କଂଗ୍ରେସ ନେତାଙ୍କ ମିଳିଲା ଦଗ୍ଧ ମୃତଦେହ
ଚେନ୍ନାଇ,୫ା୫ତାମିଲନାଡୁର କଂଗ୍ରେସ ନେତା କେ.ପି.କେ. ଜୟକୁମାର ଧନସିଂଙ୍କ ଦଗ୍ଧ ମୃତଦେହ ତିରୁନେଲଭେଲିସ୍ଥିତ ତାଙ୍କ ଫାର୍ମରୁ ଶନିବାର ମିଳିଛି। ତାଙ୍କ ଦୁଇଗୋଡ଼କୁ ତାରରେ ବନ୍ଧାଯାଇଥିବା ଦେଖାଯାଇଛି। ୨ ଦିନ ପୂର୍ବରୁ ସେ ନିଖୋଜ ଥିବା ନେଇ ତାଙ୍କ ପୁଅ ଶୁକ୍ରବାର ପୋଲିସରେ ଏତଲା ଦେଇଥିଲେ। ଜୟକୁମାର ତିରୁନେଲ୍ଭେଲି ଇଷ୍ଟ ଜିଲାର କଂଗ୍ରେସ ସଭାପତି ଥିଲେ। ଆର୍ଥତ୍କ ବିବାଦକୁ ନେଇ ତାଙ୍କୁ ହତ୍ୟା ଧମକ ମିଳିଥିବା ଜୟକୁମାର ତିରୁନେଲଭେଲି ଏସ୍ପିଙ୍କୁ ଜଣାଇଥିଲେ। ଜିଲାର କେତେଜଣ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ […] The post କଂଗ୍ରେସ ନେତାଙ୍କ ମିଳିଲା ଦଗ୍ଧ ମୃତଦେହ appeared first on Dharitri Odia News.
ଚେନ୍ନାଇ,୫ା୫ତାମିଲନାଡୁର କଂଗ୍ରେସ ନେତା କେ.ପି.କେ. ଜୟକୁମାର ଧନସିଂଙ୍କ ଦଗ୍ଧ ମୃତଦେହ ତିରୁନେଲଭେଲିସ୍ଥିତ ତାଙ୍କ ଫାର୍ମରୁ ଶନିବାର ମିଳିଛି। ତାଙ୍କ ଦୁଇଗୋଡ଼କୁ ତାରରେ ବନ୍ଧାଯାଇଥିବା ଦେଖାଯାଇଛି। ୨ ଦିନ ପୂର୍ବରୁ ସେ ନିଖୋଜ ଥିବା ନେଇ ତାଙ୍କ ପୁଅ ଶୁକ୍ରବାର ପୋଲିସରେ ଏତଲା ଦେଇଥିଲେ। ଜୟକୁମାର ତିରୁନେଲ୍ଭେଲି ଇଷ୍ଟ ଜିଲାର କଂଗ୍ରେସ ସଭାପତି ଥିଲେ। ଆର୍ଥତ୍କ ବିବାଦକୁ ନେଇ ତାଙ୍କୁ ହତ୍ୟା ଧମକ ମିଳିଥିବା ଜୟକୁମାର ତିରୁନେଲଭେଲି ଏସ୍ପିଙ୍କୁ ଜଣାଇଥିଲେ। ଜିଲାର କେତେଜଣ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ଅନ୍ୟମାନଙ୍କ ସହ ତାଙ୍କର ଆର୍ଥତ୍କ ବିବାଦ ଥିଲା। ଏସ୍ପିଙ୍କୁ ଲେଖିଥିବା ପତ୍ରରେ ଜୟକୁମାର ସେମାନଙ୍କ ନାଁ ଉଲ୍ଲେଖ କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।
The post କଂଗ୍ରେସ ନେତାଙ୍କ ମିଳିଲା ଦଗ୍ଧ ମୃତଦେହ appeared first on Dharitri Odia News.