କଂଗ୍ରେସର ବଡ଼ ଘୋଷଣା; ନିର୍ବାଚନ ଟିକେଟ୍ ପାଇଁ କରନ୍ତୁ ଅନଲାଇନ୍ ଆବେଦନ..
ଅନଲାଇନରେ ସବୁ ତଥ୍ୟ ଦେଇ ଟିକେଟ ଆବେଦନ କରିବେ ଆଶାୟୀ। ଖୁବଶୀଘ୍ର ଟିକେଟ ଆବେଦନ କରିବାର ଇ ଫର୍ମ ଉପଲବ୍ଧ କରାଯିବ।
ମୁଣ୍ତ ଉପରେ ସାଧାରଣ ନିର୍ବାଚନ। ପାଗ ଭିଢ଼ିଲେଣି ସମସ୍ତ ରାଜନୈତିକ ଦଳ। ନିର୍ବାଚନକୁ ନେଇ କଂଗ୍ରେସର ବଡ଼ ଘୋଷଣା। କଂଗ୍ରେସ ଟିକେଟ ନେଇ ପିସିସି ପ୍ରଭାରୀ ଅଜୟ କୁମାରଙ୍କ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଅନଲାଇନରେ ସବୁ ତଥ୍ୟ ଦେଇ ଟିକେଟ ଆବେଦନ କରିବେ ଆଶାୟୀ। ଖୁବଶୀଘ୍ର ଟିକେଟ ଆବେଦନ କରିବାର ଇ ଫର୍ମ ଉପଲବ୍ଧ କରାଯିବ। ଏକାଧିକ ଆଶାୟୀ ଥିଲେ ଯୋଗ୍ୟ ପ୍ରାର୍ଥୀ ନେଇ ତର୍ଜମା କରାଯିବ।
ଏହାପରେ ପ୍ରଦେଶ ଇଲେକ୍ସନ୍ କମିଟି ତର୍ଜମା ପରେ ସ୍କ୍ରିନିଂ କମିଟିକୁ ପଠାଯିବ। ସ୍କ୍ରିନିଂ କମିଟିର ଅନୁମୋଦନ ପରେ ଉପଯୁକ୍ତ ପ୍ରାର୍ଥୀକୁ ଟିକେଟ ମିଳିବ। ତେବେ ଏହି ପ୍ରକ୍ରିୟାରେ କଂଗ୍ରେସ ନିଜ ପ୍ରାର୍ଥୀ ଚୟନ କରିବାକୁ ଯାଉଛି। ନିର୍ବାଚନକୁ ଆଖି ଆଗରେ ରଖି ଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛି।
-କଂଗ୍ରେସ ଟିକେଟ ନେଇ ପିସିସି ପ୍ରଭାରୀ ଅଜୟ କୁମାରଙ୍କ ପ୍ରତିକ୍ରିୟା
-ଅନଲାଇନରେ ସବୁ ତଥ୍ୟ ଦେଇ ଟିକେଟ ଆବେଦନ କରିବେ ଆଶାୟୀ#Congress pic.twitter.com/wyPZUg6NwO — ଓଟିଭି (@otvkhabar) February 1, 2024
ନିକଟରେ ବିଜେଡି ନେତା ତଥା 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର। ଭୁବନେଶ୍ୱରରେ ଏକ ପ୍ରେସ୍ ମିଟରେ ଅଜୟ କହିଥିଲେ, ସେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲୁଛନ୍ତି। ଏହି ସମୟରେ ବିଜେଡି ପୋଷ୍ଟରରୁ ବିଜୁ ପଟ୍ଟନାୟକଙ୍କୁ ବାଦ୍ ଦିଆଯିବା ସେ ଦେଖିବାକୁ ପାଇଛନ୍ତି। ବିଜୁଙ୍କ ଜାଗାରେ ଏବେ ପାଣ୍ଡିଆନଙ୍କ ଫଟୋ ଲାଗିବା ଦେଖାଗଲାଣି। କିଛି ଦିନ ପରେ ନବୀନଙ୍କ ଫଟୋ କାଢ଼ି ପାଣ୍ଡିଆନଙ୍କ ଫଟୋ ରହିବ।
ସେ କହିଥିଲେ ଯେ ବିପକ୍ଷ ଦଳ ହୋଇଥିଲେ ବି ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି । ବିଜୁଙ୍କ ଫଟୋ ବାଦ୍ ଦିଆଯିବା ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ। ବିଜେଡି ପୋଷ୍ଟରରୁ ବିଜୁ ବାବୁ ହଟିବା ଓଡ଼ିଆ ଅସ୍ମିତା ଓ ଓଡ଼ିଆଙ୍କ ପ୍ରତି ଆଘାତ ବୋଲି କହିଥିଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର।