କଂଗ୍ରେସରେ ହୋଇପାରେ ବଡ଼ ଧରଣର ପରିବର୍ତ୍ତନ! UP ଭଳି ସବୁ ରାଜ୍ୟରେ ଭଙ୍ଗ ହେବ କମିଟି

ନୂଆଦିଲ୍ଲୀ ୭।୧୨: କଂଗ୍ରେସ ପାର୍ଟି ଡିସେମ୍ବର ୨୮ ତାରିଖରେ ୧୪୦ତମ ସ୍ଥାପନା ଦିବସ ପାଳନ କରିବ। ସୂତ୍ର ଅନୁସାରେ ପାର୍ଟି ସଭାପତିଙ୍କ ପକ୍ଷରୁ ସବୁ ରାଜ୍ୟ ୟୁନିଟ୍‌ରେ ବଡ଼ ଧରଣ ପରିବର୍ତ୍ତନ କରାଯାଇପାରେ। ନିକଟରେ ହରିୟାଣା ଓ ମହାରାଷ୍ଟ୍ରରେ ହୋଇଥିବା ଶୋଚନୀୟ ପରାଜୟ ପରେ କଂଗ୍ରେସ ନିଜର ସଙ୍ଗଠନାତ୍ମକ ସଂରଚନାକୁ ମଜଭୁତ କରିବା ଲାଗି ନୂଆ ପଦକ୍ଷେପ ନେବାକୁ ଯୋଜନା କରୁଛି। ଏହି ପରିବର୍ତ୍ତନରେ ଅନେକ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ କରି ନୂଆ ନିଯୁକ୍ତି କରାଯାଇପାରେ ବୋଲି ଆକଳନ କରାଯାଉଛି। ସୂତ୍ର ଅନୁସାରେ କଂଗ୍ରେସ ପାର୍ଟି ତାର ଅଲଗା ଅଲଗା ରାଜ୍ୟ ୟୁନିଟମାନଙ୍କରେ ବଡ଼ଧରଣର ପରିବର୍ତ୍ତନ କରିବ, ଯାହା ୨୮ ଡିସେମ୍ବର ପାର୍ଟିର ପ୍ରତିଷ୍ଠା ଦିବସ ପୂର୍ବରୁ ହୋଇପାରେ। ଖାସ କରି ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ହୋଇଥିବା ପରାଜୟ ପରେ ପାର୍ଟି ସଭାପତି ରାଜ୍ୟ ୟୁନିଟ୍ ମାନଙ୍କରେ ପରିବର୍ତ୍ତନ ଚାହୁଁଛନ୍ତି। ପାର୍ଟି କେନ୍ଦ୍ର ଓ ରାଜ୍ୟସ୍ତରରେ ରଣନୀତିକୁ ନୂଆ ରୂପ ଦେବା ପାଇଁ ଏହି ପଦକ୍ଷେପ ନେଇପାରେ। ଏଣୁ ୨୮ ଡିସେମ୍ବର ପୂର୍ବରୁ ଉତ୍ତରପ୍ରଦେଶ ଭଳି ଅନ୍ୟ ରାଜ୍ୟମାନଙ୍କର କମିଟି ଭଙ୍ଗ କରି ନୂଆ ନେତୃତ୍ୱ ନିଯୁକ୍ତ କରିପାରେ। ଏହି ପରିବର୍ତ୍ତନରେ ମହାରାଷ୍ଟ୍ର ସମେତ ଅନ୍ୟରାଜ୍ୟର ପ୍ରଭାରୀ, ପ୍ରଦେଶ ଅଧ୍ୟକ୍ଷ ଓ ଅନେକ କମିଟି ଭଙ୍ଗ କରି ନୂଆ ନିଯୁକ୍ତି କରାଯାଇ ପାରେ। ଏହି ନିଷ୍ପତ୍ତି ପାର୍ଟିର ସ

କଂଗ୍ରେସରେ ହୋଇପାରେ ବଡ଼ ଧରଣର ପରିବର୍ତ୍ତନ! UP ଭଳି ସବୁ ରାଜ୍ୟରେ ଭଙ୍ଗ ହେବ କମିଟି

ନୂଆଦିଲ୍ଲୀ ୭।୧୨: କଂଗ୍ରେସ ପାର୍ଟି ଡିସେମ୍ବର ୨୮ ତାରିଖରେ ୧୪୦ତମ ସ୍ଥାପନା ଦିବସ ପାଳନ କରିବ। ସୂତ୍ର ଅନୁସାରେ ପାର୍ଟି ସଭାପତିଙ୍କ ପକ୍ଷରୁ ସବୁ ରାଜ୍ୟ ୟୁନିଟ୍‌ରେ ବଡ଼ ଧରଣ ପରିବର୍ତ୍ତନ କରାଯାଇପାରେ। ନିକଟରେ ହରିୟାଣା ଓ ମହାରାଷ୍ଟ୍ରରେ ହୋଇଥିବା ଶୋଚନୀୟ ପରାଜୟ ପରେ କଂଗ୍ରେସ ନିଜର ସଙ୍ଗଠନାତ୍ମକ ସଂରଚନାକୁ ମଜଭୁତ କରିବା ଲାଗି ନୂଆ ପଦକ୍ଷେପ ନେବାକୁ ଯୋଜନା କରୁଛି। ଏହି ପରିବର୍ତ୍ତନରେ ଅନେକ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ କରି ନୂଆ ନିଯୁକ୍ତି କରାଯାଇପାରେ ବୋଲି ଆକଳନ କରାଯାଉଛି। 

ସୂତ୍ର ଅନୁସାରେ କଂଗ୍ରେସ ପାର୍ଟି ତାର ଅଲଗା ଅଲଗା ରାଜ୍ୟ ୟୁନିଟମାନଙ୍କରେ ବଡ଼ଧରଣର ପରିବର୍ତ୍ତନ କରିବ, ଯାହା ୨୮ ଡିସେମ୍ବର ପାର୍ଟିର ପ୍ରତିଷ୍ଠା ଦିବସ ପୂର୍ବରୁ ହୋଇପାରେ। ଖାସ କରି ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ହୋଇଥିବା ପରାଜୟ ପରେ ପାର୍ଟି ସଭାପତି ରାଜ୍ୟ ୟୁନିଟ୍ ମାନଙ୍କରେ ପରିବର୍ତ୍ତନ ଚାହୁଁଛନ୍ତି। ପାର୍ଟି କେନ୍ଦ୍ର ଓ ରାଜ୍ୟସ୍ତରରେ ରଣନୀତିକୁ ନୂଆ ରୂପ ଦେବା ପାଇଁ ଏହି ପଦକ୍ଷେପ ନେଇପାରେ। ଏଣୁ ୨୮ ଡିସେମ୍ବର ପୂର୍ବରୁ ଉତ୍ତରପ୍ରଦେଶ ଭଳି ଅନ୍ୟ ରାଜ୍ୟମାନଙ୍କର କମିଟି ଭଙ୍ଗ କରି ନୂଆ ନେତୃତ୍ୱ ନିଯୁକ୍ତ କରିପାରେ। 

ଏହି ପରିବର୍ତ୍ତନରେ ମହାରାଷ୍ଟ୍ର ସମେତ ଅନ୍ୟରାଜ୍ୟର ପ୍ରଭାରୀ, ପ୍ରଦେଶ ଅଧ୍ୟକ୍ଷ ଓ ଅନେକ କମିଟି ଭଙ୍ଗ କରି ନୂଆ ନିଯୁକ୍ତି କରାଯାଇ ପାରେ। ଏହି ନିଷ୍ପତ୍ତି ପାର୍ଟିର ସଙ୍ଗଠନାତ୍ମକ ଶକ୍ତିକୁ ବଢାଇବା ସହ ଆଗାମୀ ନିର୍ବାଚନମାନଙ୍କରେ ଉନ୍ନତ ପ୍ରଦର୍ଶନ ନିମନ୍ତେ ନିଆ ଯିବ। ଭାରତୀୟ ଜାତୀୟ କଂଗ୍ରେସର ୧୪୦ତମ ସ୍ଥାପନା ଦିବସ ଦେଶର ସବୁଠୁ ପୁରୁଣା ରାଜନୈତିକ ପାର୍ଟିର ଗୌରବଶାଳୀ ଅତୀତରୁ ମନେ ପକାଉଛି। ୨୮ଡିସେମ୍ବର ୧୮୮୫ ମସିହାରେ ଏ.ଓ.ହ୍ୟୁମ, ଦାଦା ଭାଇ ନାରୋଜୀ ଓ ଦିନସା ବାଚାଙ୍କ ଭଳି ନେତାଙ୍କ ନେତୃତ୍ୱରେ ସ୍ଥାପିତ କଂଗ୍ରେସ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ନେତୃତ୍ୱ ଦେଇଥିଲା।

ମହାତ୍ମା ଗାନ୍ଧି, ଜବାହାରଲାଲ ନେହେରୁ, ସର୍ଦାର ପଟେଲଙ୍କ ଭଳି ଦିଗ୍ଗଜଙ୍କ ନେତୃତ୍ୱ ଭାରତକୁ ସ୍ୱାଧୀନ କରିଥିଲା। ଏହି ସମୟରେ କଂଗ୍ରେସ ଦେଶର ସାମାଜିକ, ଆର୍ଥିକ ଓ ରାଜନୈତିକ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।