କଂଗ୍ରେସ ବିଜ୍ଞାପନରେ ନାହିଁ ଗାନ୍ଧି ପରିବାରଙ୍କ ଛବି, ଜାଣନ୍ତୁ କ’ଣ କହିଲା ବିଜେପି ?
ହାଇଦ୍ରାବାଦ ୧୮।୭: ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଜାତିଗତ ଜନଗଣନା ନେଇ ଏକ ବିଜ୍ଞାପନ ଜାରି କରାଯାଇଛି। ତେବେ ଖାସ କଥା ହେଉଛି ତେଲେଙ୍ଗାନା ସରକାରଙ୍କ ଏହି ବିଜ୍ଞାପନରେ ଗାନ୍ଧି ପରିବାରର କୌଣସି ସଦସ୍ୟଙ୍କ ଫଟୋ ନାହିଁ। ପ୍ରଥମ ଥର ବିନା ଗାନ୍ଧି ପରିବାର ଛବିରେ ପ୍ରକାଶିତ କଂଗ୍ରେସ ବିଜ୍ଞାପନକୁ ନେଇ ବିଜେପି କଟାକ୍ଷ କରିଛି। ବିଜେପି ମୁଖପାତ୍ର ଅଜୟ ଆଲୋକ ଏହି ବିଜ୍ଞାପନକୁ ସେୟାର କରି କଂଗ୍ରେସରେ ‘ନୂଆ ଯୁଗର ସଂକେତ’ ବୋଲି ଉଲ୍ଲେଖ କରିଛନ୍ତି। ଡ. ଅଜୟ ଆଲୋକ ସୋସିଆଲ ମିଡିଆ ଏକ୍ସ ରେ ଉଲ୍ଲେଖ କରିଛନ୍ତି ଯେ ‘ପ୍ରଥମ ଥର କୌଣସି କଂଗ୍ରେସ ସରକାରର ବିଜ୍ଞପାନ ଓ ତାହା ବି ‘ଜାତୀୟ ଜନଗଣନା’ର ସେଥିରେ ରାଜମାତା ଓ ଯୁବରାଜ ଙ୍କ ଛବି ଗାୟବ. ଏହା କଣ କଂଗ୍ରେସରେ ନୂଆ ଯୁଗର ସଂକେତ??? ଏହି ଖିଆଲ କଂଗ୍ରେସୀ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବ’। ଏହି ସରକାରୀ ବିଜ୍ଞାପନରେ ନା ସୋନିଆ ଗାନ୍ଧିଙ୍କ ଛବି ଅଛି ନା ରାହୁଲ ଗାନ୍ଧିଙ୍କର କେବଳ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଏକ ହସକୁରା ଛବି ରହିଛି। ଉଲ୍ଲେଖଯୋଗ୍ୟ ଯେ ତେଲେଙ୍ଗାନା ସରକାର ଦେଶର ପ୍ରମୁଖ ସମ୍ବାଦପତ୍ରରେ ଶୁକ୍ରବାର ଏକ ବିଜ୍ଞପନ ପ୍ରସାରଣ କରିଛନ୍ତି। ଏହି ବିଜ୍ଞାପନରେ ଜାତି ଜନଗଣନା ନେଇ ଉଲ୍ଲେଖ ରହିଛି। ଏଥିରେ ତଥ୍ୟ ଆଧାରରେ ସମାନତାର ପ୍ରସଙ୍ଗ ଉଠାଯାଇଛି, ଯାହାର ଟ୍ୟାଗ୍ ଲାଇନ ରହିଛି ‘ଜାତି ଜନଗଣନା ସମାନ ଅଧିକାରର ମୂଳଦୂଆ, ଯେତେ ଜନସଂଖ୍ୟା ସେତିକ
ହାଇଦ୍ରାବାଦ ୧୮।୭: ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଜାତିଗତ ଜନଗଣନା ନେଇ ଏକ ବିଜ୍ଞାପନ ଜାରି କରାଯାଇଛି। ତେବେ ଖାସ କଥା ହେଉଛି ତେଲେଙ୍ଗାନା ସରକାରଙ୍କ ଏହି ବିଜ୍ଞାପନରେ ଗାନ୍ଧି ପରିବାରର କୌଣସି ସଦସ୍ୟଙ୍କ ଫଟୋ ନାହିଁ। ପ୍ରଥମ ଥର ବିନା ଗାନ୍ଧି ପରିବାର ଛବିରେ ପ୍ରକାଶିତ କଂଗ୍ରେସ ବିଜ୍ଞାପନକୁ ନେଇ ବିଜେପି କଟାକ୍ଷ କରିଛି। ବିଜେପି ମୁଖପାତ୍ର ଅଜୟ ଆଲୋକ ଏହି ବିଜ୍ଞାପନକୁ ସେୟାର କରି କଂଗ୍ରେସରେ ‘ନୂଆ ଯୁଗର ସଂକେତ’ ବୋଲି ଉଲ୍ଲେଖ କରିଛନ୍ତି।
ଡ. ଅଜୟ ଆଲୋକ ସୋସିଆଲ ମିଡିଆ ଏକ୍ସ ରେ ଉଲ୍ଲେଖ କରିଛନ୍ତି ଯେ ‘ପ୍ରଥମ ଥର କୌଣସି କଂଗ୍ରେସ ସରକାରର ବିଜ୍ଞପାନ ଓ ତାହା ବି ‘ଜାତୀୟ ଜନଗଣନା’ର ସେଥିରେ ରାଜମାତା ଓ ଯୁବରାଜ ଙ୍କ ଛବି ଗାୟବ. ଏହା କଣ କଂଗ୍ରେସରେ ନୂଆ ଯୁଗର ସଂକେତ??? ଏହି ଖିଆଲ କଂଗ୍ରେସୀ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବ’। ଏହି ସରକାରୀ ବିଜ୍ଞାପନରେ ନା ସୋନିଆ ଗାନ୍ଧିଙ୍କ ଛବି ଅଛି ନା ରାହୁଲ ଗାନ୍ଧିଙ୍କର କେବଳ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଏକ ହସକୁରା ଛବି ରହିଛି।
ଉଲ୍ଲେଖଯୋଗ୍ୟ ଯେ ତେଲେଙ୍ଗାନା ସରକାର ଦେଶର ପ୍ରମୁଖ ସମ୍ବାଦପତ୍ରରେ ଶୁକ୍ରବାର ଏକ ବିଜ୍ଞପନ ପ୍ରସାରଣ କରିଛନ୍ତି। ଏହି ବିଜ୍ଞାପନରେ ଜାତି ଜନଗଣନା ନେଇ ଉଲ୍ଲେଖ ରହିଛି। ଏଥିରେ ତଥ୍ୟ ଆଧାରରେ ସମାନତାର ପ୍ରସଙ୍ଗ ଉଠାଯାଇଛି, ଯାହାର ଟ୍ୟାଗ୍ ଲାଇନ ରହିଛି ‘ଜାତି ଜନଗଣନା ସମାନ ଅଧିକାରର ମୂଳଦୂଆ, ଯେତେ ଜନସଂଖ୍ୟା ସେତିକି ହକ୍’। ବିଜ୍ଞପନରେ ସରକାର ଏକ ତଥ୍ୟ ଜାରି କରିଛନ୍ତି। ଏଥିରୁ ସ୍ପଷ୍ଟ ସଂକେତ ମିଳୁଛି ସଂରକ୍ଷଣ ସୀମା ୨୩ରୁ ବଢାଇ ୪୨% କରାଯିବ।
पहली बार किसी कांग्रेस सरकार के विज्ञापन वो भी “ जातीय जनगणना “ पे “ राजमाता और युवराज “ की तस्वीर गायब हैं । ये कांग्रेस के नए युग का संकेत ??? “गैंडी मुक्त कांग्रेस “ ये ख्याल कांग्रेसी कार्यकर्ताओं को उत्साहित करेगा । pic.twitter.com/WzbfHX34l7— Dr Ajay Alok (@alok_ajay) July 18, 2025
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଗୁରୁବାର କହିଥିଲେ ଯେ ରାଜ୍ୟ ସରକାର ୨୦୨୪-୨୫ ଜାତି ସର୍ଭେକ୍ଷଣ ତଥ୍ୟକୁ ବିଧାନସଭାରେ ଉପସ୍ଥାପନ କରିବେ, ଯେଉଁଥିରେ ସରକାରୀ ଚାକିରୀ, ଶିକ୍ଷଣ ଅନୁଷ୍ଠାନ ଓ ସ୍ଥାନୀୟ ପଞ୍ଚାୟତ,ପାଳିକା ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କ ନିମନ୍ତେ ୪୨% ସଂରକ୍ଷଣ ଲାଗୁ କରିବାର ପ୍ରାବଧାନ ରହିବ। ରେଡ୍ଡୀ କହିଛନ୍ତି ଯେ ଏଥିରେ ଲୁଚାଇବା ପାଇଁ କିଛି ନାହିଁ, ମୋ ପାଖରେ ତଥ୍ୟ ରହିଛି ଏହାକୁ ବିଧାନସଭାରେ ଉପସ୍ଥାପନ କରାଯିବ।
ସେ କହିଥିଲେ ଯେ ଆମେ ପଛୁଆ ବର୍ଗ ରିଜର୍ଭେସନ ୨୩କୁ ୪୨% କରିବା ଲାଗି ଏକ ଅଧ୍ୟାଦେଶ ଆଣିବୁ। ଏଥିରେ ମୁସଲମାନଙ୍କୁ ପଛୁଆ ବର୍ଗରେ ସାମିଲ କରାଯିବା ନେଇ ରେଡ୍ଡୀଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ ଆମେ ଏହାକୁ ଧର୍ମ ଆଧାରରେ ନୁହେଁ ଜାତି ଆଧାରରେ ଲାଗୁ କରୁଛୁ। ରାଜ୍ୟରେ ବ୍ୟାପକ ସାମାଜିକ, ଶୈକ୍ଷିକ, ରୋଜଗାର, ଆର୍ଥିକ ଓ ଜାତିଗତ ସର୍ଭେକ୍ଷଣ ପୁରା ତେଲେଙ୍ଗାନାରେ ବିସ୍ତୃତ ଜନସାଂଖିକୀୟ ଓ ସାମାଜିକ ଆର୍ଥିକ ଡାଟା ଏକତ୍ର କରାଯାଇଛି।