କଂଗ୍ରେସକୁ ଆର୍ଥିକ ଦୁର୍ବଳ କରିବା ପାଇଁ ଚାଲିଛି ବ୍ୟବସ୍ଥିତ ପ୍ରୟାସ: ସୋନିଆ ଗାନ୍ଧି

ନୂଆଦିଲ୍ଲୀ ୨୧।୩: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧି କେନ୍ଦ୍ର ସରକାର ଉପରେ ଗୁରୁତର ଅଭିଯୋଗ କରିଛନ୍ତି। ସୋନିଆ ଗାନ୍ଧି କହିଛନ୍ତି ଯେ କଂଗ୍ରେସକୁ ଆର୍ଥିକ ରୂପେ ଦୁର୍ବଳ କରିବା ପାଇଁ ପ୍ରଧାନମନ୍ତ୍ରୀ ବ୍ୟବସ୍ଥିତ ପ୍ରୟାସ କରିଛନ୍ତି। ଏ ନେଇ ସୋନିଆ ଗାନ୍ଧି ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। କହିଥିଲେ ଆମେ ଆଜି ଯେଉଁ ସମସ୍ୟାର ସାମ୍ନା କରୁଛୁ ତାହା ବାସ୍ତବିକ ଜଟିଳ। ଏଥିଯୋଗୁ କେବଳ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ (ଆଇଏନସି) ଉପରେ ପ୍ରଭାବ ପଡୁଛି ବରଂ ଗଣତନ୍ତ୍ର ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଲୋକଙ୍କ ଦ୍ୱାରା ସଂଗୃହୀତ ପାଣ୍ଠି ଫ୍ରିଜ୍ କରିଦିଆଯାଇଥିବା ବେଳେ ଆମମାନଙ୍କ ଆକାଉଣ୍ଟରୁ ଜୋର ଜଦବରଦସ୍ତ ପଇସା ଛଡେଇ ନିଆଯାଉଛି ବୋଲି ସୋନିଆ ଅଭିଯୋଗ କରିଛନ୍ତି। ତେବେ କେବଳ ସୋନିଆ ଗାନ୍ଧି ନୁହନ୍ତି ରାହୁଲ ଗାନ୍ଧି ମଧ୍ୟ ଏହି ଭଳି ଅଭିଯୋଗ କରିଛନ୍ତି। ରାହୁଲ କହିଛନ୍ତି ଯେ ଏହା କଂଗ୍ରେସର ନୁହେଁ ଗଣତନ୍ତ୍ରର ପତନ। ଆମେ କୌଣସି କାର୍ଯ୍ୟାନୁଷ୍ଠାନ କରିପାରୁ ନାହୁଁ ଓ ଗଣତନ୍ତ୍ର ଉପରେ ଆକ୍ରମଣ କରାଯାଉଛି। ରାହୁଲ ଗାନ୍ଧି କହିଛନ୍ତି ଯେ ଆମକୁ ବିଜ୍ଞାପନ ଦେବାକୁ ସ୍ଲଟ ମିଳୁ ନାହିଁ ଓ ଏଥି ପାଇଁ ଷଡଯନ୍ତ୍ର କରାଯାଇଛି। ଯଦି ଆମର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ତେବେ ଏହା ମନକୁ ମନ ଏକ ବଡ଼ କ୍ଷତି। ଏହା ଉପରେ ନା କୋର୍ଟ କିଛି କହୁଛନ୍ତି ନା ଅନ୍ୟ କେହି ଏହାକ

କଂଗ୍ରେସକୁ ଆର୍ଥିକ ଦୁର୍ବଳ କରିବା ପାଇଁ ଚାଲିଛି ବ୍ୟବସ୍ଥିତ ପ୍ରୟାସ:  ସୋନିଆ ଗାନ୍ଧି

ନୂଆଦିଲ୍ଲୀ ୨୧।୩: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧି କେନ୍ଦ୍ର ସରକାର ଉପରେ ଗୁରୁତର ଅଭିଯୋଗ କରିଛନ୍ତି। ସୋନିଆ ଗାନ୍ଧି କହିଛନ୍ତି ଯେ କଂଗ୍ରେସକୁ ଆର୍ଥିକ ରୂପେ ଦୁର୍ବଳ କରିବା ପାଇଁ ପ୍ରଧାନମନ୍ତ୍ରୀ ବ୍ୟବସ୍ଥିତ ପ୍ରୟାସ କରିଛନ୍ତି। ଏ ନେଇ ସୋନିଆ ଗାନ୍ଧି ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। କହିଥିଲେ ଆମେ ଆଜି ଯେଉଁ ସମସ୍ୟାର ସାମ୍ନା କରୁଛୁ ତାହା ବାସ୍ତବିକ ଜଟିଳ। 

ଏଥିଯୋଗୁ କେବଳ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ (ଆଇଏନସି) ଉପରେ ପ୍ରଭାବ ପଡୁଛି ବରଂ ଗଣତନ୍ତ୍ର ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଲୋକଙ୍କ ଦ୍ୱାରା ସଂଗୃହୀତ ପାଣ୍ଠି ଫ୍ରିଜ୍ କରିଦିଆଯାଇଥିବା ବେଳେ ଆମମାନଙ୍କ ଆକାଉଣ୍ଟରୁ ଜୋର ଜଦବରଦସ୍ତ ପଇସା ଛଡେଇ ନିଆଯାଉଛି ବୋଲି ସୋନିଆ ଅଭିଯୋଗ କରିଛନ୍ତି। ତେବେ କେବଳ ସୋନିଆ ଗାନ୍ଧି ନୁହନ୍ତି ରାହୁଲ ଗାନ୍ଧି ମଧ୍ୟ ଏହି ଭଳି ଅଭିଯୋଗ କରିଛନ୍ତି। ରାହୁଲ କହିଛନ୍ତି ଯେ ଏହା କଂଗ୍ରେସର ନୁହେଁ ଗଣତନ୍ତ୍ରର ପତନ। ଆମେ କୌଣସି କାର୍ଯ୍ୟାନୁଷ୍ଠାନ କରିପାରୁ ନାହୁଁ ଓ ଗଣତନ୍ତ୍ର ଉପରେ ଆକ୍ରମଣ କରାଯାଉଛି। 

ରାହୁଲ ଗାନ୍ଧି କହିଛନ୍ତି ଯେ ଆମକୁ ବିଜ୍ଞାପନ ଦେବାକୁ ସ୍ଲଟ ମିଳୁ ନାହିଁ ଓ ଏଥି ପାଇଁ ଷଡଯନ୍ତ୍ର କରାଯାଇଛି। ଯଦି ଆମର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ତେବେ ଏହା ମନକୁ ମନ ଏକ ବଡ଼ କ୍ଷତି। ଏହା ଉପରେ ନା କୋର୍ଟ କିଛି କହୁଛନ୍ତି ନା ଅନ୍ୟ କେହି ଏହାକୁ ବିରୋଧ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ ଆମେ ୨୦ ପ୍ରତିଶତ ଲୋକଙ୍କ ପ୍ରତିନିଧିତ୍ୱ କରୁଛୁ ହେଲେ ଆମେ ଏବେ ଆମ ନେତାଙ୍କ ନିମନ୍ତେ ଟ୍ରେନ ଟିକେଟ୍ କିଣିବା ପାଇଁ ୨ ଟଙ୍କା ବି ଖର୍ଚ୍ଚ କରିପାରୁ ନାହୁଁ। ଏହା ଉପରେ କୋର୍ଟ କି ନିର୍ବାଚନ ଆୟୋଗ କିଛି କହୁ ନାହାନ୍ତି। 

ଉଲ୍ଲେଖଯୋଗ୍ୟ ଯେ ଗତମାସରେ ଆୟକର ବିଭାଗ ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ବକେୟା ଆୟକର ଓ ଜରିମନା ଆକାରରେ କଂଗ୍ରେସକୁ ୨୧୦ କୋଟି ଟଙ୍କା ମାଗିଥିଲେ। ଏହା ପରେ କଂଗ୍ରେସ ଆକାଉଣ୍ଟରେ ଥିବା ୧୧୫ କୋଟି ଟଙ୍କା ଫ୍ରିଜ କରିଦେଇଛନ୍ତି। ଏହି ସନ୍ଦର୍ଭରେ ଗୁରୁବାର ସୋନିଆ ଗାନ୍ଧି ଏହି ବୟାନ ଦେଇଛନ୍ତି।