କଂଗ୍ରେସର ନୋଟିସ, ସୁରଙ୍କ ଜବାବ: କହିଲେ, କୌଣସି ଦଳ ପାଇଁ କରିନାହାନ୍ତି ପ୍ରଚାର
କନକ ବ୍ୟୁରୋ: ପୁତ୍ର ମୋହରେ ପଡ଼ିଥିବା ସୁରେଶ ରାଉତରାୟଙ୍କୁ ନୋଟିସ୍ କରିଥିଲା କଂଗ୍ରେସ । ଆଜି ସେ ନୋଟିସ୍ର ଉତର ରଖିଛନ୍ତି । ଆଉ କହିଛନ୍ତି ସେ କୌଣସି ଦଳ ପାଇଁ ପ୍ରଚାର କରିନାହାନ୍ତି । ଏପରିକି ପୁଅ ପାଇଁ ପ୍ରଚାର କରୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ୫୦ବର୍ଷ ହେଲା ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆସୁଛନ୍ତି । ତଥାପି ଏଆଇସିସି କିମ୍ବା ପିସିସି ଯଦି ତାଙ୍କୁ ଦଣ୍ଡବିଧାନ କରନ୍ତି ତାହେଲେ ଗ୍ରହଣ […] The post କଂଗ୍ରେସର ନୋଟିସ, ସୁରଙ୍କ ଜବାବ: କହିଲେ, କୌଣସି ଦଳ ପାଇଁ କରିନାହାନ୍ତି ପ୍ରଚାର first appeared on Kanak News.

କନକ ବ୍ୟୁରୋ: ପୁତ୍ର ମୋହରେ ପଡ଼ିଥିବା ସୁରେଶ ରାଉତରାୟଙ୍କୁ ନୋଟିସ୍ କରିଥିଲା କଂଗ୍ରେସ । ଆଜି ସେ ନୋଟିସ୍ର ଉତର ରଖିଛନ୍ତି । ଆଉ କହିଛନ୍ତି ସେ କୌଣସି ଦଳ ପାଇଁ ପ୍ରଚାର କରିନାହାନ୍ତି । ଏପରିକି ପୁଅ ପାଇଁ ପ୍ରଚାର କରୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ୫୦ବର୍ଷ ହେଲା ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆସୁଛନ୍ତି । ତଥାପି ଏଆଇସିସି କିମ୍ବା ପିସିସି ଯଦି ତାଙ୍କୁ ଦଣ୍ଡବିଧାନ କରନ୍ତି ତାହେଲେ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି ।
ଜଟଣୀ ବିଧାୟକ ସୁର ରାଉତରାୟଙ୍କ ବିରୋଧରେ ଅଭିଯୋଗ, ସେ କଂଗ୍ରେସରେ ଅଛନ୍ତି ହେଲେ ଅନ୍ୟ ଦଳ ପାଇଁ ପ୍ରଚାର କରୁଛନ୍ତି । ଯାହାକୁ ନେଇ ତାଙ୍କୁ ନୋଟିସ୍ ଜାରି କରିଥିଲା କଂଗ୍ରେସ । ଯାହାର ଲିଖିତ ଜବାବ ରଖିଛନ୍ତି ସୁର ରାଉତରାୟ । ତାଙ୍କର କହିବା କଥା ସେ କୌଣସି ଦଳ ପାଇଁ ପ୍ରଚାର କରିନାହାନ୍ତି । କୌଣସି ଦଳର ରାଲିକୁ ଯାଇନାହାନ୍ତି । କୌଣସି ଦଳର ସଭାରେ ଯୋଗ ଦେଇନାହାନ୍ତି । ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ସେଥିପାଇଁ ଭୁବନେଶ୍ୱର ଲୋକସଭା ମଣ୍ଡଳୀରେ କୌଣସି ଦଳର ପ୍ରଚାରକୁ ଯାଇନାହାନ୍ତି କି ଯିବେ ନାହିଁ ବୋଲି କହିଛନ୍ତି ସୁର ରାଉତରାୟ ।
ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ୫୦ ବର୍ଷ ହେଲା ଯାଉଛନ୍ତି । ହେଲେ ସେଥିରେ କୌଣସି ରାଜନୈତିକ ଭାଷଣ ଦେଇନାହାନ୍ତି କି ପୁଅ ପାଇଁ ପ୍ରଚାର କରିନାହାନ୍ତି । ଯଦି ଏଆଇସିସି ଓ ପିସିସି ଦଣ୍ଡିତ କରନ୍ତି, ସେ ଗ୍ରହଣ କରିବେ ବୋଲି କହିଛନ୍ତି ସୁର ରାଉତରାୟ ।
ମନ୍ମଥ ରାଉତରାୟ ଭୁବନେଶ୍ୱର ଲୋକସଭାରୁ ବିଜେଡି ପ୍ରାର୍ଥୀ ହେବା ପରେ ବଢ଼ିଛି ସୁରଙ୍କ ଅଡୁଆ । ଗୋଟିଏ ପଟେ ପୁଅ, ଅନ୍ୟପଟେ ଦଳ, ଏହାକୁ ନେଇ ସେ ଦୋଛକିରେ ପଡିଛନ୍ତି । ତେବେ ଦେଖିବାର କଥା ସୁର ରାଉତରାୟ କଂଗ୍ରେସ ନୋଟିସର ଜବାବ ଦେବା ପରେ ତାଙ୍କ ପ୍ରତି କି ଆଭିମୁଖ୍ୟ ଗ୍ରହଣ କରୁଛି ଦଳ ।
The post କଂଗ୍ରେସର ନୋଟିସ, ସୁରଙ୍କ ଜବାବ: କହିଲେ, କୌଣସି ଦଳ ପାଇଁ କରିନାହାନ୍ତି ପ୍ରଚାର first appeared on Kanak News.