କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା, ୩ ଲୋକସଭା ଓ ୧୬ ବିଧାନସଭାରେ ଟିକେଟ୍ ଘୋଷଣା କଲା ଦଳ
ଭୁବନେଶ୍ଵର: ଓଡିଶାର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ବିଧାନସଭାର ଆଉ ୧୬ ସିଟ୍ ଏବଂ ଲୋକସଭାରେ ୩ଟି ସିଟ୍ରେ ଦଳ ପ୍ରାର୍ଥୀ ଘୋଷଣା କରିଛି। କେନ୍ଦୁଝର ଲୋକସଭା ଓ କଣ୍ଟାମାଳ ବିଧାନସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। କିଛି ଦିନ ତଳେ ବିଜେପି ଛାଡି ଦଳକୁ ଫେରିଥିବା ସୋନାଲି ସାହୁଙ୍କୁ ଦଳ ଖୋର୍ଦ୍ଧାରୁ ପ୍ରାର୍ଥୀ କରିଛି। ଆଜିର ପ୍ରାର୍ଥୀକୁ ମିଶାଇ କଂଗ୍ରେସ ୨୦ଟି ଲୋକସଭା ସିଟ୍ରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଉ ଗୋଟିଏ ଲୋକସଭା ସିଟ୍ ବାକି ରହିଛି। ସେହିପରି ବିଧାନସଭାରେ ଦଳ ୧୪୬ଟି ସିଟ୍ରେ ପ୍ରାର୍ଥୀ ଦେଇ ଦେଇଛି। ଆଉ ମାତ୍ର ଗୋଟିଏ ସିଟ୍ରେ ପ୍ରାର୍ଥୀ ଘୋଷଣା ବାକି ରହିଛି। ୩ ଲୋକସଭା ସିଟ୍ଲୋକସଭାର ଘୋଷିତ ୩ଟି ସିଟରେ ସମ୍ବଲପୁର ଲୋକସଭାରୁ ଦୁଲାଲ ଚନ୍ଦ୍ର ପ୍ରଧାନ ଓ ଅସିକାରୁ ଦେବକାନ୍ତ ଶର୍ମାଙ୍କୁ ଦଳ ପ୍ରାର୍ଥୀ କରିଛି। କେନ୍ଦୁଝର ଲୋକସଭାରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି। ମୋହନ ହେମ୍ବ୍ରମଙ୍କ ସ୍ଥାନରେ ବିନୋଦ ନାଏକଙ୍କୁ ଦଳ ମଇଦାନକୁ ଓହ୍ଲାଇଛି। ଓଡିଶାର ୩ ଟି ଲୋକସଭା ଓ ୧୬ ଟି ବିଧାନସଭା ଆସନ ପାଇଁ AICC ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଗଲା ....ମନୋନୀତ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ .... pic.twitter.com/IhjU4h9Kz1— Odisha Congress (@INCOdisha) April 20, 2024୧୬ ବିଧାନସଭା ଝ
ଭୁବନେଶ୍ଵର: ଓଡିଶାର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ବିଧାନସଭାର ଆଉ ୧୬ ସିଟ୍ ଏବଂ ଲୋକସଭାରେ ୩ଟି ସିଟ୍ରେ ଦଳ ପ୍ରାର୍ଥୀ ଘୋଷଣା କରିଛି। କେନ୍ଦୁଝର ଲୋକସଭା ଓ କଣ୍ଟାମାଳ ବିଧାନସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। କିଛି ଦିନ ତଳେ ବିଜେପି ଛାଡି ଦଳକୁ ଫେରିଥିବା ସୋନାଲି ସାହୁଙ୍କୁ ଦଳ ଖୋର୍ଦ୍ଧାରୁ ପ୍ରାର୍ଥୀ କରିଛି। ଆଜିର ପ୍ରାର୍ଥୀକୁ ମିଶାଇ କଂଗ୍ରେସ ୨୦ଟି ଲୋକସଭା ସିଟ୍ରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଉ ଗୋଟିଏ ଲୋକସଭା ସିଟ୍ ବାକି ରହିଛି। ସେହିପରି ବିଧାନସଭାରେ ଦଳ ୧୪୬ଟି ସିଟ୍ରେ ପ୍ରାର୍ଥୀ ଦେଇ ଦେଇଛି। ଆଉ ମାତ୍ର ଗୋଟିଏ ସିଟ୍ରେ ପ୍ରାର୍ଥୀ ଘୋଷଣା ବାକି ରହିଛି।
୩ ଲୋକସଭା ସିଟ୍
ଲୋକସଭାର ଘୋଷିତ ୩ଟି ସିଟରେ ସମ୍ବଲପୁର ଲୋକସଭାରୁ ଦୁଲାଲ ଚନ୍ଦ୍ର ପ୍ରଧାନ ଓ ଅସିକାରୁ ଦେବକାନ୍ତ ଶର୍ମାଙ୍କୁ ଦଳ ପ୍ରାର୍ଥୀ କରିଛି। କେନ୍ଦୁଝର ଲୋକସଭାରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି। ମୋହନ ହେମ୍ବ୍ରମଙ୍କ ସ୍ଥାନରେ ବିନୋଦ ନାଏକଙ୍କୁ ଦଳ ମଇଦାନକୁ ଓହ୍ଲାଇଛି।
ଓଡିଶାର ୩ ଟି ଲୋକସଭା ଓ ୧୬ ଟି ବିଧାନସଭା ଆସନ ପାଇଁ AICC ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଗଲା ....
ମନୋନୀତ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ .... pic.twitter.com/IhjU4h9Kz1— Odisha Congress (@INCOdisha) April 20, 2024
୧୬ ବିଧାନସଭା
ଝାରସୁଗୁଡାରୁ ଅମିତା ବିଶ୍ଵାଳ, ବଡ଼ସାହିରୁ କ୍ଷୀରୋଦ ପାତ୍ର, ସୁକିନ୍ଦାରୁ ବିଭୁ ଭୂଷଣ ରାଉତ, କଣ୍ଟାମାଲରେ ମନୋଜ ଆଚାର୍ଯ୍ୟଙ୍କ ଜାଗାରେ ଶରତ, କେନ୍ଦ୍ରାପଡ଼ାରୁ ସିପ୍ରା ମଲ୍ଲିକ, ରାଜନଗରରୁ ଅଶୋକ ପ୍ରତିହାରୀ, ମହାକାଳପଡ଼ାରୁ ଲୋକନାଥ ମହାରଥୀ, ନିମାପଡ଼ାରୁ ସିଦ୍ଧାର୍ଥ ରାଉତରାୟ, ପିପିଲିରୁ ଜ୍ଞାନରଂଜନ ପଟ୍ଟନାୟକ, ଜୟଦେବରୁ ଜୟନ୍ତ ଭୋଇଙ୍କ ସ୍ଥାନରେ କୃଷ୍ଣ ସଗରିଆ, ଖୋର୍ଦ୍ଧାରୁ ସୋନାଲି ସାହୁ, ଚିଲିକାରୁ ପ୍ରଦୀପ ସ୍ବାଇଁ, ଖଣ୍ଡପଡ଼ାରୁ ମନୋଜ ପ୍ରଧାନ, ଦଶପଲ୍ଲାରୁ ନକୁଳ ନାୟକ, କବିସୂର୍ଯ୍ୟନଗରରୁ ସଂଜୟ କୁମାର ମଣ୍ଡଳ ଓ ଗୋପାଳପୁରରୁ ଶ୍ୟାମସୁନ୍ଦର ସାହୁଙ୍କୁ ପ୍ରାର୍ଥୀ କରାଯାଇଛି।