କଂଗ୍ରେସ କରୁଛନ୍ତି ବିଜେଡି-ବିଜେପି ବାହାଘର । ନିର୍ବାଚନରେ କେତେ ମିଳିବ ଫାଇଦା?
କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ଓ ବିଜେପି ସଂପର୍କକୁ ବଡ ପ୍ରସଙ୍ଗ କରିଛି କଂଗ୍ରେସ । ଲୋକଙ୍କ ପାଖକୁ ଯିବା ପାଇଁ କଂଗ୍ରେସ ନେତା ଏବେ ସାରା ରାଜ୍ୟରେ ବିଜେପି ସହ ବିଜେଡିର ପ୍ରତୀକାତ୍ମକ ବାହାଘର କରାଉଛନ୍ତି । ବାଲେଶ୍ୱର, ଦିଗପହଣ୍ଡି, ରାୟଗଡାରୁ ଦେଖିବାକୁ ମିଳିଛି ରାଜନୀତିର ଏହି ବାହାଘର । ବାଜା ରୋଷଣୀ ସହ ବର ଶୋଭାଯାତ୍ରା, ପୁରୋହିତଙ୍କ ଉପସ୍ଥିତିରେ ବାହାଘର ପରେ ଜମୁଛି ଭୋଜିଭାତର ଆସର । ବିଶେଷ କରି […] The post କଂଗ୍ରେସ କରୁଛନ୍ତି ବିଜେଡି-ବିଜେପି ବାହାଘର । ନିର୍ବାଚନରେ କେତେ ମିଳିବ ଫାଇଦା? first appeared on Kanak News.

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ଓ ବିଜେପି ସଂପର୍କକୁ ବଡ ପ୍ରସଙ୍ଗ କରିଛି କଂଗ୍ରେସ । ଲୋକଙ୍କ ପାଖକୁ ଯିବା ପାଇଁ କଂଗ୍ରେସ ନେତା ଏବେ ସାରା ରାଜ୍ୟରେ ବିଜେପି ସହ ବିଜେଡିର ପ୍ରତୀକାତ୍ମକ ବାହାଘର କରାଉଛନ୍ତି । ବାଲେଶ୍ୱର, ଦିଗପହଣ୍ଡି, ରାୟଗଡାରୁ ଦେଖିବାକୁ ମିଳିଛି ରାଜନୀତିର ଏହି ବାହାଘର । ବାଜା ରୋଷଣୀ ସହ ବର ଶୋଭାଯାତ୍ରା, ପୁରୋହିତଙ୍କ ଉପସ୍ଥିତିରେ ବାହାଘର ପରେ ଜମୁଛି ଭୋଜିଭାତର ଆସର । ବିଶେଷ କରି କଂଗ୍ରେସ ଟିକଟ ଆଶୀୟୀ, ଏପରି ବାହାଘର କରି ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି । ଶାସକ ବିଜେଡି ଓ ବିଜେପି ସଂପର୍କକୁ ଲୋକଙ୍କୁ ଜଣାଇ କଂଗ୍ରେସ ନେତା ନିଜକୁ ବିକଳ୍ପ ଭାବେ ଉପସ୍ଥାପିତ କରୁଛନ୍ତି ।
ମାଲକାନଗିରି ଜିଲ୍ଲାର ମାଥିଲି ଓ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁରରୁ ଆସିଛି ସମାନ ଘଟଣା । ବାଜା ବାଜୁଛି, ବର ଯାତ୍ରୀ ନାଚୁଛନ୍ତି । ବର ଯାତ୍ରୀରେ ସାମିଲ ହୋଇ ହୁଳହୁଳି ପକାଉଛନ୍ତି କଂଗ୍ରେସ କର୍ମୀ ଓ ନେତା । ସେପଟେ ଲକ୍ଷ୍ମୀପୁରରେ ଆଦିବାସୀ ରୀତିନୀତିରେ ବିଜେପି ଓ ବିଜେଡିର ପ୍ରତିକାତ୍ମକ ବାହାଘର ସଂପନ୍ନ ହୋଇଛି । ଏଥିରେ ସାମିଲ ହୋଇ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ବିଜେଡି ଓ ବିଜେପିକୁ ସମାଲୋଚନା କରିଛନ୍ତି ।
ପୂର୍ବରୁ ବିଜେଡି-ବିଜେପି ଏକ ଓ ଭାଇ ଭାଇ ବୋଲି ନାରା ଦେଉଥିବା କଂଗ୍ରେସ ନିର୍ବାଚନ ପୂର୍ବରୁ ବିଜେପି- ବିଜେଡି ବିବାହ କରାଇ ରାଜନୈତିକ ହଟଚମଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ହେଲେ ଏହା ଦଳକୁ କେତେ ନିର୍ବାଚନୀ ଫାଇଦା ଦେବ ତାହା ସମୟ ହିଁ କହିବ ।
The post କଂଗ୍ରେସ କରୁଛନ୍ତି ବିଜେଡି-ବିଜେପି ବାହାଘର । ନିର୍ବାଚନରେ କେତେ ମିଳିବ ଫାଇଦା? first appeared on Kanak News.