ଓଡ଼ିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ, ୩ଟା ସୁଦ୍ଧା ୪୮.୯୫% ମତଦାନ, ଭଟଲିରେ ସର୍ବାଧିକ

ଭୁବନେଶ୍ଵର:  ଆଜି ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭାରେ ଜନତା ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଅପରାହ୍ନ ୩ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ ହୋଇଛି। ଏହା ପୂର୍ବରୁ ଅପରାହ୍ଣ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ ହୋଇଥିଲା। ଅନେକ ସ୍ଥାନରେ ୫ଟା ଏବଂ ୬ଟା ପର୍ଯ୍ୟନ୍ତ ଭୋଟିଂ ଥିବାରୁ ମତଦାନ ହାର ଆହୁରି ବଢିବ। ସମୟ ଗଡିବା ସହ ବୁଥ ଗୁଡ଼ିକରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଭଟଲିରେ ସର୍ବାଧିକ ମତଦାନ ୫୯.୩୮ ପ୍ରତିଶତ ରହିଛି। Also read: କଟକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ- ୨୫ ବର୍ଷ ପରେ ଓଡିଶା ଇତିହାସ ରଚିବଏହି ପର୍ଯ୍ୟାୟରେ ଆସ୍କା, କନ୍ଧମାଳ, ବରଗଡ଼, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ଭୋଟିଂ ଜାରି ରହିଛି।  ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଅପରାହ୍ଣ ୩ଟା ସୁଦ୍ଧା ଆସ୍କାରେ ୪୫.୨୦ %,  ଅତାବିରାରେ ୫୬ %, ବାଲିଗୁଡାରେ ୪୭.୪୩%, ବରଗଡ଼ରେ  ୫୧.୫୩ %, ଭଞ୍ଜନଗରରେ ୪୧.୭୫, ଭଟଲିରେ ୫୯.୬୮ % , ବିଜେପୁରରେ  ୪୯.୩୦ %, ବିରମିତ୍ରପୁରରେ ୫୪.୦୧ %, ବୀରମହାରାଜପୁରରେ  ୫୩.୪୦ %, ବଲାଙ୍ଗୀରରେ ୪୦.୦୧ %, ବଣାଇରେ ୫୮.୩୦ %, ବୌଦ୍ଧରେ ୫୬.୩୯ %, ବ୍ରଜରାଜନଗରରେ ୫୩.୯୧ %, ଦଶପଲ୍ଲାରେ ୫୦.୧୦ %, ଜି.ଉଦୟଗିରିରେ ୪୭.୨୬ %, ହିଞ୍ଜିଳିରେ ୪୬.୯୮ % ମତଦାନ ରହିଛି।ସେହିପରି ଝାରସୁଗୁଡାରେ  ୫୬.୧୯ %,  କବିସୂର୍ଯ୍ୟନଗରରେ ୪୭.୮୮ %,

ଓଡ଼ିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ,  ୩ଟା ସୁଦ୍ଧା ୪୮.୯୫% ମତଦାନ, ଭଟଲିରେ ସର୍ବାଧିକ

ଭୁବନେଶ୍ଵର:  ଆଜି ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭାରେ ଜନତା ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଅପରାହ୍ନ ୩ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ ହୋଇଛି। ଏହା ପୂର୍ବରୁ ଅପରାହ୍ଣ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ ହୋଇଥିଲା। ଅନେକ ସ୍ଥାନରେ ୫ଟା ଏବଂ ୬ଟା ପର୍ଯ୍ୟନ୍ତ ଭୋଟିଂ ଥିବାରୁ ମତଦାନ ହାର ଆହୁରି ବଢିବ। ସମୟ ଗଡିବା ସହ ବୁଥ ଗୁଡ଼ିକରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଭଟଲିରେ ସର୍ବାଧିକ ମତଦାନ ୫୯.୩୮ ପ୍ରତିଶତ ରହିଛି। 

Also read: କଟକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ- ୨୫ ବର୍ଷ ପରେ ଓଡିଶା ଇତିହାସ ରଚିବ

ଏହି ପର୍ଯ୍ୟାୟରେ ଆସ୍କା, କନ୍ଧମାଳ, ବରଗଡ଼, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ଭୋଟିଂ ଜାରି ରହିଛି।  ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଅପରାହ୍ଣ ୩ଟା ସୁଦ୍ଧା ଆସ୍କାରେ ୪୫.୨୦ %,  ଅତାବିରାରେ ୫୬ %, ବାଲିଗୁଡାରେ ୪୭.୪୩%, ବରଗଡ଼ରେ  ୫୧.୫୩ %, ଭଞ୍ଜନଗରରେ ୪୧.୭୫, ଭଟଲିରେ ୫୯.୬୮ % , ବିଜେପୁରରେ  ୪୯.୩୦ %, ବିରମିତ୍ରପୁରରେ ୫୪.୦୧ %, ବୀରମହାରାଜପୁରରେ  ୫୩.୪୦ %, ବଲାଙ୍ଗୀରରେ ୪୦.୦୧ %, ବଣାଇରେ ୫୮.୩୦ %, ବୌଦ୍ଧରେ ୫୬.୩୯ %, ବ୍ରଜରାଜନଗରରେ ୫୩.୯୧ %, ଦଶପଲ୍ଲାରେ ୫୦.୧୦ %, ଜି.ଉଦୟଗିରିରେ ୪୭.୨୬ %, ହିଞ୍ଜିଳିରେ ୪୬.୯୮ % ମତଦାନ ରହିଛି।

ସେହିପରି ଝାରସୁଗୁଡାରେ  ୫୬.୧୯ %,  କବିସୂର୍ଯ୍ୟନଗରରେ ୪୭.୮୮ %,  କଣ୍ଟାବାଞ୍ଜିରେ ୪୬.୨୮ %, କଣ୍ଟାମାଳରେ ୫୨.୨୧ %, ଖଲ୍ଲିକୋଟରେ ୪୭.୫୨ %, ଲୋଇସିଂହାରେ ୪୯.୬୨ %, ପଦମପୁରରେ  ୫୧.୧୨ %, ପାଟଣାଗଡରେ  ୪୧.୧୭ %, ଫୁଲବାଣୀରେ  ୫୦.୪୨ %, ପୋଲସରାରେ ୪୮.୪୨ %, ରଘୁନାଥପାଲ୍ଲିରେ  ୪୬.୩୦ %, ରାଜଗାଙ୍ଗପୁରରେ ୪୫%, ରାଉରକେଲାରେ ୪୩.୪୪ %, ସାନଖେମୁଣ୍ଡିରେ ୪୬.୧୬ %, ସୋନପୁରରେ  ୪୮.୮୮ %, ସୁନ୍ଦରଗଡରେ ୪୮ %,  ସୋରଡାରେ  ୪୧.୨୦ %, ତଳସରାରେ ୪୬.୮୦ % ଓ ଟିଟିଲାଗଡରେ ୫୧.୩୧ % ମତଦାନ ରହିଛି।