କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ ସଭାପତି ଅରବିନ୍ଦର ସିଂ ଲଭଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅରବିନ୍ଦର ସିଂ ଲଭଲି ତାଙ୍କ ଇସ୍ତଫା କଂଗ୍ରେସ ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ ପଠାଇଛନ୍ତି। ଏହାପୂର୍ବରୁ ନିକଟରେ କଂଗ୍ରେସ ସରକାରରେ ୧୫ ବର୍ଷ ମନ୍ତ୍ରୀ ଥିବା ରାଜକୁମାର ଚୌହାନ ଦଳରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା […] The post କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ appeared first on Dharitri Odia News.

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ ସଭାପତି ଅରବିନ୍ଦର ସିଂ ଲଭଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅରବିନ୍ଦର ସିଂ ଲଭଲି ତାଙ୍କ ଇସ୍ତଫା କଂଗ୍ରେସ ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ ପଠାଇଛନ୍ତି।

ଏହାପୂର୍ବରୁ ନିକଟରେ କଂଗ୍ରେସ ସରକାରରେ ୧୫ ବର୍ଷ ମନ୍ତ୍ରୀ ଥିବା ରାଜକୁମାର ଚୌହାନ ଦଳରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ଦେବାର କାରଣ ରାଜ୍ୟ ଦାୟିତ୍ୱରେ ଥିବା ଦୀପକ ବାବରିଆଙ୍କ ଆଚରଣକୁ ଉଲ୍ଲେଖ କରିଥିଲେ।
ଏଥିରେ ଭାଜପା ନେତା ତାଜିନ୍ଦର ବାଗଗା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଅରବିନ୍ଦର ସିଂ ଲଭଲି ପାଜି ଜଣେ ଜାତୀୟତାବାଦୀ ଏବଂ ସେ କହ୍ନେୟା କୁମାରଙ୍କୁ ଟିକେଟ ଦେବା ବିରୋଧରେ ଥିଲେ। ଦଳର ଆଭ୍ୟନ୍ତରୀଣ ବୈଠକରେ ସେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି ଯେ ସେ ଭାରତୀୟ ସେନାକୁ ଦୁର୍ବ୍ୟବହାର କରିଥିଲେ। ତେବେ କେହି ତାଙ୍କ କଥା ଶୁଣିଲେ ନାହିଁ।

The post କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ appeared first on Dharitri Odia News.