କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ RSSର ଅଭିଯୋଗ
ମୁମ୍ବାଇ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଥାନେ(Thane) କୋର୍ଟ ପକ୍ଷରୁ ଶୁକ୍ରବାର ଜୋରିମାନା ଲଗାଯାଇଛି । ସାମ୍ବାଦିକ ଗୌରି ଲଙ୍କେଶ ହତ୍ୟା ମାମଲାରେ RSSର ନାଁ ସାମିଲ କରାଯିବା ନେଇ ଉକ୍ତ ସଂଗଠନର ଜଣେ କର୍ମକର୍ତ୍ତା ରାହୁଲ ଗାନ୍ଧୀଙ୍କ ନାଁରେ ଏକ ଲିଖିତ ମାନହାନୀ ଅଭିଯୋଗ ଦାୟର କରିଥିଲେ । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତରଫରୁ ଏକ ଲିଖିତ ବୟାନ ଦାଖିଲ କରିବା ପାଇଁ ୮୮୧ ଦିନ ସମୟ ଲାଗିଥିଲା । ଯେଉଁଥିପାଇଁ […]

ମୁମ୍ବାଇ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଥାନେ(Thane) କୋର୍ଟ ପକ୍ଷରୁ ଶୁକ୍ରବାର ଜୋରିମାନା ଲଗାଯାଇଛି । ସାମ୍ବାଦିକ ଗୌରି ଲଙ୍କେଶ ହତ୍ୟା ମାମଲାରେ RSSର ନାଁ ସାମିଲ କରାଯିବା ନେଇ ଉକ୍ତ ସଂଗଠନର ଜଣେ କର୍ମକର୍ତ୍ତା ରାହୁଲ ଗାନ୍ଧୀଙ୍କ ନାଁରେ ଏକ ଲିଖିତ ମାନହାନୀ ଅଭିଯୋଗ ଦାୟର କରିଥିଲେ । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତରଫରୁ ଏକ ଲିଖିତ ବୟାନ ଦାଖିଲ କରିବା ପାଇଁ ୮୮୧ ଦିନ ସମୟ ଲାଗିଥିଲା । ଯେଉଁଥିପାଇଁ ତାଙ୍କ ଓକିଲ ନାରାୟଣ ଅୟର ବିଳମ୍ବ ପାଇଁ କ୍ଷମାପ୍ରାର୍ଥନା କରିବା ସତ୍ତ୍ୱେ ରାହୁଲ ଗାନ୍ଧୀଙ୍କ ଉପରେ କୋର୍ଟ ୫୦୦ ଟଙ୍କାର ଜୋରିମାନା ଲଗାଇଥିଲା । ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୫ରେ ହେବ ।