କଂଗ୍ରେସ ଏମ୍ପି ବସିବା ସିଟ୍ରୁ ମିଳିଲା ନୋଟ ବିଡା: ରାଜ୍ୟ ସଭାରେ ହଙ୍ଗାମା
ନୂଆଦିଲ୍ଲୀ,୬।୧୨: କଂଗ୍ରେସ ବେଞ୍ଚରେ ନୋଟ ବିଡା ମିଳିବା ନେଇ ରାଜ୍ୟ ସଭାରେ ହଙ୍ଗାମା ଆରମ୍ଭ ହୋଇଛି। ଅଧ୍ୟକ୍ଷ ଜଗଦୀପ ଧନଖର ଏହି ସୂଚନା ଦେଇଛନ୍ତି। ପରେ ରାଜନୀତି ମଧ୍ୟ ଏହି ପ୍ରସଙ୍ଗରେ ଆରମ୍ଭ ହୋଇଛି। ରାଜ୍ୟ ସଭା ଆସନ ନମ୍ବର ୨୨୨ରୁ ୫୦୦ ଟଙ୍କିଆ ନୋଟ ବିଡ଼ା ମିଳିଥିଲା। ଏହି ଆସନରେ ତେଲଙ୍ଗାନାରୁ କଂଗ୍ରେସ ଏମ୍ପି ଅଭିଷେକ ମନୁ ସିଂଘଭି ବସନ୍ତି। ତେଣୁ ଏହା ତାଙ୍କୁ ହସ୍ତାନ୍ତର କରାଯାଇଛି। ଗୃହରେ ଅଧ୍ୟକ୍ଷ ଧନଖରଙ୍କ ଏହି ଦାବିକୁ କଂଗ୍ରେସ […] The post କଂଗ୍ରେସ ଏମ୍ପି ବସିବା ସିଟ୍ରୁ ମିଳିଲା ନୋଟ ବିଡା: ରାଜ୍ୟ ସଭାରେ ହଙ୍ଗାମା appeared first on Dharitri Odia News.
ନୂଆଦିଲ୍ଲୀ,୬।୧୨: କଂଗ୍ରେସ ବେଞ୍ଚରେ ନୋଟ ବିଡା ମିଳିବା ନେଇ ରାଜ୍ୟ ସଭାରେ ହଙ୍ଗାମା ଆରମ୍ଭ ହୋଇଛି। ଅଧ୍ୟକ୍ଷ ଜଗଦୀପ ଧନଖର ଏହି ସୂଚନା ଦେଇଛନ୍ତି। ପରେ ରାଜନୀତି ମଧ୍ୟ ଏହି ପ୍ରସଙ୍ଗରେ ଆରମ୍ଭ ହୋଇଛି। ରାଜ୍ୟ ସଭା ଆସନ ନମ୍ବର ୨୨୨ରୁ ୫୦୦ ଟଙ୍କିଆ ନୋଟ ବିଡ଼ା ମିଳିଥିଲା। ଏହି ଆସନରେ ତେଲଙ୍ଗାନାରୁ କଂଗ୍ରେସ ଏମ୍ପି ଅଭିଷେକ ମନୁ ସିଂଘଭି ବସନ୍ତି। ତେଣୁ ଏହା ତାଙ୍କୁ ହସ୍ତାନ୍ତର କରାଯାଇଛି।
ଗୃହରେ ଅଧ୍ୟକ୍ଷ ଧନଖରଙ୍କ ଏହି ଦାବିକୁ କଂଗ୍ରେସ ଏମ୍ପିମାନେ ବିରୋଧ କରିଥିଲେ। ତଦନ୍ତ ପୂର୍ବରୁ ନାମ ନିଆଯିବା ଉଚିତ ନୁହେଁ ବୋଲି କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ତେବେ ଅଭିଷେକ ମନୁ ସିଂଘଭି ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ଯେତେବେଳେ ମୁଁ ରାଜ୍ୟ ସଭାକୁ ଯାଏ, ସେତେବେଳେ ମୁଁ ୫୦୦ ଟଙ୍କିଆ ନୋଟ ନେଇଥାଏ। ମୁଁ ଦିନ ୧୨.୫୭ରେ ଗୃହରେ ପହଞ୍ଚିଥିଲି ଏବଂ ଦିନ ୧ଟାରେ ଉଠିଲି। ତା’ପରେ ମୁଁ ଅଯୋଧ୍ୟା ଏମ୍ପି ଆୱଧେଶ ପ୍ରସାଦଙ୍କ ସହ ୧.୩୦ ପର୍ଯ୍ୟନ୍ତ କ୍ୟାଣ୍ଟିନରେ ବସିଥିଲି। ଏହା ପରେ ସେଠାରୁ ପଳାଇଥିଲି।
ରାଜ୍ୟ ସଭା ଅଧ୍ୟକ୍ଷ କହିଛନ୍ତି, ଗତକାଲି (ଡିସେମ୍ବର ୫, ୨୦୨୪) ଗୃହ ସ୍ଥଗିତ ହେବା ପରେ ନିତ୍ୟ ବ୍ୟବହାର୍ଯ୍ୟ ଯାଞ୍ଚ ସମୟରେ ସୁରକ୍ଷା ଅଧିକାରୀମାନେ ୨୨୨ ସିଟ ନମ୍ବରରୁ ଏକ ବଣ୍ଡଲ ନୋଟ ଉଦ୍ଧାର କରିଥିଲେ। ଏହି ସିଟ ବର୍ତ୍ତମାନ ଅଭିଷେକ ମନୁ ସିଂଭିଙ୍କୁ ପ୍ରଦାନ କରାଯାଇଛି। ଆଇନ ଅନୁଯାୟୀ ପରିଚାଳିତ ହେବ। ଭାଜପା ରାଷ୍ଟ୍ରୀୟ ସଭାପତି ତଥା ଏମ୍ପି ଜେପି ନଡା ଏ ବିଷୟରେ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଗମ୍ଭୀର। ଏହା ଗୃହର ସମ୍ମାନ ଉପରେ ଆକ୍ରମଣ। କୌଣସି ପ୍ରସଙ୍ଗରେ କ୍ରୋଧ ପ୍ରଦର୍ଶନ ଠିକ ନୁହେଁ। ମୁଁ ନିଶ୍ଚିତ ଏହାର ସଠିକ ସମାଧାନ କରାଯିବ ଏବଂ ଉଭୟ ଦଳର ନେତା ଏହାକୁ ବିରୋଧ କରିବା ଉଚିତ୍।
The post କଂଗ୍ରେସ ଏମ୍ପି ବସିବା ସିଟ୍ରୁ ମିଳିଲା ନୋଟ ବିଡା: ରାଜ୍ୟ ସଭାରେ ହଙ୍ଗାମା appeared first on Dharitri Odia News.