ଓଡ଼ିଶୀ ନୃତ୍ୟ ଶିଖିବାକୁ ଯାଇ ନାବାଳିକା ଛାତ୍ରୀ ଦୁଷ୍କର୍ମର ଶିକାର ଅଭିଯୋଗ
ଭଦ୍ରକ: ଓଡ଼ିଶୀ ନୃତ୍ୟ ଶିଖିବାକୁ ଯାଇ ନାବାଳିକା ଛାତ୍ରୀ ଦୁଷ୍କର୍ମର ଶିକାର ଅଭିଯୋଗ । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର... The post ଓଡ଼ିଶୀ ନୃତ୍ୟ ଶିଖିବାକୁ ଯାଇ ନାବାଳିକା ଛାତ୍ରୀ ଦୁଷ୍କର୍ମର ଶିକାର ଅଭିଯୋଗ appeared first on .
ଭଦ୍ରକ: ଓଡ଼ିଶୀ ନୃତ୍ୟ ଶିଖିବାକୁ ଯାଇ ନାବାଳିକା ଛାତ୍ରୀ ଦୁଷ୍କର୍ମର ଶିକାର ଅଭିଯୋଗ । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଏକ ନୃତ୍ୟ ଶିକ୍ଷା ଅନୁଷ୍ଠାନରେ ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଅନୁଷ୍ଠାନର ସମ୍ପାଦକ ତଥା ଗୁରୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଛାତ୍ରୀ ଜଣକ। ନୃତ୍ୟୁ ଗୁରୁ ଛାତ୍ରୀଙ୍କୁ ନୃତ୍ୟ ଶିକ୍ଷା ନାଁରେ ଅଶ୍ଳୀଳ ଆଚରଣ କରୁଥିଲେ। ଫଳରେ ଜନୈକ ଛାତ୍ରୀ ଜଣକ ନୃତ୍ୟ ଶିକ୍ଷା ବନ୍ଦ କରିଦେଇଥିଲେ। ନୃତ୍ୟ ଗୁରୁ ତାଙ୍କୁ ବାରମ୍ବାର ଫୋନ କରି ଡାକୁଥିଲେ। ଗତକାଲି ଛାତ୍ରୀ ଜଣକ ଅନୁଷ୍ଠାନରେ ପହଞ୍ଚିବା ପରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।ଘଟଣାସ୍ଥଳରେ ଗୁରୁଙ୍କ ଘର ଲୋକ ପହଞ୍ଚିବାରୁ ଗୁରୁ ତାଙ୍କୁ ଛାଡିଥିଲେ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଛାତ୍ରୀ। ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗୁରୁଙ୍କୁ ଗିରଫ କରି ତଦନ୍ତ ଚଳାଇଛି।…
The post ଓଡ଼ିଶୀ ନୃତ୍ୟ ଶିଖିବାକୁ ଯାଇ ନାବାଳିକା ଛାତ୍ରୀ ଦୁଷ୍କର୍ମର ଶିକାର ଅଭିଯୋଗ appeared first on .