କଂଗ୍ରେସରେ ଯୋଗଦେବେ କି ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ, ଫଳାଫଳ ପରେ ଦେଲେ ବଡ଼ ବୟାନ…

ନୂଆଦିଲ୍ଲୀ,୮।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ହରିୟାଣାରେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ଜମ୍ମୁ କଶ୍ମୀରରେ ଏନସି ଓ କଂଗ୍ରେସ ପୁଣିଥରେ ସରକାର ଗଢିବାକୁ ଯାଉଛି। ତେବେ ଏହାରି ଭିତରେ ଚର୍ଚ୍ଚା ହେଉଛି କି, ସେ କଂଗ୍ରେସରେ ଯୋଗ ଦେବାକୁ ଯାଉଛନ୍ତି। ଏକ ସାକ୍ଷାତକାରରେ ଯୋଗେନ୍ଦ୍ର ଯାଦବଙ୍କୁ ପଚରାଯାଇଥିଲା ଯେ, ସେ କେବେ ସରକାରୀ ଭାବେ […] The post କଂଗ୍ରେସରେ ଯୋଗଦେବେ କି ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ, ଫଳାଫଳ ପରେ ଦେଲେ ବଡ଼ ବୟାନ… appeared first on Dharitri Odia News.

କଂଗ୍ରେସରେ ଯୋଗଦେବେ କି ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ, ଫଳାଫଳ ପରେ ଦେଲେ ବଡ଼ ବୟାନ…

ନୂଆଦିଲ୍ଲୀ,୮।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ହରିୟାଣାରେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ଜମ୍ମୁ କଶ୍ମୀରରେ ଏନସି ଓ କଂଗ୍ରେସ ପୁଣିଥରେ ସରକାର ଗଢିବାକୁ ଯାଉଛି। ତେବେ ଏହାରି ଭିତରେ ଚର୍ଚ୍ଚା ହେଉଛି କି, ସେ କଂଗ୍ରେସରେ ଯୋଗ ଦେବାକୁ ଯାଉଛନ୍ତି।

ଏକ ସାକ୍ଷାତକାରରେ ଯୋଗେନ୍ଦ୍ର ଯାଦବଙ୍କୁ ପଚରାଯାଇଥିଲା ଯେ, ସେ କେବେ ସରକାରୀ ଭାବେ କଂଗ୍ରେସରେ ଯୋଗ ଦେଉଛନ୍ତି? ଏହାର ଉତ୍ତରରେ ସେ ହସି ହସି କହିଛନ୍ତି, ଆମେ ଭାରତୀୟ ଜନତା ପାର୍ଟି ଏବଂ ଏହାର ସହଯୋଗୀ ଦଳକୁ ସ୍ପଷ୍ଟ ଭାବରେ ବିରୋଧ କରୁଛୁ।
ସେ ଆହୁରି କହିଛନ୍ତି, ଆମେ ବିଶ୍ୱାସ କରୁଛୁ ଯେ, ଲୋକତନ୍ତ୍ର ଏବଂ ଗଣତନ୍ତ୍ର ପାଇଁ ବିପଦ।
ରାହୁଲ ଗାନ୍ଧୀଙ୍କୁ ମୁଁ ମଞ୍ଚରୁ ସମର୍ଥନ କରିଛି। କୌଣସି ଲୁକ୍କାୟିତ ସମର୍ଥନ ନାହିଁ । ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ସେ କେବଳ କଂଗ୍ରେସ ନୁହେଁ ସିପିଏମ ପ୍ରାର୍ଥୀଙ୍କୁ ମଧ୍ୟ ସମର୍ଥନ କରିଛନ୍ତି। ସେ ନିର୍ବାଚନରେ ସମାଜବାଦି ପାର୍ଟିକୁ ମଧ୍ୟ ସମର୍ଥନ କରିଛନ୍ତି ଏବଂ ଖୋଲାଖୋଲି ପ୍ରତ୍ୟକ୍ଷ ପଦବୀରେ ଅଛନ୍ତି।

The post କଂଗ୍ରେସରେ ଯୋଗଦେବେ କି ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ, ଫଳାଫଳ ପରେ ଦେଲେ ବଡ଼ ବୟାନ… appeared first on Dharitri Odia News.