କଂଗ୍ରେସ ପ୍ରାର୍ଥୀ ଉମ୍ମାବଲ୍ଲଭ ରଥଙ୍କୁ ଆକ୍ରମଣ, ରାଜନୈତିକ ଶତ୍ରୁତା କାରଣରୁ ଆକ୍ରମଣ ସନ୍ଦେହ
ପୁରୀ: ପୁରୀ ସଦର ବିଧାନସଭା କଂଗ୍ରେସ ପ୍ରାର୍ଥୀ ଉମ୍ମାବଲ୍ଲଭ ରଥଙ୍କୁ ଆକ୍ରମଣ। ଉମାବଲ୍ଲଭଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ। ତେବେ ରାଜନୈତିକ ଶତ୍ରୁତା କାରଣରୁ ଆକ୍ରମଣ ହୋଇପାରିଥାଏ ବୋଲି ସନ୍ଦେହ କରାଯାଉଛି। ସୂଚନାଥାଉକି, ପୁରୀ ସଦର ବିଧାନସଭା ଆସନ ପାଇଁ କଂଗ୍ରେସ ଉମାଙ୍କୁ ପ୍ରାର୍ଥୀ କରିଥିଲା। ଅବଶ୍ୟ ତାଙ୍କୁ ପ୍ରାର୍ଥୀ ବଦଳର ପରେ ଏହି ଆସନ ପାଇଁ ଟିକେଟ ଦେଇଥିଲା କଂଗ୍ରେସ। ଉମାଙ୍କ ପୂର୍ବରୁ ସୁଜିତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ। ତେଣୁ ପ୍ରାର୍ଥୀ ବଦଳ ନେଇ ତାତିଥିଲେ ବିରୋଧୀ ଗୋଷ୍ଠୀ। ଆଉ ଏହି କାରଣରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅନୁମାନ କରାଯାଉଛି।ଉଲ୍ଲେଖଯୋଗ୍ୟ, ପୂର୍ବରୁ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ ହୋଇତିଲା । କଂଗ୍ରେସ ପ୍ରାର୍ଥୀ ସୁଜିତ ମହାପାତ୍ର ସମର୍ଥକଙ୍କ ଦ୍ବାରା ଭଙ୍ଗାରୁଜା ହୋଇଥିଲା।
ପୁରୀ: ପୁରୀ ସଦର ବିଧାନସଭା କଂଗ୍ରେସ ପ୍ରାର୍ଥୀ ଉମ୍ମାବଲ୍ଲଭ ରଥଙ୍କୁ ଆକ୍ରମଣ। ଉମାବଲ୍ଲଭଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ। ତେବେ ରାଜନୈତିକ ଶତ୍ରୁତା କାରଣରୁ ଆକ୍ରମଣ ହୋଇପାରିଥାଏ ବୋଲି ସନ୍ଦେହ କରାଯାଉଛି।
ସୂଚନାଥାଉକି, ପୁରୀ ସଦର ବିଧାନସଭା ଆସନ ପାଇଁ କଂଗ୍ରେସ ଉମାଙ୍କୁ ପ୍ରାର୍ଥୀ କରିଥିଲା। ଅବଶ୍ୟ ତାଙ୍କୁ ପ୍ରାର୍ଥୀ ବଦଳର ପରେ ଏହି ଆସନ ପାଇଁ ଟିକେଟ ଦେଇଥିଲା କଂଗ୍ରେସ। ଉମାଙ୍କ ପୂର୍ବରୁ ସୁଜିତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ। ତେଣୁ ପ୍ରାର୍ଥୀ ବଦଳ ନେଇ ତାତିଥିଲେ ବିରୋଧୀ ଗୋଷ୍ଠୀ। ଆଉ ଏହି କାରଣରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅନୁମାନ କରାଯାଉଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ ହୋଇତିଲା । କଂଗ୍ରେସ ପ୍ରାର୍ଥୀ ସୁଜିତ ମହାପାତ୍ର ସମର୍ଥକଙ୍କ ଦ୍ବାରା ଭଙ୍ଗାରୁଜା ହୋଇଥିଲା।