କଂଗ୍ରେସରୁ ଇସ୍ତଫା ଦେଲେ ପ୍ରବୋଧ ତିର୍କୀ

ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରବୋଧ କଂଗ୍ରେସରେ ଯୋଗ ଦେଇଥିଲେ।

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରବୋଧ ତିର୍କୀ

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳରୁ ଇସ୍ତଫା ନେଇ ସେ ଓଟିଭିକୁ ସୂଚନା ଦେଇଛନ୍ତି।

କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରି ଟିକେଟ କାଟିବା ଦେବା ପରେ ଅସନ୍ତୁଷ୍ଟ ଥିଲେ ପ୍ରବୋଧ। କଂଗ୍ରେସ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ତଳସରାରୁ ପ୍ରାର୍ଥୀ କରିଥିଲା। କିନ୍ତୁ ପରେ ତାଙ୍କ ଟିକେଟ କାଟି ଦେବେନ୍ଦ୍ର ଭିଟାରିଆଙ୍କୁ ଦଳ ସେଠାରୁ ପ୍ରାର୍ଥୀ କରିଥିଲା।

ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରବୋଧ କଂଗ୍ରେସରେ ଯୋଗ ଦେଇଥିଲେ। ରାଜନୀତି କରିବାକୁ ପ୍ରବଳ ଇଚ୍ଛା ନେଇ ଆସିଥିବା ପ୍ରବୋଧ ପ୍ରଥମରୁ ପ୍ରତିକୂଳ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ରାଜନୀତିରେ ରହି ତଳସରା ଅଞ୍ଚଳର ଲୋକଙ୍କ ସେବା କରିବା ଉଦ୍ଦେଶ୍ୟରେ ସେ ଚାକିରି ଛାଡ଼ି ଦେଇଛନ୍ତି।