କଂଗ୍ରେସ ଚଳାଇ ପାରିବ ଅଚଳ ଆକାଉଣ୍ଟ୍

ନୂଆଦିଲ୍ଲୀ : କଂଗ୍ରେସ ଦଳର ବ୍ୟାଙ୍କ ଆକାଉଣ୍ଟ୍ ଅଚଳ ହୋଇଯାଇଛି ବୋଲି କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ ଘୋଷଣା କରିବାର କିଛି ଘଣ୍ଟାପରେ ଟାକ୍ସ ଟ୍ରିବୁନାଲରୁ ଦଳ ପାଇଁ ଏକ ବଡ଼ ଆଶ୍ବସ୍ତି ମିଳିଛି। ଟାକ୍ସ ଟ୍ରିବୁନାଲ କହିଛନ୍ତି, ଦଳ ଏହାର ବ୍ୟାଙ୍କ ଆକାଉଣ୍ଟ୍କୁ ଚାଲୁ ରଖିବାରେ କୌଣସି ପ୍ରକାର କଟକଣା ନାହିଁ। ରାଜ୍ୟସଭା ସାଂସଦ ଏବଂ ଆଇନଜୀବୀ ବିବେକ ଟଙ୍ଖା ଆଜି ଏହା ସ୍ପଷ୍ଟ କରିଛନ୍ତି। ଦିଲ୍ଲୀର ଇନକମ ଟାକ୍ସ ଅପିଲେଟ ଟ୍ରିବୁନାଲ ବେଞ୍ଚରେ ଆଜି […]

କଂଗ୍ରେସ ଚଳାଇ ପାରିବ ଅଚଳ ଆକାଉଣ୍ଟ୍

ନୂଆଦିଲ୍ଲୀ : କଂଗ୍ରେସ ଦଳର ବ୍ୟାଙ୍କ ଆକାଉଣ୍ଟ୍ ଅଚଳ ହୋଇଯାଇଛି ବୋଲି କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ ଘୋଷଣା କରିବାର କିଛି ଘଣ୍ଟାପରେ ଟାକ୍ସ ଟ୍ରିବୁନାଲରୁ ଦଳ ପାଇଁ ଏକ ବଡ଼ ଆଶ୍ବସ୍ତି ମିଳିଛି। ଟାକ୍ସ ଟ୍ରିବୁନାଲ କହିଛନ୍ତି, ଦଳ ଏହାର ବ୍ୟାଙ୍କ ଆକାଉଣ୍ଟ୍କୁ ଚାଲୁ ରଖିବାରେ କୌଣସି ପ୍ରକାର କଟକଣା ନାହିଁ। ରାଜ୍ୟସଭା ସାଂସଦ ଏବଂ ଆଇନଜୀବୀ ବିବେକ ଟଙ୍ଖା ଆଜି ଏହା ସ୍ପଷ୍ଟ କରିଛନ୍ତି। ଦିଲ୍ଲୀର ଇନକମ ଟାକ୍ସ ଅପିଲେଟ ଟ୍ରିବୁନାଲ ବେଞ୍ଚରେ ଆଜି ଟଙ୍ଖା ହାଜର ହୋଇଥିବା କହିଛନ୍ତି। ଖଣ୍ଡପୀଠରେ ହାଜର ହୋଇ ଟଙ୍ଖା କହିଥିଲେ, ଦଳର ଆକାଉଣ୍ଟ୍ ଅଚଳ ହୋଇଥିବାରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ସହଜ ହେବନାହିଁ। ତେବେ ଟାକ୍ସ ଟ୍ରିବୁନାଲ କହିଥିଲେ, ଦଳ ଏହାର ବ୍ୟାଙ୍କ ଆକାଉଣ୍ଟ୍ ଅପରେଟ୍ କରିପାରିବ ଏବଂ ଏଥିରେ କୌଣସି ପ୍ରକାର କଟକଣା ନାହିଁ। ଉକ୍ତ ମାମଲା ଉପରେ ଆସନ୍ତା ବୁଧବାର ଦିନ ପୁଣିଥରେ ଶୁଣାଣି ହେବ।