ଔରଙ୍ଗଜେବ ଫ୍ୟାନ କ୍ଲବର ନେତୃତ୍ୱ ନେଉଛନ୍ତି ଉଦ୍ଧବ ଠାକରେ: ଅମିତ ଶାହ

ପୁଣେରେ ଆୟୋଜିତ ବିଜେପିର ସମ୍ମିଳନୀରେ ଅମିତ ଶାହ ୨୬/୧୧ ଆକ୍ରମଣରେ ଫାଶୀ ପାଇ ଥିବା ଅଜମଲ କସାବକୁ ବିରିୟାନୀ ଦେଉଥିବା ଲୋକଙ୍କ ସହ ଉଦ୍ଧବ ଠାକରେ ମେଣ୍ଟ କରିଥିବା ପ୍ରସଙ୍ଗ ଉଠାଇଛନ୍ତି।

ଔରଙ୍ଗଜେବ ଫ୍ୟାନ କ୍ଲବର ନେତୃତ୍ୱ ନେଉଛନ୍ତି ଉଦ୍ଧବ ଠାକରେ: ଅମିତ ଶାହ

ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି(ଏମଭିଏ) ଉପରେ ଆଜି ଜୋରଦାର ହମଲା କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ଏମଭିଏକୁ ମୋଗଲ ଶାସକ ଔରଙ୍ଗଜେବ ଫ୍ୟାନ କ୍ଲବ କହିଛନ୍ତି। ଏଥିସହ ଶିବସେନା(ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଉକ୍ତ ଫ୍ୟାନ କ୍ଲବର ଲିଡର ବୋଲି କହି ଶ୍ରୀ ଶାହ ସମାଲୋଚନା କରିଛନ୍ତି।

ପୁଣେରେ ଆୟୋଜିତ ବିଜେପିର ସମ୍ମିଳନୀରେ ଅମିତ ଶାହ ୨୬/୧୧ ଆକ୍ରମଣରେ ଫାଶୀ ପାଇ ଥିବା ଅଜମଲ କସାବକୁ ବିରିୟାନୀ ଦେଉଥିବା ଲୋକଙ୍କ ସହ ଉଦ୍ଧବ ଠାକରେ ମେଣ୍ଟ କରିଥିବା ପ୍ରସଙ୍ଗ ଉଠାଇଛନ୍ତି।

ସେ କହିଛନ୍ତି, “ଔରଙ୍ଗଜେବ ଫ୍ୟାନ କ୍ଲବର ଅଂଶିଦାର କିଏ? ଯେଉଁମାନେ କସାବକୁ ବିରୟାନୀ ଦେଇଥିଲେ, ଯେଉଁମାନେ ୟାକୁବ ମେମନ ପାଇଁ କ୍ଷମା ଆବେଦନ କରିଥିଲେ, ଯେଉଁମାନେ ଜାକିର ନାଏକକୁ ଶାନ୍ତିର ବାର୍ତ୍ତାବାହକ ଭାବେ ସମ୍ମାନୀତ କରିଥିଲେ ଓ ଯେଉଁମାନେ ପିଏଫଆଇକୁ ସମର୍ଥନ କରିଥିଲେ, ସେମାନେ ଔରଙ୍ଗଜେବ ଫ୍ୟାନ କ୍ଲବର ସଦସ୍ୟ। ଉଦ୍ଧବ ଠାକରେ ସେହିଭଳି ଲୋକଙ୍କ ସହ ଏକାଠି ବସିଥିବାରୁ ଲଜ୍ଜାବୋଧ କରିବା ଦରକାର।”

ଅମିତ ଶାହ ନିଜ ଭାଷଣରେ ଏନସିପି ଭେଟରାନ ଶରଦ ପାୱାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ସେମାନେ ମିଛର ପ୍ରଚାର କରି ନିର୍ବାଚନ ଜିତିବାକୁ ଚାହୁଁଛନ୍ତି। ସେମାନେ ଦୁର୍ନୀତି କଥା କହୁଛନ୍ତି। କିନ୍ତୁ ଭାରତୀୟ ରାଜନୀତିର ସବୁଠାରୁ ଦୁର୍ନୀତିଗ୍ରସ୍ତ ନେତା ହେଉଛନ୍ତି ଶରଦ ପାୱାର। ଏକଥା କହିବା ବେଳେ ମୁଁ ଆଦୌ ଦ୍ୱନ୍ଦ୍ୱରେ ନାହିଁ। ଶରଦ ପାୱାର ଏହି ଦେଶର ଅନେକ ସରକାରରେ ଦୁର୍ନୀତିକୁ ପ୍ରଶ୍ରୟ ଦେଇଛନ୍ତି।”

ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ଅମିତ ଶାହ ଦାବି କରିଛନ୍ତି ଯେ କଂଗ୍ରେସ ନେତାଙ୍କ ଅହଂକାର ମହାରାଷ୍ଟ୍ର, ଝାରଖଣ୍ଡ ଓ ହରିୟାଣା ବିଧାନସଭା ନିର୍ବାଚନରେ ପରାସ୍ତ ହେବ। କାରଣ ଭାରତର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ନିଜର ଷ୍ଟାମ୍ପ ଦେଇ ସାରିଛନ୍ତି।