ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବାତାବରଣ ସୃଷ୍ଟି କରିଥିଲେ ନବୀନ
ଭୁବନେଶ୍ବର : ଆକୃଷ୍ଟ ହେଉ ଉତ୍କର୍ଷ ଓଡିଶା। ଅତୀତର ସଫଳତାକୁ ପାଥେୟ କରି ଆସୁ ନୂଆ ନୀତି।ନବୀନ ନେତୃତ୍ବରେ ୭... The post ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବାତାବରଣ ସୃଷ୍ଟି କରିଥିଲେ ନବୀନ appeared first on .
ଭୁବନେଶ୍ବର : ଆକୃଷ୍ଟ ହେଉ ଉତ୍କର୍ଷ ଓଡିଶା। ଅତୀତର ସଫଳତାକୁ ପାଥେୟ କରି ଆସୁ ନୂଆ ନୀତି।ନବୀନ ନେତୃତ୍ବରେ ୭ ଲକ୍ଷ କୋଟି ଗ୍ରାଉଣ୍ଡେଡ୍ ହୋଇଥିଲା। ଦୁଇ ଦିନରେ କେତେ ପୁଞ୍ଜି ଆସୁଛି ଅପେକ୍ଷା।ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଅପାର ସମ୍ଭାବନା। ମେକ ଇନ ଓଡ଼ିଶାର ୩ ସଂସ୍କରଣରେ ନବୀନ ଏହା ପ୍ରମାଣିତ କରିଛନ୍ତି। ନିବେଶର ୩ ସ୍ଥାନ ଭିତରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ।ପୂର୍ବ ମୁଖ୍ଯମନ୍ତ୍ରୀ ନବୀନଙ୍କ ନେତୃତ୍ବରେ ଓଡ଼ିଶାରେ ଶିଳ୍ପାୟନର ବାତାବରଣ ସୃଷ୍ଟି ହୋଇଥିଲା। ରାଜ୍ୟ, ଦେଶ ଓ ବିଦେଶରେ ମେକ୍ ଇନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ନିବେଶକଙ୍କୁ ଆକୃଷ୍ଟ କରାଯାଇଥିଲା। ୨୦୧୬ରେ ମେକ ଇନ ଓଡ଼ିଶାର ପ୍ରଥମ ସଂସ୍କରଣରେ ୨ ଲକ୍ଷ କୋଟି, ୨୦୧୮ ଦ୍ବିତୀୟ ସଂସ୍କରଣରେ ୪ ଲକ୍ଷ କୋଟି, ୨୦୨୨ ତୃତୀୟ ସଂସ୍କରଣରେ ୧୦ ଲକ୍ଷ କୋଟି ପୁଂଜି ଆସିଥିଲା ବୋଲି କହିଛନ୍ତି ବିଜେଡ଼ି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର।ଏବେ ମେକ ଇନ ଓଡ଼ିଶା ନାଁ ବଦଳି ଉତ୍କର୍ଷ ଓଡ଼ିଶା ହୋଇଛି। ଉତ୍କର୍ଷ ଓଡିଶା ସମ୍ମିଳନୀରେ ୫ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆସିବା ସମ୍ଭାବନା ଥିବା କହିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ। ପୂର୍ବ ମୁଖ୍ଯମନ୍ତ୍ରୀ ନବୀନଙ୍କ ସମୟରେ ୭ ଲକ୍ଷ କୋଟି ଗ୍ରାଉଣ୍ଡେଡ ହୋଇଥିଲାl ନବୀନଙ୍କ ନେତୃତ୍ୱରେ ଭିତ୍ତିଭୂମିକୁ ଅଧିକ ସୁଦୃଢ କରାଯାଇଥିଲାl ଏହାକୁ ନେଇ ନୀତି ଆୟୋଗ ଠାରୁ ଆରମ୍ଭ କରି ବିଭିନ୍ନ ଶିଳ୍ପ ଅନୁଷ୍ଠାନ ପ୍ରଶଂସା କରିଛନ୍ତିl ପ୍ରଧାନମନ୍ତ୍ରୀ ଆସିଲେ ଅନେକ ପ୍ରତିଶୃତି ଦେଲେ। କିନ୍ତୁ ଯାହା କୁହାଯାଉଛି ତାହା ହେଉନି। ୧୯ଟି କ୍ଷେତ୍ର ଲାଗି ନୀତି ପ୍ରସ୍ତୁତ କରିଥିଲେ ପୂର୍ବ ସରକାର। ଅତୀତର ସଫଳତାକୁ ପାଥେୟ କରି ନୂଆ ନୀତି ଅଣାଯାଉ। ରାଜ୍ୟ ସରକାର ଇଜ ଅଫ୍ ଡୁଇଂ ବିଜନେସକୁ ଆହୁରି ଆଗେଇ ନିଅନ୍ତୁ ବୋଲି ପ୍ରସ୍ତାବ ଦେଇଛି ବିଜେଡ଼ି।
ପେଟ୍ରୋକେମିକାଲ୍ସ,ପର୍ଯ୍ୟଟନ,ବୌଦ୍ଧ କ୍ଷେତ୍ରକୁ ସରକାର ଅଧିକ ଫୋକସ କରନ୍ତୁ ବୋଲି କହିଛି ବିଜେଡି। ଅନ୍ୟପଟେ କଂଗ୍ରେସ କହିଛି ବିଜେପି ସରକାର ପ୍ରଥମ ସିଙ୍ଗାପୁର ଗଲେ, ତାପରେ ପ୍ରବାସୀ ଭାରତୀୟ ଦିବସ ହେଲା। କିନ୍ତୁ ଓଡ଼ିଶାକୁ ମିଳିଲା କଣ ତାହା ସରକାର କିଛି କହିଲେନି। ଉତ୍କର୍ଷ ଓଡିଶା ପାଇଁ କୌଣସି ନିର୍ଦ୍ଦିଷ୍ଟ ନୀତି ନାହିଁ ବୋଲି କହିଛି କଂଗ୍ରେସ। ଅନ୍ୟପଟେ ଉତ୍କର୍ଷ ଓଡିଶା ରାଜ୍ଯର ବିକାଶ ପାଇଁ ଉଦ୍ଦିଷ୍ଟ ବୋଲି କହିଛି ବିଜେପି। ଦୁଇଦିନ ଧରି ଉତ୍କର୍ଷ ଓଡିଶା କାର୍ଯକ୍ରମ ଚାଲିବ।ସମ୍ମିଳନୀରେ ଓଡ଼ିଶା କେତେ ଲାଭବାନ ହେବ ତାକୁ ନେଇ ଆରମ୍ଭ ହୋଇଛି ବୟାନବାଜି
The post ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବାତାବରଣ ସୃଷ୍ଟି କରିଥିଲେ ନବୀନ appeared first on .