କଂଗ୍ରେସକୁ ଥରୁରଙ୍କୁ ଚେତାବନୀ : କହିଲେ କେରଳର କଂଗ୍ରେସରେ ରହିଛି ଜଣେ ନେତାଙ୍କ ଅନୁପସ୍ଥିତି
କନକବ୍ୟୁରୋ : କଂଗ୍ରେସକୁ ଥରୁରଙ୍କୁ ଚେତାବନୀ। ନିଜକୁ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ। କେରଳରେ ବାମପନ୍ଥୀ ସରକାରକୁ ପ୍ରଶଂସା କରିବା ନେଇ ସୃଷ୍ଟି ହୋଇଥିବା ବିବାଦ ଚାଲିଛି । ଏହାରି ମଧ୍ୟରେ ଥରୁର୍ ଆଜି କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ କେରଳର କଂଗ୍ରେସରେ ଜଣେ ନେତାଙ୍କ ଅନୁପସ୍ଥିତି ରହିଛି। ଦଳ ଏହାକୁ ହୃଦୟଙ୍ଗମ କରୁନାହିଁ । ଯଦି କଂଗ୍ରେସ ଦଳ ମୋତେ ଆବଶ୍ୟକ କରୁନାହିଁ ତା’ହେଲେ ମୋ ପାଖରେ ଅନ୍ୟ ବିକଳ୍ପ ରହିଛି। କେରଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ଦାବିକୁ ଦୋହରାଇ ଥରୁର୍ କହିଛନ୍ତି, ଜନମତ ସର୍ବେକ୍ଷଣରୁ ଜଣାପଡିଛି ଯେ ସେ କେରଳରେ ନେତୃତ୍ୱ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ଆଗରେ ଅଛନ୍ତି । ଯଦି ଦଳ ମୋର ଲୋକପ୍ରିୟତାକୁ ବ୍ୟବହାର କରିବାକୁ ଚାହୁଛି, ତେବେ ମୁଁ ଦଳ ପାଇଁ ରହିବି । ଯଦି ନୁହେଁ, ତା’ହେଲେ ମୋର ନିଜର କିଛି ପଦକ୍ଷେପ ନେବାର ଅଛି । ମୋର ସଂସଦୀୟ କ୍ଷେତ୍ରରେ କଂଗ୍ରେସକୁ ଚାହୁନଥିବା ଲୋକେ ମଧ୍ୟ ମୋତେ ଭୋଟ୍ ଦେଇ ନିର୍ବାଚିତ କରିଛନ୍ତି ବୋଲି ଥରୁର୍ କହିଛନ୍ତି । ତାଙ୍କ ଏଭଳି ବୟାନ ଦଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କେରଳ କଂଗ୍ରେସର ଅଡ଼ୁଆ ବଢ଼ିଯାଇଛି । କଂଗ୍ରେସକୁ ଥରୁରଙ୍କ ଚେତାବନୀ ଦଳର ବରିଷ୍ଠ ନେତାମାନଙ୍କୁ କଟାକ୍ଷ କରି କରିଛନ୍ତି ଥରୁର‘କେନ୍ଦ୍ରରେ କ୍ଷମତାକୁ ଆସିବା ପାଇଁ ଦଳକୁ ୨୬ରୁ ୨୭ % ଭୋଟ୍ ଦରକା

କନକବ୍ୟୁରୋ : କଂଗ୍ରେସକୁ ଥରୁରଙ୍କୁ ଚେତାବନୀ। ନିଜକୁ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ। କେରଳରେ ବାମପନ୍ଥୀ ସରକାରକୁ ପ୍ରଶଂସା କରିବା ନେଇ ସୃଷ୍ଟି ହୋଇଥିବା ବିବାଦ ଚାଲିଛି । ଏହାରି ମଧ୍ୟରେ ଥରୁର୍ ଆଜି କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ କେରଳର କଂଗ୍ରେସରେ ଜଣେ ନେତାଙ୍କ ଅନୁପସ୍ଥିତି ରହିଛି। ଦଳ ଏହାକୁ ହୃଦୟଙ୍ଗମ କରୁନାହିଁ ।
ଯଦି କଂଗ୍ରେସ ଦଳ ମୋତେ ଆବଶ୍ୟକ କରୁନାହିଁ ତା’ହେଲେ ମୋ ପାଖରେ ଅନ୍ୟ ବିକଳ୍ପ ରହିଛି। କେରଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ଦାବିକୁ ଦୋହରାଇ ଥରୁର୍ କହିଛନ୍ତି, ଜନମତ ସର୍ବେକ୍ଷଣରୁ ଜଣାପଡିଛି ଯେ ସେ କେରଳରେ ନେତୃତ୍ୱ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ଆଗରେ ଅଛନ୍ତି । ଯଦି ଦଳ ମୋର ଲୋକପ୍ରିୟତାକୁ ବ୍ୟବହାର କରିବାକୁ ଚାହୁଛି, ତେବେ ମୁଁ ଦଳ ପାଇଁ ରହିବି । ଯଦି ନୁହେଁ, ତା’ହେଲେ ମୋର ନିଜର କିଛି ପଦକ୍ଷେପ ନେବାର ଅଛି । ମୋର ସଂସଦୀୟ କ୍ଷେତ୍ରରେ କଂଗ୍ରେସକୁ ଚାହୁନଥିବା ଲୋକେ ମଧ୍ୟ ମୋତେ ଭୋଟ୍ ଦେଇ ନିର୍ବାଚିତ କରିଛନ୍ତି ବୋଲି ଥରୁର୍ କହିଛନ୍ତି । ତାଙ୍କ ଏଭଳି ବୟାନ ଦଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କେରଳ କଂଗ୍ରେସର ଅଡ଼ୁଆ ବଢ଼ିଯାଇଛି ।
କଂଗ୍ରେସକୁ ଥରୁରଙ୍କ ଚେତାବନୀ
ଦଳର ବରିଷ୍ଠ ନେତାମାନଙ୍କୁ କଟାକ୍ଷ କରି କରିଛନ୍ତି ଥରୁର
‘କେନ୍ଦ୍ରରେ କ୍ଷମତାକୁ ଆସିବା ପାଇଁ ଦଳକୁ ୨୬ରୁ ୨୭ % ଭୋଟ୍ ଦରକାର’
ଗତ ଦୁଇ ନିର୍ବାଚନରେ ସମର୍ଥନକରିନଥିବା ଲୋକଙ୍କର ଆବଶ୍ୟକତା ରହିଛି
ଦଳ ନିଜର ଭବିଷ୍ୟତ ନେଇ ଭଲଭାବେ ଚିନ୍ତା କରୁ ବୋଲି ଥରୁର୍ କହିଛନ୍ତି
କେରଳର କଂଗ୍ରେସରେ ଜଣେ ନେତାଙ୍କ ଅନୁପସ୍ଥିତି ରହିଛି।
ଦଳ ଏହାକୁ ହୃଦୟଙ୍ଗମ କରୁନାହିଁ କହିଛନ୍ତି କଂଗ୍ରେସ ସାଂସଦ
ଯଦି କଂଗ୍ରେସ ଦଳର ମୋର ଆବଶ୍ୟକତା ନାହିଁ ତା’ହେଲେ ମୋ ପାଖରେ ଅନ୍ୟ ବିକଳ୍ପ ଅଛି
କେରଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ଦାବିକୁ ଦୋହରାଇଛନ୍ତି ଥରୁର୍
‘ସର୍ଭେରୁ କେରଳରେ ନେତୃତ୍ୱ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ସେ ଆଗରେ ଅଛନ୍ତି’
ଯଦି ଦଳ ମୋର ଲୋକପ୍ରିୟତାକୁ ବ୍ୟବହାର କରିବାକୁ ଚାହୁଛି, ତେବେ ମୁଁ ଦଳ ପାଇଁ ରହିବି
ଯଦି ନୁହେଁ, ତା’ହେଲେ ମୋର ନିଜର କିଛି ପଦକ୍ଷେପ ନେବାର ଅଛି।
ଥରରୁଙ୍କ ଏଭଳି ବୟାନକୁ ନେଇ ଦଳ ଭିତରେ ଆଲୋଡ଼ନ ସୃଷ୍ଟି ହୋଇଛି।