍ତି । ନୂଆ ସରକାର ରାଜ୍ୟରେ ଗୋ ସୁରକ୍ଷା ପାଇଁ ଖୁବଶୀଘ୍ର କଡା ଆଇନ ସହ ବିଲ ଆଣିବାକୁ ବିଚାର କରୁଥିବା ନେଇ ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ । ଏହି ବିଲ୍ ଆସିଲେ ବିରୋଧୀ ସ୍ବାଗତ କରିବାକୁ ସହମତି ଦେଇଛନ୍ତି । କିନ୍ତୁ ଗୋ-ଚାଲାଣରେ କିଏ ସମ୍ପୃକ୍ତ ଓ କିଏ ଗୋ ମାଂସ ବିକୁଛି ସେମାନଙ୍କୁ ସରକାର ଚିହ୍ନଟ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି। କେଉଁ ଦଳର ଲୋକ ଗୋମାଂସ ଚାଲାଣରେ ସମ୍ପୃକ୍ତ ତାହା ଲୋକେ ଜାଣିବା ଦରକାର ବୋଲି କହି ସରକାରଙ୍କୁ ତେରଛା ବାଣ ମାରିଛନ୍ତି ବିରୋଧୀ।
ବୁଧବାର ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଇଛି ବିଜେପି ଶାସିତ ଆସାମ। ଏହାର କିଛି ଘଣ୍ଟା ପରେ ଗୋ-ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଅଣ୍ଟା ଭିଡିଛନ୍ତି ଓଡ଼ିଶା ସରକାର। ଗୋହତ୍ୟା, ଗୋ-ଚାଲାଣ ରୋକାଯାଇ ଗୋ-ବଂଶ ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଦୁଇ ପାଦ ଆଗକୁ ଯାଇ ନିଜେ ବାଛୁରୀ ଘରେ ପାଳିଛନ୍ତି। ଗୋ-ସୁରକ୍ଷା ପାଇଁ ନୂଆ ଆଇନ ଆଣିବାକୁ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ମଧ୍ୟ ଶେଷ ହୋଇଛି। ନୂଆ ଆଇନରେ ଗୋଚାଲାଣ ଓ ଗୋ ହତ୍ୟା କରୁଥିବା ଲୋକଙ୍କ ବିରୋଧରେ ନିଆଯିବ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ।
ଗୋସୁରକ୍ଷାକୁ ନେଇ ପୂର୍ବରୁ ଅନେକଥର ଆନ୍ଦୋଳନ ମୁଣ୍ଡ ଟେକିଛି । ଗୋହତ୍ୟା ଓ ଗୋମାଂସ ଚାଲାଣକୁ ନେଇ ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ଏବେ ଏଥିରେ ବ୍ରେକ ଦେବାକୁ ନୂଆ ଆଇନ ଆଣି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ମୋହନ ସରକାର।