କଂଗ୍ରେସକୁ ଆଉ ଏକ ଝଟ୍‌କା, ଦଳ ଛାଡିଲେ ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା

ଭୁବନେଶ୍ୱର ୦୨।୦୪: ନିର୍ବାଚନ ପୂର୍ବରୁ କଂଗ୍ରେସ୍‌କୁ ଆଉ ଏକ ଝଟ୍‌କା । ପ୍ରଥମ ଚିରଞ୍ଜୀବ ବିଶ୍ୱାଳ ଆଉ ଏବେ ଗଣେଶ୍ୱର ବେହେରା ଛାଡିଛନ୍ତି କଂଗ୍ରେସ ଦଳ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା । ଖବର ଅନୁଯାୟୀ, କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ବେଶ୍‌ ଜଣାଶୁଣା ଥିଲେ ଗଣେଶ୍ୱର ବେହେରା । ଦକ୍ଷ ନେତା ସାଙ୍ଗକୁ ଦୃଢ ସଂଗଠକ ଭାବେ କାର୍ଯ୍ୟ କରିଥାନ୍ତି ଗଣେଶ୍ୱର ବେହେରା । ୧୯୮୫ ମସିହାରେ ପଟ୍ଟାମୁଣ୍ଡାଇ ଆସନରୁ ପ୍ରଥମ ଥର ବିଧାୟକ ଭାବେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ପ୍ରାର୍ଥୀ ରବିନ୍ଦ୍ର କୁମାର ବେହେରାକୁ ପଟ୍ଟାମୁଣ୍ଡାଇ ଆସନରୁ ପରାଜିତ କରିଥିଲେ । ଏହାପରେ ୧୯୯୦ରେ ବିକ୍ରମ କେଶରୀ ଦେଓଙ୍କ ଠାରୁ ଜୁନାଗଡ଼ ଆସନରୁ ପରାସ୍ତ ହୋଇଥିଲେ । ହେଲେ ୧୯୯୫ରେ ପଟ୍ଟାମୁଣ୍ଡାଇ ଆସନରୁ ପୁଣି ଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ସିପ୍ରା ମଲ୍ଲିକଙ୍କୁ ପରାସ୍ତ କରିଥିଲେ ଗଣେଶ୍ୱର । ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିଲେ ଗଣେଶ୍ୱର ବେହେରା । ରାଜ୍ୟ କଂଗ୍ରେସର ବହୁ ପଦ ପଦବୀରେ ରହିଥିଲେ ଗଣେଶ୍ୱର । ଦଳକୁ କିପରି ସୁଦୃଢ କରାଯିବ । ସେନେଇ କାମ ମଧ୍ୟ କରିଥାନ୍ତି । ହେଲେ ଏବେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକତା ସଦସ୍ୟ ପଦର

କଂଗ୍ରେସକୁ ଆଉ ଏକ ଝଟ୍‌କା, ଦଳ ଛାଡିଲେ ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା

ଭୁବନେଶ୍ୱର ୦୨।୦୪: ନିର୍ବାଚନ ପୂର୍ବରୁ କଂଗ୍ରେସ୍‌କୁ ଆଉ ଏକ ଝଟ୍‌କା । ପ୍ରଥମ ଚିରଞ୍ଜୀବ ବିଶ୍ୱାଳ ଆଉ ଏବେ ଗଣେଶ୍ୱର ବେହେରା ଛାଡିଛନ୍ତି କଂଗ୍ରେସ ଦଳ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା । 

ଖବର ଅନୁଯାୟୀ, କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ବେଶ୍‌ ଜଣାଶୁଣା ଥିଲେ ଗଣେଶ୍ୱର ବେହେରା । ଦକ୍ଷ ନେତା ସାଙ୍ଗକୁ ଦୃଢ ସଂଗଠକ ଭାବେ କାର୍ଯ୍ୟ କରିଥାନ୍ତି ଗଣେଶ୍ୱର ବେହେରା । ୧୯୮୫ ମସିହାରେ ପଟ୍ଟାମୁଣ୍ଡାଇ ଆସନରୁ ପ୍ରଥମ ଥର ବିଧାୟକ ଭାବେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ପ୍ରାର୍ଥୀ ରବିନ୍ଦ୍ର କୁମାର ବେହେରାକୁ ପଟ୍ଟାମୁଣ୍ଡାଇ ଆସନରୁ ପରାଜିତ କରିଥିଲେ । ଏହାପରେ ୧୯୯୦ରେ ବିକ୍ରମ କେଶରୀ ଦେଓଙ୍କ ଠାରୁ ଜୁନାଗଡ଼ ଆସନରୁ ପରାସ୍ତ ହୋଇଥିଲେ । ହେଲେ ୧୯୯୫ରେ ପଟ୍ଟାମୁଣ୍ଡାଇ ଆସନରୁ ପୁଣି ଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ସିପ୍ରା ମଲ୍ଲିକଙ୍କୁ ପରାସ୍ତ କରିଥିଲେ ଗଣେଶ୍ୱର । ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିଲେ ଗଣେଶ୍ୱର ବେହେରା । ରାଜ୍ୟ କଂଗ୍ରେସର ବହୁ ପଦ ପଦବୀରେ ରହିଥିଲେ ଗଣେଶ୍ୱର । ଦଳକୁ କିପରି ସୁଦୃଢ କରାଯିବ । ସେନେଇ କାମ ମଧ୍ୟ କରିଥାନ୍ତି । ହେଲେ ଏବେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ପିସିସି ସଭାପତିଙ୍କୁ ଚିଠି ଲେଖି ଜଣାଇଛନ୍ତି । ତେବେ ଆଗାମୀ ନିର୍ବାଚନରେ ସେ କେଉଁ ଦଳର ଟିକେଟରୁ ଲଢିବେ । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି ।