କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା: ୧୬ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ପୂର୍ବରୁ କଂଗ୍ରେସ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ପୁଣି ଜାରି କରିଛି ଆଉ ଏକ […]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ପୂର୍ବରୁ କଂଗ୍ରେସ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ପୁଣି ଜାରି କରିଛି ଆଉ ଏକ ପ୍ରାର୍ଥୀ ତାଲିକା ।
ଆଜି ଦଳ ଓଡ଼ିଶାର ୧୬ଟି ବିଧାନସଭା ଓ ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଅମିତା ବିଶ୍ୱାଳ, ବଡ଼ସାହି ପାଇଁ କ୍ଷୀରୋଦ ପାତ୍ର, ସୁକିନ୍ଦା ପାଇଁ ବିଭୂତି ଭୂଷଣ ରାଉତ, କଣ୍ଟାମାଳ ପାଇଁ ଶରତ ପ୍ରଧାନ, କେନ୍ଦ୍ରାପଡ଼ା ପାଇଁ ସିପ୍ରା ମଲ୍ଲିକ, ରାଜନଗର ପାଇଁ ଅଶୋକ ପ୍ରତିହାରୀ, ମହାକାଳପଡ଼ା ପାଇଁ ଲୋକନାଥ ମହାରଥୀ, ନିମାପଡ଼ା ପାଇଁ ସିଦ୍ଧାର୍ଥ ରାଉତରାୟ, ପିପିଲି ପାଇଁ ଜ୍ଞାନରଞ୍ଜନ ପଟ୍ଟନାୟକ, ଜୟଦେବ ପାଇଁ କୃଷ୍ଣ ସଗରିଆ, ଖୋର୍ଦ୍ଧା ପାଇଁ ସୋନାଲି ସାହୁ, ଚିଲିକା ପାଇଁ ପ୍ରଦୀପ କୁମାର ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ସମ୍ବଲପୁର ଲୋକସଭା ଆସନ ପାଇଁ ଦୁଲାଲ ଚନ୍ଦ୍ର ପ୍ରଧାନ, ଆସିକା ପାଇଁ ଦେବକାନ୍ତ ଶର୍ମା ଓ କେନ୍ଦୁଝର ପାଇଁ ମୋହନ ହେମ୍ବ୍ରମଙ୍କ ସ୍ଥାନରେ ବିନୋଦ ନାୟକ ପ୍ରାର୍ଥୀ ହୋଇଛନ୍ତି ।
The candidates selected by the Central Election Committee of Congress for the ensuing elections to the Legislative Assembly of Odisha
pic.twitter.com/xgtFcfSgJV
— Congress (@INCIndia) April 20, 2024
कांग्रेस अध्यक्ष श्री @kharge की अध्यक्षता में आयोजित 'केंद्रीय चुनाव समिति' की बैठक में लोकसभा चुनाव, 2024 के लिए ओडिशा और पश्चिम बंगाल के कांग्रेस उम्मीदवारों की लिस्ट। pic.twitter.com/hjofEv8IHU
— Congress (@INCIndia) April 20, 2024