ଓୟୁଏଟି ବିରୋଧରେ ସାଂଘାତିକ ଷଡଯନ୍ତ୍ର । ଗବେଷଣା ପାଇଁ ଥିବା ଜମିକୁ ନେଇଯାଇଥିଲେ ପୂର୍ବ ସରକାର
କନକ ବ୍ୟୁରୋ : ଭାରତର ଦ୍ବିତୀୟ ସର୍ବପୂରାତନ କୃଷି ବିଶ୍ବବିଦ୍ୟାଳୟ ଓୟୁଏଟି ବିରୋଧରେ କେମିତି ଷଡଯନ୍ତ୍ର ହୋଇଛି, ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି। ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଆଳୁ ଗବେଷଣା ପାଇଁ ଯେଉଁ ଜମିକୁ ଓୟୁଏଟି ଦୀର୍ଘ ୨୫ ବର୍ଷ ଧରି ବ୍ୟବହାର କରି ଆସୁଥିଲା ସେହି ଜମିକୁ ୨୦୧୯ ମସିହାରେ ନେଇ ଯାଇଥିଲେ ତତ୍କାଳୀନ ସରକାର। ତଥ୍ୟ ଅନୁସାରେ, ପ୍ରାୟ ୨ଶହ ଏକର ଜାଗାକୁ ନେଇ ଯାଇଛନ୍ତି। ଆଉ ସେହି ଜମିକୁ ପୂର୍ବରୁ ଥିବା ବରମୁଣ୍ଡା ବସଷ୍ଟାଣ୍ଡରେ ମିଶାଇ ଦେଇଥିଲେ। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଓୟୁଏଟି କୂଳପତି। ଓୟୁଏଟି ଭଳି କୃଷି ବିଶ୍ବବିଦ୍ୟାଳୟ ପାଇଁ ଜମିର ଗୁରୁତ୍ବ ବେଶ ଅଧିକ ରହିଛି। ତେଣୁ ପ୍ରଶ୍ନ ଉଠୁଛି ଗବେଷଣା ଭଳି ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟରେ ଲାଗୁଥିବା ଜମିକୁ କାହିଁକି ଅନ୍ୟ କାର୍ୟ୍ୟରେ ବ୍ୟବହାର କରାଯାଉଛି? ଓୟୁଏଟି ଜମିକୁ ଅନ୍ୟ ମାନଙ୍କୁ ଦେବା ପାଇଁ ନିଷ୍ପତି କିଏ ନେଇଥିଲେ? କାହାକୁ ଖୁସି କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା ? ଏହା ଦୂରଦୃଷ୍ଟିର ଅଭାବ ନା ଓୟୁଏଟି ବିରୋଧରେ ଷଡଯନ୍ତ୍ର? ଏହାର ଅନୁସନ୍ଧାନ କରି ଷଡଯନ୍ତ୍ରକାରୀଙ୍କୁ ଧରିବା ସହ ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡିଛି।

କନକ ବ୍ୟୁରୋ : ଭାରତର ଦ୍ବିତୀୟ ସର୍ବପୂରାତନ କୃଷି ବିଶ୍ବବିଦ୍ୟାଳୟ ଓୟୁଏଟି ବିରୋଧରେ କେମିତି ଷଡଯନ୍ତ୍ର ହୋଇଛି, ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି। ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଆଳୁ ଗବେଷଣା ପାଇଁ ଯେଉଁ ଜମିକୁ ଓୟୁଏଟି ଦୀର୍ଘ ୨୫ ବର୍ଷ ଧରି ବ୍ୟବହାର କରି ଆସୁଥିଲା ସେହି ଜମିକୁ ୨୦୧୯ ମସିହାରେ ନେଇ ଯାଇଥିଲେ ତତ୍କାଳୀନ ସରକାର। ତଥ୍ୟ ଅନୁସାରେ, ପ୍ରାୟ ୨ଶହ ଏକର ଜାଗାକୁ ନେଇ ଯାଇଛନ୍ତି। ଆଉ ସେହି ଜମିକୁ ପୂର୍ବରୁ ଥିବା ବରମୁଣ୍ଡା ବସଷ୍ଟାଣ୍ଡରେ ମିଶାଇ ଦେଇଥିଲେ। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଓୟୁଏଟି କୂଳପତି।
ଓୟୁଏଟି ଭଳି କୃଷି ବିଶ୍ବବିଦ୍ୟାଳୟ ପାଇଁ ଜମିର ଗୁରୁତ୍ବ ବେଶ ଅଧିକ ରହିଛି। ତେଣୁ ପ୍ରଶ୍ନ ଉଠୁଛି ଗବେଷଣା ଭଳି ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟରେ ଲାଗୁଥିବା ଜମିକୁ କାହିଁକି ଅନ୍ୟ କାର୍ୟ୍ୟରେ ବ୍ୟବହାର କରାଯାଉଛି?
ଓୟୁଏଟି ଜମିକୁ ଅନ୍ୟ ମାନଙ୍କୁ ଦେବା ପାଇଁ ନିଷ୍ପତି କିଏ ନେଇଥିଲେ? କାହାକୁ ଖୁସି କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା ? ଏହା ଦୂରଦୃଷ୍ଟିର ଅଭାବ ନା ଓୟୁଏଟି ବିରୋଧରେ ଷଡଯନ୍ତ୍ର? ଏହାର ଅନୁସନ୍ଧାନ କରି ଷଡଯନ୍ତ୍ରକାରୀଙ୍କୁ ଧରିବା ସହ ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡିଛି।