କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା, ସମସ୍ତେ ସହଯୋଗ କରିବାକୁ ନିବେଦନ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): ବାଲେଶ୍ୱର ଜିଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯେଉଁ ଭଳି ଘଟଣା ଘଟିଗଲା ତାକୁ ନେଇ ସମଗ୍ର ରାଜ୍ୟରେ ତାତି ଦେଖାଯିବା ସହ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ଗୁରୁବାର ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ସାରା ରାଜ୍ୟକୁ ବନ୍ଦ ଡାକରା ଦେଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକରେ ଏହି ବନ୍ଦକୁ ଜୋରଦାର କରାଯିବା ସହ […] The post କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା, ସମସ୍ତେ ସହଯୋଗ କରିବାକୁ ନିବେଦନ appeared first on Dharitri Odia News.

କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା, ସମସ୍ତେ ସହଯୋଗ କରିବାକୁ ନିବେଦନ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): ବାଲେଶ୍ୱର ଜିଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯେଉଁ ଭଳି ଘଟଣା ଘଟିଗଲା ତାକୁ ନେଇ ସମଗ୍ର ରାଜ୍ୟରେ ତାତି ଦେଖାଯିବା ସହ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି।

ଗୁରୁବାର ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ସାରା ରାଜ୍ୟକୁ ବନ୍ଦ ଡାକରା ଦେଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକରେ ଏହି ବନ୍ଦକୁ ଜୋରଦାର କରାଯିବା ସହ ପ୍ରତିବାଦ କରି ସମସ୍ତ ବ୍ୟବସାୟିକ ଅନୁଷ୍ଠାନ, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଭିନ୍ନ ଭିନ୍ନ ଅନୁଷ୍ଠାନର ମୁଖିଆଙ୍କୁ ଭେଟି ବନ୍ଦ ପାଳନରେ ସହଯୋଗ କରିବାକୁ ନିବେଦନ କରାଯିବା ସହ ଚିଠି ପ୍ରଦାନ କରାଯାଇଛି।

ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କଂଗ୍ରେସ କମିଟି ପ୍ରତିବାଦ କରି ସଭା ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ବ୍ଲକ କଂଗ୍ରେସ ସଭାପତି ସନ୍ତୋଷ ପ୍ରଧାନ କହିଛନ୍ତି। ଦାରିଙ୍ଗବାଡ଼ି ବଣିକ ସଂଘ ସଭାପତି ଲଡ଼ୁ କିଶୋର ସାହୁ, ସିମନବାଡ଼ି ବଣିକ ସଂଘ ସଭାପତି ମହେଶ କୁମାର ସାହୁ, ଡ୍ରାଇଭର ସଂଘ ସଭାପତି ପ୍ରଭଞ୍ଜନ ନାୟକଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କୁ ଭେଟି ଥିଲା କଂଗ୍ରେସ କମିଟି। ଏଥିରେ ବ୍ଲକ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶରତ ପ୍ରଧାନ, ଜଳେଶ୍ୱର ପ୍ରଧାନ,ସୁରେନ୍ଦ୍ର ସାହୁଙ୍କ ସମେତ ବହୁ ଦଳୀୟକର୍ମୀ ବୁଲି ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି।

The post କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା, ସମସ୍ତେ ସହଯୋଗ କରିବାକୁ ନିବେଦନ appeared first on Dharitri Odia News.