କଂଗ୍ରେସ ଛାଡ଼ିବାର ଦିନକ ପରେ ପଦ୍ମ ଧରିଲେ ଅଶୋକ
ମୁମ୍ବାଇ,୧୩।୨: ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନ୍ ମଙ୍ଗଳବାର ଭାଜପାରେ ସାମିଲ ହୋଇଛନ୍ତି। ମୁମ୍ବାଇ ଦଳୀୟ କାର୍ଯ୍ୟାଳୟରେ ଅଶୋକ ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନଭିସ୍ଙ୍କ ସହ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଅଶୋକ ଭାଜପାରେ ସାମିଲ ହେବା ପରେ କଂଗ୍ରେସକୁ ଆଉ ଏକ ବଡ଼ ଝଟକା ଲାଗିଛି। ନିଜ ଜିଲା ସମେତ ପାଖ ନିର୍ବାଚନ ମଣ୍ଡଳୀରେ ଅଶୋକଙ୍କ ପତିଆରା ରହିଛି। […] The post କଂଗ୍ରେସ ଛାଡ଼ିବାର ଦିନକ ପରେ ପଦ୍ମ ଧରିଲେ ଅଶୋକ appeared first on Dharitri Odia News.
ମୁମ୍ବାଇ,୧୩।୨: ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନ୍ ମଙ୍ଗଳବାର ଭାଜପାରେ ସାମିଲ ହୋଇଛନ୍ତି। ମୁମ୍ବାଇ ଦଳୀୟ କାର୍ଯ୍ୟାଳୟରେ ଅଶୋକ ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନଭିସ୍ଙ୍କ ସହ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
ଅଶୋକ ଭାଜପାରେ ସାମିଲ ହେବା ପରେ କଂଗ୍ରେସକୁ ଆଉ ଏକ ବଡ଼ ଝଟକା ଲାଗିଛି। ନିଜ ଜିଲା ସମେତ ପାଖ ନିର୍ବାଚନ ମଣ୍ଡଳୀରେ ଅଶୋକଙ୍କ ପତିଆରା ରହିଛି। ମହାରାଷ୍ଟ୍ର କଂଗ୍ରେସର ଅଶୋକ ଜଣେ ଜଣାଶୁଣା ଚେହେରା ଥିଲେ। ୨୦୧୪ରେ ମୋଦି ଲହର ସତ୍ତ୍ୱେ ଅଶୋକ ନିଜ ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ବିଜୟୀ କରାଇଥିଲେ। ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଅଶୋକ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ।
ଅଶୋକ କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ଭାଜପାରେ ଯୋଗଦେବେ ବୋଲି ଅନୁମାନ କରାଯାଉଥିଲା। ଅନ୍ୟପକ୍ଷେ ଭାଜପାରୁ ଅଶୋକ ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି।
The post କଂଗ୍ରେସ ଛାଡ଼ିବାର ଦିନକ ପରେ ପଦ୍ମ ଧରିଲେ ଅଶୋକ appeared first on Dharitri Odia News.