ଓୟୋ ବୁକ୍‌ କରିଥିଲେ କପଲ, ରୁମ୍‌ ଭିତରେ ଦେଖିଲେ ଅଦ୍ଭୁତ ଦୃଶ୍ୟ, ଭିଡିଓ ଦେଖିଲେ…

ରାଜସ୍ଥାନର ରାଜଧାନୀ ଜୟପୁରରେ ସବୁ ସମୟରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ପ୍ରତିବର୍ଷ ଲକ୍ଷଲକ୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଏଠାରେ ଅନେକ ହୋଟେଲ ନିର୍ମାଣ କରାଯାଇଛି। ଲୋକମାନେ ସେମାନଙ୍କର ବଜେଟ୍‌ ଅନୁଯାୟୀ ଏଠାରେ ରୁମ୍‌ ପାଆନ୍ତି। ନିକଟରେ ଏକ ଓୟୋ ରୁମ୍‌ର ଭିଡିଓ ଭାଇରାଲ ହେଉଛି। ଏହା ଭିତରର ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠିବ। ଏହି ମାମଲା ଜୟପୁରର କନୋଟାରେ ଘଟିଛି। ଏଠାରେ ଥିବା ଓୟୋ ରୁମ୍‌ରେ ଏକ ଚିତାବାଘ […] The post ଓୟୋ ବୁକ୍‌ କରିଥିଲେ କପଲ, ରୁମ୍‌ ଭିତରେ ଦେଖିଲେ ଅଦ୍ଭୁତ ଦୃଶ୍ୟ, ଭିଡିଓ ଦେଖିଲେ… appeared first on Dharitri Odia News.

ଓୟୋ ବୁକ୍‌ କରିଥିଲେ କପଲ, ରୁମ୍‌ ଭିତରେ ଦେଖିଲେ ଅଦ୍ଭୁତ ଦୃଶ୍ୟ, ଭିଡିଓ ଦେଖିଲେ…

ରାଜସ୍ଥାନର ରାଜଧାନୀ ଜୟପୁରରେ ସବୁ ସମୟରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ପ୍ରତିବର୍ଷ ଲକ୍ଷଲକ୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଏଠାରେ ଅନେକ ହୋଟେଲ ନିର୍ମାଣ କରାଯାଇଛି। ଲୋକମାନେ ସେମାନଙ୍କର ବଜେଟ୍‌ ଅନୁଯାୟୀ ଏଠାରେ ରୁମ୍‌ ପାଆନ୍ତି। ନିକଟରେ ଏକ ଓୟୋ ରୁମ୍‌ର ଭିଡିଓ ଭାଇରାଲ ହେଉଛି। ଏହା ଭିତରର ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠିବ।

ଏହି ମାମଲା ଜୟପୁରର କନୋଟାରେ ଘଟିଛି। ଏଠାରେ ଥିବା ଓୟୋ ରୁମ୍‌ରେ ଏକ ଚିତାବାଘ ଲୁଚି ରହିଥିଲା। ରୁମ୍‌ ବୁକ୍‌ କରିଥିବା କପଲ ଏହି ରୁମ୍‌ ଭିତରେ ଧଡ୍‌ଧାଡ୍‌ ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ। ସେମାନେ ଦୌଡ଼ି ଆସି ରିସେପ୍‌ସନରେ କହିଥିଲେ। ପ୍ରଥମେ ସେମାନେ ଯାହା କହିଲେ, କେହି ବିଶ୍ୱାସ କଲେ ନାହିଁ। କିନ୍ତୁ ଯେତେବେଳେ ସେମାନେ ଝରକା ପଟରେ ଦେଖିଲେ ସେଠାରେ ଏକ ଚିତାବାଘ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

 

View this post on Instagram

 

A post shared by Jaipur Buzz (@jaipurbuzz)

କୁହାଯାଉଛି, ଏହି କପଲ୍‌ ରୁମ୍‌ ଭିତରେ ଶୋଇଥିବା ବେଳେ ଏହି ଘଟଣା ଘଟିଥିଲା। ଦିନସାରା ଜୟପୁରରେ ବୁଲିବା ପରେ ଏହି କପଲ ଥକ୍କି ଯାଇଥିଲେ। ସେ ରୁମ୍‌ରେ ଆରାମରେ ଶୋଇଥିଲେ। ଯେତେବେଳେ ହଠାତ୍‌ ସେ ଅନୁଭବ କଲେ ଯେ, ରୁମ୍‌ ଭିତରେ କେହି ଅଛି। ସେତେବେଳେ ସେ ଲାଇଟ ଅନ୍‌ କଲେ ଆଉ ତା’ ପରେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ଗୋଟିଏ ଚିତାବାଘ ରୁମ୍‌ ଭିତରକୁ ପଶିଆସିଥିଲା। ଏହା ପରେ କପଲ ତୁରନ୍ତ ସେଠାରୁ ଦୌଡ଼ି ପଳାଇଲେ।

ରୁମ୍‌ ଭିତରେ ଚିତାବାଘ ଥିବା ଖବର ଚାରିଆଡ଼େ ବ୍ୟାପିଗଲା। ସେଠାକୁ ତୁରନ୍ତ ପଶୁ ଉଦ୍ଧାରକାରୀ ଦଳ ଡକାଯାଇଥିଲା। ଚିତାବାଘଟି ରୁମ୍‌ରେ ଥିବା ସମସ୍ତ ଜିନିଷ ଏଣେ ତେଣେ ଫିଙ୍ଗି ଦେଇଥିଲା। ଉଦ୍ଧାରକାରୀ ଦଳ ପହଞ୍ଚିବା ପର୍ଯ୍ୟନ୍ତ ହୋଟେଲ କର୍ମଚାରୀମାନେ ରୁମ୍‌ର କବାଟ ବନ୍ଦ ରଖିଥିଲେ। ଉଦ୍ଧାରକାରୀ ଦଳ ପ୍ରଥମେ ଝରକା ଦେଇ ଚିତାବାଘକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଝରକା ପଟେ ଇଞ୍ଜେକ୍ସନ ଦେଇ ତାଙ୍କୁ ଚେତାଶୂନ୍ୟ କରିବା ପରେ ରୁମ୍‌ର କବାଟ ଖୋଲାଯାଇଥିଲା।

The post ଓୟୋ ବୁକ୍‌ କରିଥିଲେ କପଲ, ରୁମ୍‌ ଭିତରେ ଦେଖିଲେ ଅଦ୍ଭୁତ ଦୃଶ୍ୟ, ଭିଡିଓ ଦେଖିଲେ… appeared first on Dharitri Odia News.