କଂଗ୍ରେସ ଶୂନ୍ୟ ବିଧାନସଭା : କାଲି ୧୨ ବିଧାୟକ ସସ୍‌ପେଣ୍ଡ ହୋଇଥିଲେ ଆଜି ଆଉ ଦୁଇ ଜଣଙ୍କୁ ନିଲମ୍ବନ କଲେ ବାଚସ୍ପତି

ଭୁବନେଶ୍ବର : କଂଗ୍ରେସ ଶୂନ୍ୟ ହୋଇଛି ବିଧାନସଭା। ଗତକାଲି କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକଙ୍କୁ ବାଚସ୍ପତି ସସ୍‌ପେଣ୍ଡ କରିଥିବା ବେଳେ ଆଜି ଆଉ ଜଣଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। ଯାହା ଫଳରେ ଚଳିତ ବିଧାନସଭାରେ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ଗତକାଲି କଂଗ୍ରେସ ବିଧାୟକ ଗୃହ ଚଳାଇ ଦେଉନଥିବା ଅଭିଯୋଗ କରିବା ସହ ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ସରକାରୀ […]

କଂଗ୍ରେସ ଶୂନ୍ୟ ବିଧାନସଭା : କାଲି ୧୨ ବିଧାୟକ ସସ୍‌ପେଣ୍ଡ ହୋଇଥିଲେ ଆଜି ଆଉ ଦୁଇ ଜଣଙ୍କୁ ନିଲମ୍ବନ କଲେ ବାଚସ୍ପତି
Congress MLAs Tara Bahinipati and Ramesh Jena suspended from the Assembly for 7 days

ଭୁବନେଶ୍ବର : କଂଗ୍ରେସ ଶୂନ୍ୟ ହୋଇଛି ବିଧାନସଭା। ଗତକାଲି କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକଙ୍କୁ ବାଚସ୍ପତି ସସ୍‌ପେଣ୍ଡ କରିଥିବା ବେଳେ ଆଜି ଆଉ ଜଣଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। ଯାହା ଫଳରେ ଚଳିତ ବିଧାନସଭାରେ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ନିଲମ୍ବନ କରାଯାଇଛି।

ଗତକାଲି କଂଗ୍ରେସ ବିଧାୟକ ଗୃହ ଚଳାଇ ଦେଉନଥିବା ଅଭିଯୋଗ କରିବା ସହ ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବ ଆଧାରରେ ବାଚସ୍ପତି ସୁରମା ପାଢୀ ୭ ଦିନ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିନ କରିଥିଲେ। କିନ୍ତୁ ସେହି ସମୟରେ ଗୃହରେ ତାରାପ୍ରସାଦ ବାହିନୀପତି ଓ ରମେଶ ଜେନା ଉପସ୍ଥିତ ନଥିବାରୁ ତାଙ୍କୁ ନିଲମ୍ବନ କରାଯାଇ ନଥିଲା। ହେଲେ ଆଜି ଗୃହରେ ଏହି ଦୁଇ ବିଧାୟକ ତାରା ବାହିନୀପତି ଓ ରମେଶ ଜେନାଙ୍କ ବିରୋଧରେ ଅଶୋଭନୀୟ ଆଚରଣ ଅଭିଯୋଗ କରି ୭ ଦିନ ପାଇଁ ନିଲମ୍ବନ କରିବାକୁ ପ୍ରସ୍ତାବ ରଖିଲେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ। ଆଉ ଯାହା ପରେ ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକଙ୍କୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ।

ସେପଟେ ଶୂନ୍ୟକାଳରେ ପଏଣ୍ଟ ଅଫ ଅଡର ଜରିଆରେ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି । ବଳ ପୂର୍ବକ ଭାବେ କଂଗ୍ରେସ ବିଧାୟକମାନଙ୍କୁ କାଢିବା ଠିକ୍ ନୁହେଁ। ପ୍ରତିକ୍ରିୟାଶୀଳ ଶାସକ ଦଳ ହେବା ଠିକ୍ ନୁହେଁ। ଏ ଗୃହକୁ ପୁଲିସ ପ୍ରବେଶ କଲେ ଠିକ୍ ନୁହେଁ। ବିରୋଧୀ ଦଳ ତରଫରୁ ଆମର ଦାବି ବାଚସ୍ପତି ତାଙ୍କ ବିବୃତି ରଖନ୍ତୁ। ମାର୍ଶାଲ ବି ଦିନେ ଆମକୁ ଛୁଇଁ ନଥିଲେ । ପୁଲିସ ପଶିବ ଏ ଠିକ୍ ନୁହେଁ। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଘଟିଛି।

ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସରକାର କଂଗ୍ରେସ ବିଧାୟକଙ୍କୁ ନେଇ ଗୃହରେ ବିବୃତି ରଖନ୍ତୁ । ପୁଲିସ ଆମକୁ ଗୃହକୁ ଛାଡ଼ୁ ନାହିଁ । ପ୍ରତିବାଦ କରିବାକୁ ଯିବା ବେଳେ ପୁଲିସ ଆମକୁ ଅଟକାଉଛି, ପୁଲିସ ମାଡ଼ ମାରୁଛି । ଏହା ଉପରେ ଗୃହରେ ବିବୃତି ରଖନ୍ତୁ ବାଚସ୍ପତି ବୋଲି ଦାବି କରିଛନ୍ତି।