କଂଗ୍ରେସ ପାଇଁ ଦ୍ୱିତୀୟ ‘ଛତିଶଗଡ଼’ ସାବ୍ୟସ୍ତ ହେଲା ହରିୟାଣା, ଅଙ୍କ ବିଗାଡ଼ିଦେଲା ଏସବୁ କାରଣ…

ଚଣ୍ଡିଗଡ଼,୮।୧୦: ହରିୟାଣା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଲଗାତର ତୃତୀୟ ଥର ଲାଗି ଭାଜପା ସରକାର ଗଠନ କରିବାକୁ ଯାଉଛି। କିନ୍ତୁ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଜିତିବାର ଆଶା ରଖିଥିଲା। ଲୋକ ସଭା ନିର୍ବାଚନ ପରେ ଭାଜପା ସରକାର ଏବଂ ନାୟବ ସିଂ ସାଇନି ସରକାରଙ୍କ ବିପକ୍ଷରେ ବିରୋଧର ଲହର ଦେଖାଦେଇଥିଲା। ହେଲେ ସବୁକିଛିକୁ ପଛରେ ପକାଇ ଭାଜପା ପୁଣିଥରେ ରେକର୍ଡ କରିବାକୁ ଯାଉଛି। ଫଳରେ ନାୟବ ସିଂ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ। ଏମିତିରେ […] The post କଂଗ୍ରେସ ପାଇଁ ଦ୍ୱିତୀୟ ‘ଛତିଶଗଡ଼’ ସାବ୍ୟସ୍ତ ହେଲା ହରିୟାଣା, ଅଙ୍କ ବିଗାଡ଼ିଦେଲା ଏସବୁ କାରଣ… appeared first on Dharitri Odia News.

କଂଗ୍ରେସ ପାଇଁ ଦ୍ୱିତୀୟ ‘ଛତିଶଗଡ଼’ ସାବ୍ୟସ୍ତ ହେଲା ହରିୟାଣା, ଅଙ୍କ ବିଗାଡ଼ିଦେଲା ଏସବୁ କାରଣ…

ଚଣ୍ଡିଗଡ଼,୮।୧୦: ହରିୟାଣା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଲଗାତର ତୃତୀୟ ଥର ଲାଗି ଭାଜପା ସରକାର ଗଠନ କରିବାକୁ ଯାଉଛି। କିନ୍ତୁ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଜିତିବାର ଆଶା ରଖିଥିଲା। ଲୋକ ସଭା ନିର୍ବାଚନ ପରେ ଭାଜପା ସରକାର ଏବଂ ନାୟବ ସିଂ ସାଇନି ସରକାରଙ୍କ ବିପକ୍ଷରେ ବିରୋଧର ଲହର ଦେଖାଦେଇଥିଲା। ହେଲେ ସବୁକିଛିକୁ ପଛରେ ପକାଇ ଭାଜପା ପୁଣିଥରେ ରେକର୍ଡ କରିବାକୁ ଯାଉଛି। ଫଳରେ ନାୟବ ସିଂ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ। ଏମିତିରେ ଆମେ କଂଗ୍ରେସର ପରାଜୟ ପଛର ବଡ଼ କାରଣ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ:-

-ଦଳରେ ଆଭ୍ୟନ୍ତରୀଣ ଗୋଷ୍ଠୀ:
ହରିୟାଣାରେ କଂଗ୍ରେସ ହାରିବାର ବଡ଼ କାରଣ ଦଳରେ ଆଭ୍ୟନ୍ତରୀଣ ମେଣ୍ଟ ବୋଲି କୁହାଯାଉଛି। କାରଣ ରାଜ୍ୟର ବଡ଼ ନେତା ଭୂପିନ୍ଦର ସିଂ ହୁଡ୍ଡା, କମାରୀ ଶୈଲଜା, ରଣଦୀପ ସୁରଜଓ୍ବୋଲା ପ୍ରମୁଖଙ୍କ ନିଜ ନିଜର ଗୋଷ୍ଠୀ ରହିଛି। ସେମାନେ ସମସ୍ତେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ନିର୍ବାଚନ ସମୟରେ ସମସ୍ତେ ନିଜ ଛବି ମଜଭୂତ କରିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ଟିମ୍‌ ଓ୍ବାର୍କର ଆବଶ୍ୟକତା ଥିଲେ ଏମାନେ ସମସ୍ତେ ଗୋଡ଼ଟଣାରେ ଲାଗିପଡ଼ିଥିଲେ।

ଜିତିବାକୁ ନେଇ ଅଧିକ ଆତ୍ମବିଶ୍ୱାସ ପଡ଼ିଲା ମହଙ୍ଗା:
ହରିୟାଣାରେ କଂଗ୍ରେସର ପରାଜୟର ବଡ଼ କାରଣ ଅତି ଆତ୍ମବିଶ୍ୱାସ ଅଟେ। କାରଣ ନେତାଙ୍କଠାରୁ ଆରମ୍ଭ କରି କର୍ମୀ ନିର୍ବାଚନରେ ଜିତିବା ନିଶ୍ଚିତ ବୋଲି ଭାବି ନେଇଥିଲେ। ଏଥିନେଇ ସେମାନେ ଚ୍ୟାଲେଞ୍ଜଗୁଡ଼ିକୁ ଅଣଦେଖା କରିଥିଲେ। ଅପରପକ୍ଷେ ଲୋକ ସଭା ନିର୍ବାଚନରେ ମିଳିଥିବା ଝଟ୍‌କାକୁ ନେଇ ଭାଜପା ଭୁଲ ସୁଧାରୀ ଥିଲା। ଏହାକୁ ନେଇ ଦଳକୁ ଲାଭ ମିଳିଛି। ରାହୁଲ ଗାନ୍ଧୀ ନିର୍ବାଚନରେ ମୋଦିଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗି ଦେଇଥିବା କହୁଥିବା ବୟାନରେ ଅଭିମାନ ନଜର ଆସିଥିଲା। ଛତିଶଗଡ଼ରେ ମଧ୍ୟ କଂଗ୍ରେସ ସହ ସମାନ ହୋଇଥିଲା। ସେତେବେଳେ କଂଗ୍ରେସର ଭୂପେଶ ବଘେଲ ନିର୍ବାଚନ ଜିତୁଥିବା ଆଶା କରାଯାଉଥିଲା। ହେଲେ ସବୁକିଛି ଓଲଟପାଲଟ୍‌ ହୋଇଯାଇଥିଲା।

ଦଳିତ ଏବଂ ଜାଟ୍‌ ଭୋଟ ବ୍ୟାଙ୍କ ଏପଟସେପଟ ହେବା:
ଲୋକ ସଭା ନିର୍ବାଚନରେ କଂଗ୍ରେସ ହରିୟାଣାରେ ୧୦ରୁ ୫ ଆସନରେ ବିଜେତା ହୋଇଥିଲା। ଏହା ପଛରେ ଦଳିତ ଏବଂ ଜାଟ୍‌ ଭୋଟରଙ୍କ ଏକଜୁଟତା ରହିଥିଲା। ହେଲେ ଏଥର ଦଳିତମାନଙ୍କ ମଧ୍ୟରେ ଫାଟ ଦେଖାଯାଇଥିଲା। ନିର୍ବାଚନରେ ଇନେଲୋଙ୍କୁ ସହ ଭାଜପା ଏବଂ ଜେଜେପି ସହ ଚନ୍ଦ୍ରଶେଖର ଆଜାଦଙ୍କ ଦଳ ରହିଥିଲା। ଦଳିତ ଭୋଟ ଏହି ଦୁଇ ଦଳ ସହ ଆସିବା ଯୋଗୁ କଂଗ୍ରେସର ଭୋଟ ବ୍ୟାଙ୍କ ଦୁର୍ବଳ ହୋଇଥିଲା। ଅପରପକ୍ଷେ ଭାଜପା ନିଜ ରଣନୀତିରେ ଆଗକୁ ବଢ଼ି ଲାଭବାନ ହୋଇଛି।

ମୁଖ୍ୟମନ୍ତ୍ରୀ ଚେହେରା ନ ଥିବା ପରାଜୟର କାରଣ:
କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରା ନ ଯିବା ହରିୟାଣାରେ ପରାଜୟର ଅନ୍ୟତମ କାରଣ ପାଲଟିଛି। କାରଣ ଏହି ପଦ ଲାଗି ଅନେକ ନେତା ଥିଲେ। ଏହାଦ୍ୱାରା ଭୋଟର୍‌ ଏବଂ କଂଗ୍ରେସ ସମର୍ଥକ ଏକଜୁଟ ହୋଇପାରି ନ ଥିଲେ। ଭାଜପା କିନ୍ତୁ ନାୟବ ସିଂଙ୍କ ସହ ଯାଇଥିଲା। ରାଜ୍ୟର ନିର୍ବାଚନକୁ ରାହୁଲ ମଧ୍ୟ ହାଲୁକା ଭାବେ ନେଇଥିଲେ। ସେ ବିଳମ୍ବରେ ପ୍ରଚାର କରିଥିଲେ।

The post କଂଗ୍ରେସ ପାଇଁ ଦ୍ୱିତୀୟ ‘ଛତିଶଗଡ଼’ ସାବ୍ୟସ୍ତ ହେଲା ହରିୟାଣା, ଅଙ୍କ ବିଗାଡ଼ିଦେଲା ଏସବୁ କାରଣ… appeared first on Dharitri Odia News.