କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା
ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ କଂଗ୍ରେସ ସମେତ ଇଣ୍ଡିଆ ସହଯୋଗୀ ଦଳକୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ସୋନିଆ-ମନମୋହନ ସିଂ ସରକାର କ୍ଷମତାରେ ଥିବାବେଳେ ପାକିସ୍ତାନ ପ୍ରତିଦିନ ଆକ୍ରମଣ କରୁଥିଲା, କିନ୍ତୁ ବ୍ୟାଙ୍କ ରାଜନୀତି ହେତୁ କଂଗ୍ରେସ କିଛି କରି ନ ଥିଲା। ସ୍ବରାଷ୍ଟ୍ର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯଦି […] The post କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା appeared first on Dharitri Odia News.
ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ କଂଗ୍ରେସ ସମେତ ଇଣ୍ଡିଆ ସହଯୋଗୀ ଦଳକୁ କଡ଼ା ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି ଯେ ସୋନିଆ-ମନମୋହନ ସିଂ ସରକାର କ୍ଷମତାରେ ଥିବାବେଳେ ପାକିସ୍ତାନ ପ୍ରତିଦିନ ଆକ୍ରମଣ କରୁଥିଲା, କିନ୍ତୁ ବ୍ୟାଙ୍କ ରାଜନୀତି ହେତୁ କଂଗ୍ରେସ କିଛି କରି ନ ଥିଲା। ସ୍ବରାଷ୍ଟ୍ର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯଦି ଦେଶରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ହୁଏ ତେବେ ଦେଶ ତୃତୀୟ ଅର୍ଥନୀତି ଭାବରେ ଉଭା ହେବ।
ସେ କହିଛନ୍ତି ଯେ କଂଗ୍ରେସ ସରକାର ସମୟରେ ଆଲିଆ, ମାଲିଆ ଏବଂ ଜମାଲିଆ ପାକିସ୍ତାନରୁ ଆସି ବୋମା ବିସ୍ଫୋରଣ ପରେ ଫେରି ଆସୁଥିଲେ। ଏସବୁ ସତ୍ତ୍ୱେଏହି ଭୋଟ ବ୍ୟାଙ୍କ ହେତୁ ଏହି କଂଗ୍ରେସ ଦଳ କିଛି କରି ନଥିଲା, କିନ୍ତୁ ଭାଜପା ସରକାର ଗଠନ ହେବା ଦିନଠାରୁ ପୁଲୱାମା ଏବଂ ଉରିରେ ଆକ୍ରମଣ ହୋଇଥିଲା। ୧୦ ଦିନ ମଧ୍ୟରେ ମୋଦି ସର୍ଜିକାଲ ଏବଂ ଏୟାର ଷ୍ଟ୍ରାଇକ ମାଧ୍ୟମରେ ଆତଙ୍କବାଦୀଙ୍କୁ ହଟାଇ ଦେଇଛନ୍ତି।
The post କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା appeared first on Dharitri Odia News.