କଂଗ୍ରେସର କୋରାପୁଟ ବନ୍ଦ ଡାକରା ପ୍ରତ୍ୟାହୃତ
କୋରାପୁଟ: ପ୍ରତ୍ୟାହୃତ ହେଲା କଂଗ୍ରେସର କୋରାପୁଟ ବନ୍ଦ ଡାକରା। ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଲାଗି ରହିଥିବା ଅଚଳାବସ୍ଥାକୁ ନେଇ କଂଗ୍ରେସ ତରଫରୁ ଗୁରୁବାର ହେବାକୁ ଥିବା ଜିଲ୍ଲା ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଛି ।ଜିଲ୍ଲାରେ ଏଫଏକ୍ୟୁ ମାନ ଆଳରେ ମିଲର୍ସ ବିଭିନ୍ନ ଧାନ ମଣ୍ଡିରୁ ଧାନନ ଉଠାଇବା ନେଇ ଗତ ୨୨ ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୨୬ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଜିଲ୍ଲା ବନ୍ଦ ଡାକରାର ଚେତାବନୀ ଦେଇଥିଲେ ଜୟପୁର ବିଧାୟକ। ଆଉ କଂଗ୍ରେସର ଅଲଟିମେଟମ୍ ପରେ ପ୍ରଶାସନ ବିଭିନ୍ନ ମଣ୍ଡିରୁ ଧାନ ଉଠାଇବା ଆରମ୍ଭ କରିଛି । ଜିଲ୍ଲାର ୧୦୮ଟି ମଣ୍ଡିରୁ ୪୦ଟି ମଣ୍ଡି କାର୍ଯ୍ୟକ୍ଷମ ହୋଇଛି । ଏସବୁ ମଣ୍ଡିରୁ ୪୪୬୯୩ କ୍ବିଣ୍ଟାଲ ଧାନ କିଣା ଗଲାଣି । ବଳକା ମଣ୍ଡିରୁ ଆସନ୍ତା ୨ ଦିନ ମଧ୍ୟରେ ଧାନ ଉଠିବ । ଏନେଇ ପ୍ରଶାସନ, ଯୋଗାଣ ବିଭାଗ ଓ ବିଧାୟକଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି କଂଗ୍ରେସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।
କୋରାପୁଟ: ପ୍ରତ୍ୟାହୃତ ହେଲା କଂଗ୍ରେସର କୋରାପୁଟ ବନ୍ଦ ଡାକରା। ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଲାଗି ରହିଥିବା ଅଚଳାବସ୍ଥାକୁ ନେଇ କଂଗ୍ରେସ ତରଫରୁ ଗୁରୁବାର ହେବାକୁ ଥିବା ଜିଲ୍ଲା ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଛି ।
ଜିଲ୍ଲାରେ ଏଫଏକ୍ୟୁ ମାନ ଆଳରେ ମିଲର୍ସ ବିଭିନ୍ନ ଧାନ ମଣ୍ଡିରୁ ଧାନନ ଉଠାଇବା ନେଇ ଗତ ୨୨ ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୨୬ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଜିଲ୍ଲା ବନ୍ଦ ଡାକରାର ଚେତାବନୀ ଦେଇଥିଲେ ଜୟପୁର ବିଧାୟକ।
ଆଉ କଂଗ୍ରେସର ଅଲଟିମେଟମ୍ ପରେ ପ୍ରଶାସନ ବିଭିନ୍ନ ମଣ୍ଡିରୁ ଧାନ ଉଠାଇବା ଆରମ୍ଭ କରିଛି । ଜିଲ୍ଲାର ୧୦୮ଟି ମଣ୍ଡିରୁ ୪୦ଟି ମଣ୍ଡି କାର୍ଯ୍ୟକ୍ଷମ ହୋଇଛି । ଏସବୁ ମଣ୍ଡିରୁ ୪୪୬୯୩ କ୍ବିଣ୍ଟାଲ ଧାନ କିଣା ଗଲାଣି । ବଳକା ମଣ୍ଡିରୁ ଆସନ୍ତା ୨ ଦିନ ମଧ୍ୟରେ ଧାନ ଉଠିବ । ଏନେଇ ପ୍ରଶାସନ, ଯୋଗାଣ ବିଭାଗ ଓ ବିଧାୟକଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି କଂଗ୍ରେସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।