କଂଗ୍ରେସର ସଙ୍ଗୀନ ଅଭିଯୋଗ, ୬ ବର୍ଷରେ NTA ଲାଭ କରିଛି ୪୪୮ କୋଟି
ନୂଆଦିଲ୍ଲୀ ୦୫।୦୮ : କେନ୍ଦ୍ର ସରକାରଙ୍କ କଂଗ୍ରେସ ନେତା ଜୟରାମ ରମେଶଙ୍କ ଟାର୍ଗେଟ । ନିଟ୍ ପରୀକ୍ଷା ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଘେରିଛି କଂଗ୍ରେସ ଦଳ । କେନ୍ଦ୍ର ସରକାର ରାଜସ୍ୱ କମାଇବାକୁ ଦେଶର ଯୁବାଙ୍କୁ ଏକ ସାହାର ସଜାଇ ସାରିଛନ୍ତି ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି । ସେ ନିଜ ‘X’ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଦେଶର ବେରୋଜଗାର ଯୁବାଙ୍କୁ ରୋଗଜଗାର ଦେବା ପାଇଁ ଅନେକ ପରୀକ୍ଷାର ଆୟୋଜିତ ହେଉଛି । ଯାହାଦ୍ୱାରା କି ଏହି ଯୁବାମାନେ ଉକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜକୁ ଯୋଗ୍ୟ ବିବେଚିତ କରିପାରିବେ । ହେଲେ କେନ୍ଦ୍ର ସରକାର ଏମାନଙ୍କୁ ଟଙ୍କା ଛାପିବା ମେସିନ ପରି ବ୍ୟବହାର କରୁଛି । ଆୟୋଜିତ ହେଉଥିବା ପରୀକ୍ଷା ଦ୍ୱାରା ଗତ ୬ ବର୍ଷରେ ୪୪୮ କୋଟି ଟଙ୍କା ଆଦାୟ କରିଛି NTA ( ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି)। ଏହା ଶିକ୍ଷା ମନ୍ତ୍ରାଳୟର ଏକ ଅଂଶ । ଯାହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଘରୋଇ ଭେଣ୍ଡର୍ସମାନଙ୍କୁ ଆଉଟ୍ସୋର୍ସିଂ ଜରିଆରେ କାମ କରାଇବା । ଏହାସହିତ NTA ସଂସ୍ଥା ଏପରି ଏକ ବ୍ୟକ୍ତିଙ୍କ ହାତ ରହିଛି । ଯିଏକି ମଧ୍ୟପ୍ରଦେଶର ଲୋକ ସେବା ଆୟୋଗର ଅଧ୍ୟକ୍ଷ ଥିଲେ । ସେହି ସମୟରେ ଏକ ବଡ଼ ଘୋଟାଲା ସାମ୍ନାକୁ ଆସିଥିଲା । ସେହିପରି ରାଜ୍ୟସଭାର ଏକ ଜବାବରେ କେନ୍ଦ୍ରୀୟ ଶିକ୍ଷା ରାଜ୍ୟ ମନ୍ତ୍ରୀ କହିଛନ୍ତି ଯେ, NTA ଅନୁମାନିତ ରୂପରେ ୩୫୧୨ କୋଟିରୁ ଅଧିକ ଟଙ୍
ନୂଆଦିଲ୍ଲୀ ୦୫।୦୮ : କେନ୍ଦ୍ର ସରକାରଙ୍କ କଂଗ୍ରେସ ନେତା ଜୟରାମ ରମେଶଙ୍କ ଟାର୍ଗେଟ । ନିଟ୍ ପରୀକ୍ଷା ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଘେରିଛି କଂଗ୍ରେସ ଦଳ । କେନ୍ଦ୍ର ସରକାର ରାଜସ୍ୱ କମାଇବାକୁ ଦେଶର ଯୁବାଙ୍କୁ ଏକ ସାହାର ସଜାଇ ସାରିଛନ୍ତି ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ।
ସେ ନିଜ ‘X’ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଦେଶର ବେରୋଜଗାର ଯୁବାଙ୍କୁ ରୋଗଜଗାର ଦେବା ପାଇଁ ଅନେକ ପରୀକ୍ଷାର ଆୟୋଜିତ ହେଉଛି । ଯାହାଦ୍ୱାରା କି ଏହି ଯୁବାମାନେ ଉକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜକୁ ଯୋଗ୍ୟ ବିବେଚିତ କରିପାରିବେ । ହେଲେ କେନ୍ଦ୍ର ସରକାର ଏମାନଙ୍କୁ ଟଙ୍କା ଛାପିବା ମେସିନ ପରି ବ୍ୟବହାର କରୁଛି । ଆୟୋଜିତ ହେଉଥିବା ପରୀକ୍ଷା ଦ୍ୱାରା ଗତ ୬ ବର୍ଷରେ ୪୪୮ କୋଟି ଟଙ୍କା ଆଦାୟ କରିଛି NTA ( ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି)। ଏହା ଶିକ୍ଷା ମନ୍ତ୍ରାଳୟର ଏକ ଅଂଶ । ଯାହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଘରୋଇ ଭେଣ୍ଡର୍ସମାନଙ୍କୁ ଆଉଟ୍ସୋର୍ସିଂ ଜରିଆରେ କାମ କରାଇବା । ଏହାସହିତ NTA ସଂସ୍ଥା ଏପରି ଏକ ବ୍ୟକ୍ତିଙ୍କ ହାତ ରହିଛି । ଯିଏକି ମଧ୍ୟପ୍ରଦେଶର ଲୋକ ସେବା ଆୟୋଗର ଅଧ୍ୟକ୍ଷ ଥିଲେ । ସେହି ସମୟରେ ଏକ ବଡ଼ ଘୋଟାଲା ସାମ୍ନାକୁ ଆସିଥିଲା ।
ସେହିପରି ରାଜ୍ୟସଭାର ଏକ ଜବାବରେ କେନ୍ଦ୍ରୀୟ ଶିକ୍ଷା ରାଜ୍ୟ ମନ୍ତ୍ରୀ କହିଛନ୍ତି ଯେ, NTA ଅନୁମାନିତ ରୂପରେ ୩୫୧୨ କୋଟିରୁ ଅଧିକ ଟଙ୍କା ଆଦାୟ କରିଛି । ଏହାପରେ ପରୀକ୍ଷା ପରିଚାଳନାରେ ୩୦୬୪ ଟଙ୍କା ବିନିଯୋଗ କରିଛି । ଏହାକୁ ଦେଖିଲେ ଗତ ୬ ବର୍ଷରେ NTA ୪୪୮ କୋଟି ଟଙ୍କାର ଲାଭ କରିଛି । ଏହା ଟଙ୍କାକୁ NTA ପରୀକ୍ଷାର ଆୟୋଜନରେ ଖର୍ଚ୍ଚ କରିଥାଏ ।