କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇଙ୍କ ନାମରେ ସାଂଘାତିକ ଅଭିଯୋଗ

ବରଗଡ଼ : ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ହୃଷିକେଶ ଭୋଇ ଙ୍କ ନାମରେ ସାଂଘାତିକ ଅଭିଯୋଗ । ପେଶାରେ ମହାପ୍ରୟାଣ ଗାଡି ଡ୍ରାଇଭର ଭାବେ କାମ କରୁଥିବା ହୃଷିକେଶଙ୍କ ବିରୋଧରେ ବରଗଡ଼ ସିଡିଏମଓ ନିରୁପମ ଷଡ଼ଙ୍ଗୀଙ୍କ ଦ୍ବାରା ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଭିଯୋଗ ହୋଇଛି ଯେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବଡ ସାହାଜବାହାଲ ଗ୍ରାମକୁ ମହାପ୍ରୟାଣ ଗାଡି ଶବ ଛାଡିବାକୁ ଯାଇଥିବା ବେଳେ ମୃତ ପରିବାରଙ୍କ ଠାରୁ […] The post କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇଙ୍କ ନାମରେ ସାଂଘାତିକ ଅଭିଯୋଗ appeared first on KNews Odisha.

କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇଙ୍କ ନାମରେ ସାଂଘାତିକ ଅଭିଯୋଗ
hrusikesh kansa bargarh

ବରଗଡ଼ : ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ହୃଷିକେଶ ଭୋଇ ଙ୍କ ନାମରେ ସାଂଘାତିକ ଅଭିଯୋଗ । ପେଶାରେ ମହାପ୍ରୟାଣ ଗାଡି ଡ୍ରାଇଭର ଭାବେ କାମ କରୁଥିବା ହୃଷିକେଶଙ୍କ ବିରୋଧରେ ବରଗଡ଼ ସିଡିଏମଓ ନିରୁପମ ଷଡ଼ଙ୍ଗୀଙ୍କ ଦ୍ବାରା ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।

ଅଭିଯୋଗ ହୋଇଛି ଯେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବଡ ସାହାଜବାହାଲ ଗ୍ରାମକୁ ମହାପ୍ରୟାଣ ଗାଡି ଶବ ଛାଡିବାକୁ ଯାଇଥିବା ବେଳେ ମୃତ ପରିବାରଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ ହୃଷିକେଶ। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ଶବ ନେଇ ଘରେ ଛାଡିବା ପରେ ତିନି ହଜାର ଟଙ୍କା ଦେବାକୁ ଦାବି କରିବା ସହ ଟଙ୍କା ନନେବା ଯାଏଁ ମୃତକ ପରିବାର ଲୋକଙ୍କ ଘରୁ ଆସିନଥିଲେ ଡ୍ରାଇଭର ହୃଷିକେଶ । ଜଣେ ଜଣାଶୁଣା ଚେହେରା ହୃଷିକେଶଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ସବୁଠି ଚର୍ଚ୍ଚା ।

The post କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇଙ୍କ ନାମରେ ସାଂଘାତିକ ଅଭିଯୋଗ appeared first on KNews Odisha.