ଔଷଧ କମ୍ପାନିଙ୍କୁ ବଡ଼ ଝଟକା, ୧୫୬ ଔଷଧ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର
ନୂଆଦିଲ୍ଲୀ: ସରକାର ୧୫୬ଟି ଫିକ୍ସ ଡୋଜ କମ୍ବିନେସନ ଔଷଧ ଉପରେ ବ୍ୟାନ୍ ଲଗାଇଛନ୍ତି। ଏହି ବ୍ୟାନ ହୋଇଥିବା ଔଷଧ ମଧ୍ୟରେ ରହିଛି ଜ୍ବର ଏବଂ ଥଣ୍ଡା, କାଶ, ଆଲର୍ଜୀ ଏବଂ ଚର୍ମ ରୋଗ ପାଇଁ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ୍ ତଥା ମଲ୍ଟିଭିଟାମିନ୍ସ। ଗୁରୁବାର ଏସବୁ ଔଷଧକୁ କରିବା ସହ ଏହା ମନୁଷ୍ୟ ଶରୀର ପାଇଁ କ୍ଷତିକାରକ ବୋଲି କୁହାଯାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଫିକ୍ସ ଡୋଜ କମ୍ବିନେସନ ଔଷଧ (FDC) ସେହି ମେଡିସିନ, ଯାହା ଗୋଟିଏରୁ ଅଧିକ ଔଷଧର ସମିଶ୍ରଣରେ ପ୍ରସ୍ତୁତ ହୋଇଥାଏ। ଅର୍ଥାତ୍ ଯଦି ଡାକ୍ତର ଆପଣଙ୍କୁ ତିନିଟି ଭିନ୍ନ ଭିନ୍ନ ଔଷଧ ଦେଉଛନ୍ତି। କିନ୍ତୁ ଆପଣ ତିନିଟି ଔଷଧ ନେଇପାରିବେନି କିମ୍ବା ଔଷଧ ଖାଇବାକୁ ଭୁଲି ଯାଉଛନ୍ତି, ତେବେ ଏଭଳି ସ୍ଥିତିରେ ଆପଣ ଗୋଟିଏ ଏଫଡିସି ଔଷଧ ନେଇପାରନ୍ତି। ଏହି ଗୋଟିଏ ଔଷଧରେ ତିନିଟି ମେଡିସିନ ରହିଥାଏ। ଏହି ଏଫଡିସି ଔଷଧ କକଟେଲ ଔଷଧ ନାମରେ ମଧ୍ୟ ଜଣା। ଡ୍ରଗ୍ସ ଆଣ୍ଡ୍ କସମେଟିକ୍ସ ଆକ୍ଟ ୧୯୪୦ର ଧାରା ୨୬ ଏ ଅନୁଯାୟୀ, ଏହି ଔଷଧ ଉପରେ ପ୍ରତିବନ୍ଧକ ଲଗାଯାଇଛି।ବ୍ୟାନ୍ ହୋଇଥିବା କିଛି ପ୍ରମୁଖ ଏଫଡିସି ଔଷଧAceclofenac 50mg + Paracetamol 125mg tablet, Mefenamic Acid Paracetamol Injection, Cetirizine HCl Paracetamol Phenylephrine HCl, Levocetirizine Phenylephrine HCl Paracetamol, Paracetamol Chlorpheniramine Maleate
ନୂଆଦିଲ୍ଲୀ: ସରକାର ୧୫୬ଟି ଫିକ୍ସ ଡୋଜ କମ୍ବିନେସନ ଔଷଧ ଉପରେ ବ୍ୟାନ୍ ଲଗାଇଛନ୍ତି। ଏହି ବ୍ୟାନ ହୋଇଥିବା ଔଷଧ ମଧ୍ୟରେ ରହିଛି ଜ୍ବର ଏବଂ ଥଣ୍ଡା, କାଶ, ଆଲର୍ଜୀ ଏବଂ ଚର୍ମ ରୋଗ ପାଇଁ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ୍ ତଥା ମଲ୍ଟିଭିଟାମିନ୍ସ। ଗୁରୁବାର ଏସବୁ ଔଷଧକୁ କରିବା ସହ ଏହା ମନୁଷ୍ୟ ଶରୀର ପାଇଁ କ୍ଷତିକାରକ ବୋଲି କୁହାଯାଇଛି।
ବିଶେଷଜ୍ଞଙ୍କ ଅନୁଯାୟୀ, ଫିକ୍ସ ଡୋଜ କମ୍ବିନେସନ ଔଷଧ (FDC) ସେହି ମେଡିସିନ, ଯାହା ଗୋଟିଏରୁ ଅଧିକ ଔଷଧର ସମିଶ୍ରଣରେ ପ୍ରସ୍ତୁତ ହୋଇଥାଏ। ଅର୍ଥାତ୍ ଯଦି ଡାକ୍ତର ଆପଣଙ୍କୁ ତିନିଟି ଭିନ୍ନ ଭିନ୍ନ ଔଷଧ ଦେଉଛନ୍ତି। କିନ୍ତୁ ଆପଣ ତିନିଟି ଔଷଧ ନେଇପାରିବେନି କିମ୍ବା ଔଷଧ ଖାଇବାକୁ ଭୁଲି ଯାଉଛନ୍ତି, ତେବେ ଏଭଳି ସ୍ଥିତିରେ ଆପଣ ଗୋଟିଏ ଏଫଡିସି ଔଷଧ ନେଇପାରନ୍ତି। ଏହି ଗୋଟିଏ ଔଷଧରେ ତିନିଟି ମେଡିସିନ ରହିଥାଏ। ଏହି ଏଫଡିସି ଔଷଧ କକଟେଲ ଔଷଧ ନାମରେ ମଧ୍ୟ ଜଣା। ଡ୍ରଗ୍ସ ଆଣ୍ଡ୍ କସମେଟିକ୍ସ ଆକ୍ଟ ୧୯୪୦ର ଧାରା ୨୬ ଏ ଅନୁଯାୟୀ, ଏହି ଔଷଧ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ବ୍ୟାନ୍ ହୋଇଥିବା କିଛି ପ୍ରମୁଖ ଏଫଡିସି ଔଷଧ
Aceclofenac 50mg + Paracetamol 125mg tablet, Mefenamic Acid Paracetamol Injection, Cetirizine HCl Paracetamol Phenylephrine HCl, Levocetirizine Phenylephrine HCl Paracetamol, Paracetamol Chlorpheniramine Maleate Phenyl Propanolamine and Camylofin Dihydrochloride 25 mg Paracetamol 300m. ଆହୁରି ମଧ୍ୟ ପାରାସିଟାମୋଲ, ଟ୍ରାମାଡୋଲ, ଟରିନ ଏବଂ କ୍ୟାଫିନ୍ର କମ୍ବିନେସନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଟ୍ରାମାଡୋଲ ହେଉଛି ଏକ ଓପିଓଇଡ୍ ଆଧାରିତ ପେନ୍ କିଲର ।
କେନ୍ଦ୍ର ଦ୍ବାରା ବିଜ୍ଞପ୍ତିରେ କୁହାଯାଇଛି ଯେ, କେନ୍ଦ୍ର ଦ୍ବାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି ଏହି ସବୁ ଔଷଧର ଯାଞ୍ଚ କରିବା ପରେ ଏହି ଔଷଧକୁ ହାନିକାରକ ବୋଲି କହିଥିଲେ। ଏଥିରେ ଆହୁରି କୁହାଯାଇଛି ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜରୀ ବୋର୍ଡ (ଡିଟିଏବି) ମଧ୍ୟ ଏହି ଏଫଡିସିର ଯାଞ୍ଚ ସୁପାରିଶ କରିଥିଲା ତେବେ ୧୫୬ ଔଷଧ ମଧ୍ୟରୁ ଅନେକ ଔଷଧ ପୂର୍ବରୁ ବନ୍ଦ ହୋଇସାରିଥିବା ମଧ୍ୟ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହା ପୂର୍ବରୁ ୨୦୨୩ ଜୁନ୍ରେ ୧୪ ଏଫଡିସି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସୂଚନା ଅନୁଯାୟୀ, ନିକଟରେ ବ୍ୟାନ ହୋଇଥିଲା ଅନେକ ଏଫଡିସି ଔଷଧ ମଧ୍ୟ ସେହି ୩୪୪ ଔଷଧର କମ୍ବିନେସନ ମଧ୍ୟରେ ଥିଲା ଯାହାକୁ ସରକାର ୨୦୧୬ ବ୍ୟାନ୍ ନେଇ ଘୋଷଣା କରିଥିଲେ।