କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ । କହିଲେ ମନ୍ତବ୍ୟକୁ ଭୁଲ ଢଙ୍ଗରେ ପରିବେଷଣ କରୁଛି କଂଗ୍ରେସ

କନକ ବ୍ୟୁରୋ: ବୁଧବାର ସାମ୍ୱାଦିକ ସମ୍ମିଳନୀ  କଂଗ୍ରେସକୁ ପାଲଟା ଟାର୍ଗେଟ୍ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଗତ ମଙ୍ଗଳବାର ରାଜ୍ୟସଭାରେ ଆମ୍ବେଦକରଙ୍କୁ ନେଇ କିଛି ଟିପ୍ପଣୀ ଦେଇଥିଲେ ଗୃହମନ୍ତ୍ରୀ । ଏହାକୁ ନେଇ ଏବେ ଗୃହମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି କଂଗ୍ରେସ । ସେପଟେ ଶାହ କହିଛନ୍ତି କଂଗ୍ରେସ ସବୁବେଳେ ଆମ୍ୱେଦକର ବିରୋଧୀ ଓ ସମ୍ବିଧାନ ବିରୋଧୀ ରହି ଆସିଛି । ରାଜ୍ୟସଭାରେ ମୁଁ ଦେଇଥିବା ବିବୃତ୍ତିର ଭୁଲ ଅର୍ଥ ବାହାର କରାଯାଇଛି । ୧୯୭୫ ଏମରଜେନ୍ସି  କଥା କହି କଂଗ୍ରେସକୁ ସମ୍ବିଧାନର ଅବଜ୍ଞା କରିଥିବା କଥା କହିଛନ୍ତି । ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ସବୁବେଳେ ସଂରକ୍ଷଣ ବିରୋଧୀ ଓ ସମ୍ବିଧାନ ବିରୋଧୀ ରହି ଆସିଛି । ମୁଁ କାଲି ଦେଇଥିବା ମନ୍ତବ୍ୟକୁ ଭୁଲ ଢଙ୍ଗରେ ପରିବେଷଣ କରୁଛି । ମୁଁ ଏହାକୁ ନିନ୍ଦା କରୁଛି । ଏହା ଆମ୍ୱେଦକରଙ୍କ ଅପମାନ । ୧୯୭୫ରେ ଏମରଜେନ୍ସି ଲାଗୁ କରି କଂଗ୍ରେସ ବୀର ସାବରକରଙ୍କ ବି ଅପମାନ କରିଛି । ଏହାପୂର୍ବରୁ ବିରୋଧୀଙ୍କୁ କଟାକ୍ଷ କରିବାକୁ ଯାଇ ଅମିତ ଶାହ କହିଥିଲେ, “ଏବେ ଗୋଟିଏ ଫ୍ୟାସନ ହୋଇଗଲାଣି । ଆମ୍ୱେଦକର୍ଟ୍ଟ ଆମ୍ୱେଦକର୍ଟ୍ଟ ଏତେ ଥର ଯଦି ଭଗବାନଙ୍କ ନାମ ଜପି ଥାଆନ୍ତେ, ତେବେ ୭ ଜନ୍ମ ପର୍ୟ୍ୟନ୍ତ ସ୍ବର୍ଗ ପ୍ରାପ୍ତି ହୋଇ ଥାଆନ୍ତା ।”  ଏଭଳି ବୟାନ ପରେ ବିରୋଧୀ ତାତିଥିବା ବେଳେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି କେନ୍ଦ୍ର

କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ । କହିଲେ ମନ୍ତବ୍ୟକୁ ଭୁଲ ଢଙ୍ଗରେ ପରିବେଷଣ କରୁଛି କଂଗ୍ରେସ

କନକ ବ୍ୟୁରୋ: ବୁଧବାର ସାମ୍ୱାଦିକ ସମ୍ମିଳନୀ  କଂଗ୍ରେସକୁ ପାଲଟା ଟାର୍ଗେଟ୍ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଗତ ମଙ୍ଗଳବାର ରାଜ୍ୟସଭାରେ ଆମ୍ବେଦକରଙ୍କୁ ନେଇ କିଛି ଟିପ୍ପଣୀ ଦେଇଥିଲେ ଗୃହମନ୍ତ୍ରୀ । ଏହାକୁ ନେଇ ଏବେ ଗୃହମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି କଂଗ୍ରେସ । ସେପଟେ ଶାହ କହିଛନ୍ତି କଂଗ୍ରେସ ସବୁବେଳେ ଆମ୍ୱେଦକର ବିରୋଧୀ ଓ ସମ୍ବିଧାନ ବିରୋଧୀ ରହି ଆସିଛି । ରାଜ୍ୟସଭାରେ ମୁଁ ଦେଇଥିବା ବିବୃତ୍ତିର ଭୁଲ ଅର୍ଥ ବାହାର କରାଯାଇଛି । ୧୯୭୫ ଏମରଜେନ୍ସି  କଥା କହି କଂଗ୍ରେସକୁ ସମ୍ବିଧାନର ଅବଜ୍ଞା କରିଥିବା କଥା କହିଛନ୍ତି । ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ସବୁବେଳେ ସଂରକ୍ଷଣ ବିରୋଧୀ ଓ ସମ୍ବିଧାନ ବିରୋଧୀ ରହି ଆସିଛି । ମୁଁ କାଲି ଦେଇଥିବା ମନ୍ତବ୍ୟକୁ ଭୁଲ ଢଙ୍ଗରେ ପରିବେଷଣ କରୁଛି । ମୁଁ ଏହାକୁ ନିନ୍ଦା କରୁଛି । ଏହା ଆମ୍ୱେଦକରଙ୍କ ଅପମାନ । ୧୯୭୫ରେ ଏମରଜେନ୍ସି ଲାଗୁ କରି କଂଗ୍ରେସ ବୀର ସାବରକରଙ୍କ ବି ଅପମାନ କରିଛି ।

ଏହାପୂର୍ବରୁ ବିରୋଧୀଙ୍କୁ କଟାକ୍ଷ କରିବାକୁ ଯାଇ ଅମିତ ଶାହ କହିଥିଲେ, “ଏବେ ଗୋଟିଏ ଫ୍ୟାସନ ହୋଇଗଲାଣି । ଆମ୍ୱେଦକର୍ଟ୍ଟ ଆମ୍ୱେଦକର୍ଟ୍ଟ ଏତେ ଥର ଯଦି ଭଗବାନଙ୍କ ନାମ ଜପି ଥାଆନ୍ତେ, ତେବେ ୭ ଜନ୍ମ ପର୍ୟ୍ୟନ୍ତ ସ୍ବର୍ଗ ପ୍ରାପ୍ତି ହୋଇ ଥାଆନ୍ତା ।”  ଏଭଳି ବୟାନ ପରେ ବିରୋଧୀ ତାତିଥିବା ବେଳେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ବୟାନଙ୍କୁ ଭୁଲ୍ ଅର୍ଥରେ ନେଉଛନ୍ତି ବିରୋଧୀ ନେତା ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍‌ଗେ ଏକ ପ୍ରେସ୍ କନ୍‌ଫରେନ୍ସ କହିଛନ୍ତି, “ସଂସଦରେ ଅମିତ ଶାହ ଯେଉଁଭଳି ବୟାନ ରଖିଛନ୍ତି ତାହା ନିନ୍ଦନୀୟ । ବାଧ୍ୟ ହୋଇ ମୋତେ କହିବକୁ  ପଡ଼ୁଛି ଯେ, ଏମାନେ ସମ୍ୱିଧାନକୁ ମାନୁ ନାହାନ୍ତି ।  ଏମାନେ କେତେବେଳେ ସ୍ବର୍ଗ ନର୍କ କଥା କହୁଛନ୍ତି ତ କେତେବେଳେ ମନୁସ୍ମୃତି କଥା କହୁଛନ୍ତି । ସେଥିରେ ହିଁ ସ୍ବର୍ଗ ନର୍କ କଥା ଲେଖା ରହିଛି । ଏହି ବିଚାରଧାରାକୁ ଆମ୍ୱେଦକର ମାନୁନଥିଲେ । ସେ କେବେ ସ୍ବର୍ଗ ନର୍କ କଥା କହୁନଥିଲେ, ଅମିତ କହୁଛନ୍ତି । ମୋଦୀ ମଧ୍ୟ ତାଙ୍କୁ ସମର୍ଥନ ଦେବାକୁ ଯାଇ ଏକା ଥରକେ ୬ଟି ଟ୍ବିଟ୍ କଲେ ।  ଏହାର କଣ ଆବଶ୍ୟକତା ଥିଲା ? ଯଦି କେହି ବାବା ସାହେବଙ୍କ ନାଁରେ କିଛି ଭୁଲ୍ କହୁଛନ୍ତି, ତେବେ ତାଙ୍କୁ କ୍ୟାବିନେଟ୍‌ରୁ ବରଖାସ୍ତ କରିବା ଉଚିତ୍ । କିନ୍ତୁ ପ୍ରଧାନମନ୍ତ୍ରୀ ଓ ଶାହ ଅତି ଘନିଷ୍ଠ ବନ୍ଧୁ, ଏଣୁ ପରସ୍ପରର ପାପକୁ ଘୋଡ଼ାଇବାରେ ଲାଗିଛନ୍ତି ।“